ପଥର ଭାବି ୧୦ ବର୍ଷ ପର୍ଯ୍ୟନ୍ତ ଘରେ ରଖିଥିଲେ ଏହି ଜିନିଷଟି ! ଗୋଟିଏ ମୁହୂର୍ତ୍ତରେ କୋଟିପତି କରାଇ ଦେଇଥିଲା ।

Spread the love

ଲୋକ ଉକ୍ତି ରହିଛି, “ଯାହାର ଭାଗ୍ୟରେ ଯାହା ଲେଖା ହୋଇଥାଏ, ତାହା ସେହି ବ୍ୟକ୍ତିକୁ ପ୍ରାପ୍ୟ ହୋଇଥାଏ ।” ବହୁତ ସମୟରେ ଲୋକଙ୍କର ଭାଗ୍ୟ ଭଲ ହୋଇଥାଏ କିନ୍ତୁ ଭଗବାନ ବ୍ୟକ୍ତିର ପରୀକ୍ଷା ନେଇଥାନ୍ତି । ସମୟ ପୂର୍ବରୁ ନା କେବେ କାହାକୁ କିଛି ମିଳିଛି ନା କେବେ ମଧ୍ୟ କାହାକୁ କିଛି ମିଳିପାରିବ । ଯେତେବେଳେ ଯାହାର ସମୟ ଆସିଥାଏ, ସେହି ସମୟରେ ହିଁ ବ୍ୟକ୍ତି ଚାହିଁ ଥିବା ଜିନିଷ ମିଳିଥାଏ । ଆଜିର ଏହି ଦୁନିଆରେ ବ୍ୟକ୍ତିର ପରିଶ୍ରମ ଅନୁସାରେ, ଉପଯୁକ୍ତ ସମୟ ଆସିଲେ ପରିଶ୍ରମର ଫଳ ନିଶ୍ଚିତ ମିଳିଥାଏ । ଆଜିକାଲି ଏହିପରି ବହୁତ ଗୁଡିଏ ଉଦାହରଣ ଦେଖିବା ଓ ଶୁଣିବାକୁ ମିଳୁଛି ।

ଆଜି ଆମେ ଆପଣଙ୍କୁ ଭାଗ୍ୟର ଏହିପରି ଏକ ଘଟଣା ବିଷୟରେ କହିବା ପାଇଁ ଚାହୁଁଛୁ, ଯାହା ଶୁଣି ସାରିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ଆମେ ଆପଣଙ୍କୁ କହିବୁ ଭାଗ୍ୟରେ ଥିଲେ ବ୍ୟକ୍ତି ରାତାରାତି ଧନୀ ହୋଇଯାଇ ପାରେ, ତାହେଲେ ଆପଣମାନେ ଏହି କଥାରେ ବିଶ୍ଵାସ କରିବେ ନାହିଁ । କିନ୍ତୁ ଫିଲିପାଇନ୍ସରେ ଯାହା ହୋଇଥିଲା ତାହା ଶୁଣିବା ପରେ ଆପଣ ଆମ କଥାରେ ବିଶ୍ବାସ କରିବେ । ଫିଲିପାଇନ୍ସର ଏକ ଧିବରର ଭାଗ୍ୟ ଗୋଟିଏ ରାତିରେ ବଦଳି ଯାଇଥିଲା ।

ପରେ ଜଣା ପଡିଥିଲା ଏହା ପଥର ନୁହେଁ ବହୁ ମୂଲ୍ୟବାନ ମୋତି ଅଟେ :

ଭାଗ୍ୟ ଏହିପରି ବଦଳି ଯାଇଥିଲା, ଯାହା ଫଳରେ ଗୋଟିଏ ରାତିରେ ଗରିବରୁ ଧନୀ ହୋଇଯାଇଥିଲା ଏହି ଧିବରଟି । ବର୍ତ୍ତମାନ ଆପଣ ଏହା ଭାବୁଥିବେ ଏହିପରି କଣ ହୋଇଥିଲା ଯେ, ଗୋଟିଏ ରାତିରେ ଗରିବରୁ ଧନୀ ହୋଇ ଯାଇଥିଲା । ଆପଣଙ୍କୁ ଜଣାଇବା ପାଇଁ ଚାହୁଞ୍ଚୁ; ଏହା ଅନ୍ୟ କୌଣସି ଜିନିଷ ପାଇଁ ନୁହେଁ ! ନିଜ ପଲଙ୍କ ତଳେ ରଖିଥିବା ପଥର; ଫଳରେ ସେ ଗରିବରୁ ଧନୀ ହୋଇ ଯାଇଥିଲା । ବହୁତ ବର୍ଷ ପୂର୍ବେ ଧୀବରଟିକୁ ୩୪ କିଲୋ ଓଜନର ଏକ ପଥର ମିଳିଥିଲା, ଯାହାକୁ ସେ ସେହି ସମୟରେ ଏକ ସାଧାରଣ ପଥର ଭାବିଥିଲା । କିନ୍ତୁ ପରେ ତାକୁ ଜ୍ଞାତ ହୋଇଥିଲା, ସେହି ପଥର ଯାହା ସେ ଆଣିଥିଲା ତାହା କୌଣସି ପଥର ନୁହେଁ ତାହା ଏକ ବହୁ ମୂଲ୍ୟବନ ମୋତି ଅଟେ । ପ୍ରାପ୍ତ ସୂଚନା ଅନୁସାରେ ଏହି ମୋତିର ମୂଲ୍ୟ ୬୭୦ କୋଟି ଟଙ୍କା ଅଟେ ।

ପଥରକୁ ଭାଗ୍ୟର ପ୍ରତୀକ ଭାବି ଘରକୁ ନେଇ ଯାଇଥିଲେ :

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି; ଧିବରଟି ବିଗତ ୧୦ ବର୍ଷ ହେବ ମୋତିଟିକୁ ନିଜ ପାଖରେ ରଖିଥିଲା । ଫିଲିପାଇନ୍ସର ପଲାବାନ ଆଇର୍ଲାଣ୍ଡରେ ରହୁଥିବା ଏକ ଧୀବର ୨୦୦୯ରେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା । କିନ୍ତୁ ହଠାତ୍ ସମୁଦ୍ରରେ ତୋଫାନ ଆସିଥିଲା, ମଝି ସମୁଦ୍ରରେ ଏହି ଧିବରଟି ଫାଶୀ ଯାଇଥିଲା । ଏହି ସମୟରେ ତାକୁ ଗୋଟିଏ ପଥର ଦେଖାଯାଇ ଥିଲା, ସେହି ପଥର ସାହାରାରେ ଧିବରଟି ତୋଫାନର ମୁକାବିଲା କରିଥିଲା । ଯେତେବେଳେ ତୋଫାନ କମିଥିଲା, ଧିବରଟିକୁ ଏକ ଦୁଇ ଫୁଟର ଏକ ସୁନ୍ଦର ପଥର ଦେଖା ଯାଇଥିଲା । ସେହି ପଥର ସାହାଯ୍ୟରେ ଧୀବରର ଜୀବନ ବଞ୍ଚି ଥିଲା । ସେଥିପାଇଁ ସେହି ପଥରରକୁ ଭାଗ୍ୟର ପ୍ରତୀକ ଭାବି ଘରକୁ ନେଇ ଆସିଥିଲା ।

ପର୍ଲ ଅଫ ଆଲ୍ଲାମୋତିକୁ ଦୁନିଆର ବୃହତ ଓ ମୁଲ୍ୟବାନ ମୋତି ରୂପେ ପରିଗଣିତ କର ଯାଉଥିଲା :

ଧିବରଟି ବିଗତ ୧୦ ବର୍ଷ ହେବ; ସେହି ପଥରଟିକୁ ନିଜ ବିଛଣା ତଳେ ରଖିଥିଲା । ଗୋଟିଏ ଦିନ ଧୀବର ଘରେ ନିଆଁ ଲାଗି ଯାଇଥିଲା । ସେହି ସମୟରେ ସେ ପଥରଟିକୁ ବିଛଣା ତାଳି ବାହାର କରିଥିଲା । ହଠାତ୍ ସେହି ପଥର ଉପରେ ଏକ ପର୍ଯ୍ୟଟକଙ୍କ ନଜର ପଡିଥିଲା । ସେ ଧିବରଟିକୁ କହିଥିଲେ, ଏହା କୌଣସି ସାଧାରଣ ପଥର ନୁହେଁ, ଏହା ଏକ ବହୁ ମୂଲ୍ୟ ମୋତି ଅଟେ । ଯାହାର ମୂଲ୍ୟ ବଜାରରେ ୬୭୦ କୋଟି ଟଙ୍କା ଅଟେ । ଗୋଟିଏ ରାତିରେ ହିଁ ସେହି ଧିବରଟି ଗରିବରୁ ଧନୀ ହୋଇଯାଇଥିଲା । ସେହି ବହୁମୂଲ୍ୟ ମୋତିର ଓଜନ ୬.୪ କିଲୋ ଅଟେ, ଯାହା ପର୍ଲ ଅଫ୍ ଆଲ୍ଲା ମୋତି ଠାରୁ ମଧ୍ୟ ବହୁତ ଓଜନ ଓ ମୂଲ୍ୟବାନ ଅଟେ । ପର୍ଲ ଅଫ୍ ଆଲ୍ଲା ମୋତିର ମୂଲ୍ୟ ୨୬୦ କୋଟି ଅଟେ ।