ମଦ ପିଇବାର 24 ଘଣ୍ଟା ଭିତରେ ଆମ ଶରୀରରେ କ’ଣ ହୋଇଥାଏ ?

Spread the love

ବନ୍ଧୁଗଣ ଆଜି ଆମେ ଅପଣମାନଙ୍କ ସହିତ ମଦ୍ୟପାନ ସମ୍ପର୍କିତ ବିଷୟ ବସ୍ତୁ ଉପରେ ସମ୍ୟକ ତଥ୍ୟ ପ୍ରଦାନ କରିବୁ । ବନ୍ଧୁଗଣ ମଦ ପିଇବା ଲୋକ ଓ ନ ପିଇବା ଲୋକ କେବଳ ଏତିକି ଜାଣିଥାନ୍ତି, ମଦ ସେବନ ଦ୍ୱାରା ନିଶା ହୋଇଥାଏ । କିନ୍ତୁ ଏହାର ଅତ୍ୟଧିକ ସେବନ ଶରୀର ପ୍ରତି ବହୁତ ହାନିକାରକ ହୋଇଥାଏ । କଣ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ମଦ ଶରୀର ଭିତରକୁ ଗଲା ପରେ କଣ କରିଥାଏ ? ତେବେ ଚାଲନ୍ତୁ ଆଜି ଜାଣିନେବା :-

Google

ମଦର ପ୍ରଥମ ଢ଼ୋକର ସେବନ କରିବାର କିଛି ସେକଣ୍ଡ ମଧ୍ୟରେ ଅଲୋକୋହଲ ପେଟ ଭିତରକୁ ଚାଲି ଯାଇଥାଏ ଏବଂ ତା’ପରେ ରକ୍ତରେ ମିଶିଥାଏ । ଏହିପରି ଭାବରେ ଆଲକୋହଲ ମୁଣ୍ଡ ସହିତ ଶରୀରର ସବୁ ଅଂଶରେ ପହଁଞ୍ଚିଥାଏ । ଦଶରୁ ପନ୍ଦର ମିନିଟ ମଧ୍ୟରେ ଆଲକୋହଲ ପୁରା ଶରୀରରେ ବିସରିତ ହୋଇ ବିଷର ରୂପରେଖା ନେଇଥାଏ ଏବଂ ଶରୀରରେ ଏହି ଆଲୋକୋହଲ, ଡି-ହାଇଡ୍ରୋଜେନ ନାମକ ଏଞ୍ଜାଇମରେ ପରିଣତ ହୋଇଥାଏ । ଯାହାକି ମଦକୁ ଏସିଡ୍ ଏଲିଡ଼ ହାଇ ସହିତ ଅନ୍ୟ ରସାୟାନରେ ବଦଳାଇ ଦେଇଥାଏ । ଏହା ପରେ ଏହାକୁ ଏସିଟିକ ଏସିଡ୍ ଏବଂ ତା’ପରେ ଫେଟି ଏସିଡ୍ ଓ ପାଣିରେ ବଦଳି ଥାଏ ।

ଯେତେବେଳେ ଆପଣ ଅତ୍ୟଧିକ ମଦ୍ୟପାନ କରନ୍ତି, ସେହି ସମୟରେ ଏହା ବାନ୍ତି ଆକାରରେ ବାହାରକୁ ଆସି ଯାଇଥାଏ । ମଦ ପିଇବାର ୨୦ ମିନିଟ ପରେ ଆପଣଙ୍କୁ ଅନୁଭଵ ହୋଇଥାଏ ଯେ, ମଦ ଆପଣଙ୍କ ଶରୀରରେ ଚଢ଼ିବାକୁ ଲାଗିଛି ।

Google

ତା’ପରେ ଆରମ୍ଭ ହୋଇଥାଏ ମୁଣ୍ଡ ଉପରେ ମଦର ପ୍ରଭାବ । ମଦ ପିଇବାର ୪୫ ରୁ ୫୦ ମିନିଟ ପର୍ଯ୍ୟନ୍ତ ଆପଣଙ୍କ ରକ୍ତରେ ଆଲକୋହଲର ସ୍ତର ଚରମ ସୀମାରେ ପହଞ୍ଚି ଥାଏ । ୬୦ ମିନିଟ ପରେ ଆପଣଙ୍କୁ ପରିସ୍ରା ଯିବାର ଆବଶ୍ୟକତା ପଡେ । କାରଣ ଆଲୋକୋହଲ ମୂତ୍ର ବର୍ଦ୍ଧକ ପ୍ରେୟ ଅଟେ ଏବଂ ସିଧା କିଡନୀ ପର୍ଯ୍ୟନ୍ତ ଯାଇଥାଏ । ମଦ ପିଇବାର ୧୨ ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ, ଅର୍ଥାତ ନିଶା ଛାଡିବା ପରେ ବା ନିଦରୁ ଉଠିବା ପରେ ଆପଣଙ୍କୁ ଡି-ହାଇଡ୍ରେସନ କାରଣରୁ (ହେଙ୍ଗ ଓଭର) ବହୁ ପ୍ରକାର ଲକ୍ଷଣ ଯେମିତିକି ମୁଣ୍ଡ ବିନ୍ଧିବା, ମୁଣ୍ଡ ଘୁରେଇବା ଓ ଦୁର୍ବଳତା ଅନୁଭବ ହେବାକୁ ଲାଗିଥାଏ ଏବଂ ଏହି ସମୟରେ ମଧ୍ୟ ଶରୀର ରକ୍ତରେ ଥିବା ଆଲକୋହଲ ସହ ଲଢ଼ିବାକୁ ଚେଷ୍ଟା କରିଥାଏ । ଧୀରେ ଧୀରେ ନିଶା ଉତୁରି ଯାଏ ।

Google

ମଦ୍ୟପାନ ଦ୍ୱାରା ଶରୀର ଉପରେ ପଡୁଥିବା କୁପ୍ରଭାବ :

♦  ଅତ୍ୟଧିକ ମଦ୍ୟପାନ ଦ୍ୱାରା ମସ୍ତିଷ୍କ ଉପରେ ଏହାର କୁ-ପ୍ରଭାବ ପଡିଥାଏ । ଯେପରି କି ମୁଣ୍ଡ ବୁଲାଇବା, ଏକାଗ୍ରତା ନଷ୍ଟ ହୋଇ ଯାଇଥାଏ, ଏହା ସଙ୍ଗେ ସଙ୍ଗେ କୌଣସି ଘଟଣାରେ ସଠିକ ନିର୍ଣ୍ଣୟ ନେବାରେ ଅସମର୍ଥ ହୋଇଯାନ୍ତି ।

♦  ତ୍ୱଚାରେ କୁଞ୍ଚନ ସୃଷ୍ଟି ହେବା ସଂଗେ ସଂଗେ କମ୍ ବୟସରେ ହିଁ ବାର୍ଦ୍ଧକ୍ୟ ପରି ଦେଖାଯିବ ।

♦ ପିତ୍ତରସ ସଂକ୍ରମିତ ହୋଇଥାଏ । ଅନ୍ତଃ କ୍ୟାନ୍ସର ଓ ସ୍ତନ କ୍ୟାନ୍ସର ମଧ୍ୟ ଦେଖାଦେଇଥାଏ ।

ତେଣୁ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅତ୍ୟାଧିକ ମଦ୍ୟପାନ କରନ୍ତୁ ନାହିଁ । ମଦ ଠାରୁ ଦୂରେଇ ରୁହନ୍ତୁ ।

ଆଶା କରୁଛୁ ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବ । ନିଜ ବନ୍ଧୁଙ୍କ ମଧ୍ୟରେ Share କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !