ଏହି ପାଞ୍ଚୋଟି ଜିନିଷକୁ ଘରେ ରଖିଲେ ମାଆ ସରସ୍ଵତୀ ପ୍ରସନ୍ନ ହୋଇଥାନ୍ତି । କ୍ୟାରିଅରରେ ମିଲିଥାଏ ଅପାର ସଫଳତା ।

Spread the love

ଆପଣ ମଧ୍ୟ ନିଜ କ୍ୟାରିଅରକୁ ସଫଳତାର ସ୍ୱାଦ ଚଖାଇ ପାରିବେ, ଯଦି ଆପଣ ଏହି ୫ଟି ଜିନିଷ ନିଜ ଘରେ ରଖନ୍ତି; ତେବେ ମାଆ ସରସ୍ୱତୀ ପ୍ରସନ୍ନ ହୋଇଥାନ୍ତି ।

ଭାରତ ଏକ ହିନ୍ଦୁ ପ୍ରଧାନ ଦେଶ ଅଟେ କିନ୍ତୁ ଏଠାରେ ସବୁ ଧର୍ମର ଲୋକେ ବାସ କରନ୍ତି । ହିନ୍ଦୁ ଧର୍ମରେ ଲେଖା ଯାଇଥିବା ଶାସ୍ତ୍ରଗୁଡିକ ଅନୁସାରେ ପ୍ରତ୍ୟେକ ଜିନିଷର କିଛି ନା କିଛି ମହତ୍ତ୍ୱ ରହିଛି ଏବଂ କୌଣସି ନା କୌଣସି କାମ ପାଇଁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ପୂଜା କରାଯାଇଥାଏ । ସେମାନଙ୍କ ମଧ୍ୟରେ ଜଣେ ଦେବୀ ହେଉଛନ୍ତି ସରସ୍ୱତୀ, ଯାହାଙ୍କୁ ଆମେ ବିଦ୍ୟାର ଦେବୀ ରୂପେ ଜାଣୁ । ନିଜର ବିଦ୍ୟାରେ ଉନ୍ନତି ପାଇବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ସରସ୍ୱତୀଙ୍କୁ ପୂଜା କରିଥାନ୍ତି । ଆଜି ଆମେ କିଛି ଏପରି ଜିନିଷ ବିଷୟରେ କହିବୁ, ଯାହାକୁ ଆପଣ ନିଜ ଘରେ ରଖିଲେ ମାଆ ସରସ୍ୱତୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣ ନିଜ କ୍ୟାରିଆରରେ ଅପାର ସଫଳତା ପାଇ ପାରିବେ ।

ଏହି ପାଞ୍ଚୋଟି ଜିନିଷକୁ ଘରେ ରଖିଲେ ମାଆ ସରସ୍ଵତୀ ପ୍ରସନ୍ନ ହୋଇଥାନ୍ତି :

ପ୍ରତ୍ୟେକ ଯୁବକ ଯୁବତୀ ନିଜ ପାଇଁ ସୁନ୍ଦର ସ୍ଵପ୍ନ ଦେଖିଥାନ୍ତି, କାହାକୁ ସଫଳତା ମିଲିଥାଏ ତ କେହି କେହି ସଫଳତା ପାଇଁ ଅପେକ୍ଷା କରିଥାନ୍ତି । ବାସ୍ତୁ ଏପରି ଏକ ବିଜ୍ଞାନ ଅଟେ, ଯାହା ଆଖପାଖର ବାତାବରଣକୁ ଆମ ପକ୍ଷରେ କରି ସଫଳତା ହାସଲ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ନିଜ କ୍ୟାରିଅରରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି; ତେବେ ଆପଣ ଏହି ୫ଟି ଜିନିଷକୁ ନିଜ ଘରେ ରଖନ୍ତୁ, ଯାହା ଫଳରେ ମାଆ ସରସ୍ୱତୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣ ନିଜ କ୍ୟାରିଅରରେ ସଫଳତା ହାସଲ କରି ପାରିବେ ।

ବୀଣା :

ଦେବୀ ସରସ୍ଵତୀଙ୍କ ପସନ୍ଦୀୟ ଜିନିଷ ମଧ୍ୟରୁ ବୀଣା ଅନ୍ୟତମ ଅଟେ । ବୀଣାକୁ ପବିତ୍ର ବୋଲି ମାନ୍ୟତା ଦିଆଯାଇଥାଏ ଏବଂ ଏହାକୁ ଘରେ ରଖିବା ଫଳରେ ସୁଖ ଶାନ୍ତି ଘରେ ଭରି ହୋଇ ରହିଥାଏ । ଏହା ଦ୍ୱାରା ଆମର ରଚନାତ୍ମକ ଗୁଣ ବଢିଥାଏ ।

ହଂସର ଚିତ୍ର :

ହଂସ ଦେବୀ ସରସ୍ଵତୀଙ୍କ ବାହାନ ଅଟେ । ଏହି କାରଣରୁ ଏହାକୁ ଶୁଭ ବୋଲି ମାନ୍ୟତା ଦିଆ ଯାଇଥାଏ । ଘରେ ହଂସର ଚିତ୍ର ଏହିପରି ରଖନ୍ତୁ; ଯେପରି ଘରର ସମସ୍ତ ସଦସ୍ୟଙ୍କ ନଜର ଏହି ଚିତ୍ର ଉପରେ ପଡି ପାରିବ । ଏହାକୁ ଦେଖିବା ପରେ ମନ ଶାନ୍ତି ଭାରି ଯାଇଥାଏ ।

ମୟୁର ପଙ୍ଖ :

ଶାସ୍ତ୍ର ଅନୁସାରେ ମୟୁର ପଙ୍ଖ ଅନେକ ଦେବୀ ଦେବତାଙ୍କ ସହ ଜଡିତ ଅଟେ । ମୟୁର ପଙ୍ଖକୁ ଘରର ପୂଜା ଘରେ ଏବଂ ପିଲାଙ୍କ କକ୍ଷରେ ରଖିଲେ ଶୁଭଫଳ ମିଳିଥାଏ ।ଏହା ରଖିବା ଦ୍ୱାରା ଘରୁ ନକାରାତ୍ମକ ଚିନ୍ତାଧାରା ଦୂର ହୋଇଥାଏ ।

ପଦ୍ମ ଫୁଲ :

ପ୍ରତିଦିନ ପୂଜାରେ ପଦ୍ମ ଫୁଲର ବ୍ୟବହାର କରନ୍ତୁ । ପଦ୍ମ ଫୁଲ ପୂଜାରେ କିମ୍ବା ଘରେ ବ୍ୟବହାର କରିବା ଦ୍ୱାରା ଘରେ ଶାନ୍ତି ଏବଂ ଖୁସି ଭରି ହୋଇଥାଏ । ଦେବୀ ଦେବତାଙ୍କୁ ବାସି ପଦ୍ମ ଫୁଲ ପ୍ରତିବଦଳରେ ସଜ ଫୁଲ ଦେବା ଉଚିତ୍ । ଏହା ଦ୍ୱାରା ଆପଣ ସଠିକ ରୂପେ ନିଜ ଲକ୍ଷରେ ପହଂଚି ପାରିବେ ।

ସରସ୍ୱତୀ ମୂର୍ତ୍ତି କିମ୍ବା ଚିତ୍ର :

ସରସ୍ୱତୀଙ୍କୁ ବିଦ୍ୟାର ଦେବୀ ରୂପେ ପୂଜା କରାଯାଇ ଥାଏ । ସରସ୍ଵତୀଙ୍କ ମୂର୍ତ୍ତି ଘରେ ରଖି ପୂଜା କରିବା ଦ୍ୱାରା ଆପଣ ଜୀବନରେ ସଫଳତା ପାଇପାରିବେ । ଭଲ କ୍ୟାରିଅର ପାଇବା ପାଇଁ ସରସ୍ଵତୀଙ୍କ ପୂଜା କରିବା ଉଚିତ୍ ।