ଏହି ୩ଟି ଘରେ ଲକ୍ଷ୍ମୀ କେବେ ରହନ୍ତି ନାହିଁ, ପରିବାର ଉପରେ ସବୁବେଳେ ଗରୀବର ମେଘ ଢ଼ାଙ୍କି ରହିଥାଏ ।

Spread the love

ବିଷ୍ଣୁ ପୁରାଣରେ ମାତା ଲକ୍ଷ୍ମୀଙ୍କୁ ନେଇ ଅନେକ କଥା ଉଲ୍ଲେଖ ହୋଇଛି । ହିନ୍ଦୁ ଧର୍ମରେ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ଏମିତିରେ ମାତା ଲକ୍ଷ୍ମୀ ସମସ୍ତଙ୍କ ଘରକୁ ଯିବା ସହିତ ସୁଖ ସମୃଦ୍ଧି ଏବଂ ଧନର ବର୍ଷା କରିଥାନ୍ତି । ଏମିତି ପରିସ୍ଥିତିରେ ଯଦି କୌଣସି ଘରେ ସୁଖ ଶାନ୍ତିର ବାତାବରଣ ଅନୁଭବ ହୁଏ, ତେବେ ଏହା ପଛରେ ମାତା ଲକ୍ଷ୍ମୀଙ୍କର ହିଁ ଆଶୀର୍ବାଦ ଥାଏ । ଦେବୀ ଲକ୍ଷ୍ମୀ ଇନ୍ଦ୍ର ଦେବକୁ ଧନ ସମ୍ବନ୍ଧରେ କଣ କଣ ଉପଦେଶ ଦେଇଥିଲେ, ସେହି ସବୁ ବିଷ୍ଣୁ ପୁରାଣର ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ ହୋଇଛି । ଏହି ଗ୍ରନ୍ଥରେ ଏକଥା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି ଯେ, ଯେଉଁ ଲୋକମାନଙ୍କ ଉପରେ ଧନର ଦେବୀ ମାତା ଲକ୍ଷ୍ମୀ କ୍ରୋଧ କରନ୍ତି, ସେମାନେ ଯେତେ ଚେଷ୍ଟା କରନ୍ତୁ ନା କାହିଁକି, ମାତା ଲକ୍ଷ୍ମୀ ତାଙ୍କ ଉପରେ କେବେ ଦୟାଶୀଳ ହୁଅନ୍ତି ନାହିଁ ।

ବହୁତ ଲୋକ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସ୍ୱଚ୍ଛ ମନରେ ତାଙ୍କୁ ଭକ୍ତି ଏବଂ ପୂଜାପାଠ କରନ୍ତି । ହେଲେ ଆଉ କିଛି ଲୋକ ମାତା ଲକ୍ଷ୍ମୀଙ୍କୁ ପାଇବା ପାଇଁ ତନ୍ତ୍ର ମନ୍ତ୍ରର ବ୍ୟବହାର କରନ୍ତି । କିନ୍ତୁ ଆପଣଙ୍କୁ ଆମେ କହି ରଖୁଛୁ ଯେ, ତନ୍ତ୍ର ମନ୍ତ୍ର ବିଚାରବନ୍ତ କଥା ହୋଇନଥାଏ ବରଂ ଏହା ମାତା ଲକ୍ଷ୍ମୀଙ୍କୁ ଆହୁରି କ୍ରୋଧିତ କରି ଦେଇଥାଏ, ଯାହାଫଳରେ ସେ ସେହି ଘର ଠାରୁ ନିଜକୁ ସର୍ବଦା ଦୂରେଇ ରଖନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଘର ବିଷୟରେ କହିବାକୁ ଯାଉଛୁ, ଯେଉଁ ସ୍ଥାନକୁ ବା ଘରକୁ ମାତା ଲକ୍ଷ୍ମୀ କେବେ ହେଲେ ଯିବାକୁ ପସନ୍ଦ କରନ୍ତି ନାହିଁ । ଯାହା ଯୋଗୁଁ ସେହି ଘରେ ଗରିବ ଏବଂ କ୍ଳେଶ ବଢି ଚାଲିଥାଏ ଓ ପରିବାରରେ କେବେ ଶାନ୍ତି ମିଳେ ନାହିଁ ।

ଆମର କର୍ଥବର୍ତ୍ତ ହିଁ ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ । ଯଦି ଆମେ କାହାକୁ କୋଠର ଶବ୍ଦ କହିବା, ତା ବଦଳରେ ସେ ମଧ୍ୟ ଆମକୁ କୋଠର ଉତ୍ତର ହିଁ ଦେବ । ଯଦିଓ ଆମେ ଆମ ମଧୁର ବଚନ କହିବ; ତେବେ ଏହା ଶୁଣିଥିବା ବ୍ୟକ୍ତିଙ୍କ ପାଖରେ ଆମର ଛବି ବହୁତ ଭଲ ହୋଇଥାଏ ଏବଂ ସେ ହୃଦୟର ସହିତ ଆମକୁ ସମ୍ମାନ କରନ୍ତି । ବିଷ୍ଣୁ ପୁରାଣରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି, ଯେଉଁମାନେ କୋଠର ବଚନ ଏବଂ ଅପଶବ୍ଦ ବ୍ୟବହାର କରନ୍ତି, ମାତା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଉପରେ ଅତ୍ୟାଧିକ କ୍ରୋଧିତ ହୁଅନ୍ତି ଏବଂ ତାଙ୍କ ଘରକୁ କେବେ ମଧ୍ୟ ଆସନ୍ତି ନାହିଁ । ଯାହାଫଳରେ ପରିବାରକୁ ଅନେକ ସଂକଟର ସମ୍ମୁଖୀନ ହେବାକୁ ପଡ଼େ । ଅର୍ଥ ଅର୍ଜନ କରିବା ପାଇଁ ହୁଏତ ଆମେ ବହୁତ ପରିଶ୍ରମ କରୁ ନା କାହିଁକି, ହେଲେ ଆମର ଅପଶବ୍ଦ କେବେ ଆମକୁ ଧନୀ କରେଇ ଦେବ ନାହିଁ ।

ଯେଉଁ ଘରର ସଦସ୍ୟମାନେ କଥା କଥାରେ ରାଗନ୍ତି ଏବଂ ନିଜ ଲୋକମାନଙ୍କୁ ଗାଳି ଦେଇ ଅପମାନିତ କରନ୍ତି, ସେହି ଘରେ ମାତା ଲକ୍ଷ୍ମୀ ରହିବା ପସନ୍ଦ କରନ୍ତି ନାହିଁ ।କ୍ରୋଧ ଆମକୁ ନକାରତ୍ମକ କାମ କରିବା ପାଇଁ ବାଧ୍ୟ କରିଦିଏ । ବହୁତ ଘରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଭାଙ୍ଗିବାର କାରଣ ତାଙ୍କର କ୍ରୋଧ ଏବଂ ଅହଂ ଭାବ ହୋଇଥାଏ । ଏହାର ବିପରୀତ ଯଦି ଘରେ ଆମେ କ୍ରୋଧ ବଦଳରେ ଶାନ୍ତିରେ ରହିବା, ତେବେ ଏହା ଆମର ସକାରାତ୍ମକ ଉର୍ଜାକୁ ଦର୍ଶାଇ ଥାଏ । ଯେଉଁ ଲୋକମାନେ ସ୍ୱଚ୍ଛତାର ସହିତ ଭଲ ପାଇବା ଏବଂ ନିଜ ଲୋକମାନଙ୍କୁ ସମ୍ମାନ କରିବା ଜାଣିଥାନ୍ତି, ମାତା ଲକ୍ଷ୍ମୀ ସର୍ବଦା ତାଙ୍କ ଉପରେ ନିଜର କୃପାଦୃଷ୍ଟି ରଖିଥାନ୍ତି ।

ଯେଉଁ ଘରେ ପଣ୍ଡିତ କିମ୍ବା ଧାର୍ମିକ ଗ୍ରନ୍ଥକୁ ଅପମାନ କରାଯାଏ, ସେହି ଘରରୁ ମାତା ଲକ୍ଷ୍ମୀ ସବୁଦିନ ପାଇଁ କ୍ରୋଧିତ ହୋଇ ଚାଲି ଯାଆନ୍ତି । ଧାର୍ମିକ ଗ୍ରନ୍ଥକୁ ବିଷ୍ଣୁ ପୁରାଣରେ ବହୁତ ଉଚ୍ଚ ଏବଂ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି । ଏହାଛଡା ଯେଉଁ ଘରେ ଦୀପ ଜଳା ଯାଏ ନାହିଁ, ସେହି ଘରେ ମଧ୍ୟ ଧନର ଦେବୀଙ୍କ କୃପା ମିଳିନଥାଏ ଏବଂ ମାତା ଲକ୍ଷ୍ମୀ କେବେ ସେହିପରି ଲୋକଙ୍କ ଘରକୁ ପୁନଶ୍ଚ ଫେରି ଆସନ୍ତି ନାହିଁ ।