ଗରୁଡ଼ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ବା ପୁରୁଷ ଏହି ୫ଟି କାମ କରିଥାନ୍ତି, ଲଷ୍ମୀ ମା ସେମାନଙ୍କୁ କୃପା କରନ୍ତି ନାହିଁ ।

Spread the love

ଯିଏ ଅନ୍ନର ଅପମାନ କରିଥାନ୍ତି ବା ସେଥିପ୍ରତି କିଛି ଘୃଣା ଭାବନା କରିଥାନ୍ତି, ତେବେ ମା ଲଷ୍ମୀ ସେମାନଙ୍କ ଉପରେ କ୍ରୋଧିତ ହୋଇପାରନ୍ତି ।

ଆମେ ଆମ ଜୀବନରେ ଏଭଳି କାର୍ଯ୍ୟ ଅନେକ ଥର କରିଥାଉ ଯାହାର ପ୍ରଭାବ ଆମ ଉପରେ ପଡ଼ିଥାଏ । ଆମେ ସେଗୁଡ଼ିକୁ ଆମ ଭାଗ୍ୟରେ ଲେଖା ହୋଇଛି ବୋଲି ଭାବିଥାଉ । ବେଳେବେଳେ ଆମେ ଏଭଳି କିଛି କାମ କରିଥାଉ, ଯେଉଁ ସମୟରେ କି ତାହାର ପରିଣାମ ଉପରେ ଧ୍ୟାନ ମଧ୍ୟ ନଥାଏ । ଗରୁଡ଼ ପୁରାଣରେ ଲେଖା ହୋଇଛି, ମା’ଲଷ୍ମୀ ନିଜ ଭକ୍ତଙ୍କ ଉପରେ ସବୁ ବେଳେ କୃପା ରଖିଥାନ୍ତି କିନ୍ତୁ ଏହା ଛଡା ଆପଣଙ୍କୁ କହିବାକୁ ଚାହୁଁଛୁ କି, ମା’ଲକ୍ଷ୍ମୀ ସେହି ସମୟରେ ଅଧିକ କ୍ରୋଧିତ ହୁଅନ୍ତି; ଯେତେବେଳେ କୌଣସି ବ୍ୟକ୍ତି ଏହି କାମ ଗୁଡ଼ିକ କରିଥାନ୍ତି । ତେଣୁ ଏହି ବିଷୟରେ ସମ୍ପୁର୍ଣ ରୂପେ ଆପଣଙ୍କୁ ଜଣାଥିବା ଉଚିତ; କେଉଁ କାମଗୁଡ଼ିକୁ ସ୍ତ୍ରୀ ବା ପୁରୁଷମାନେ କରିବା ଉଚିତ ନୁହଁ । ଆସନ୍ତୁ ଏ ବିଷୟରେ ଆମେ ଏବେ ସମ୍ପୁର୍ଣ ରୂପେ ଜାଣିବା ।

ହାତ ଓ ପାଦକୁ ସଫା ନ ରଖିବା –

ଯେଉଁ ବ୍ୟକ୍ତି ନିଜ ହାତ, ଗୋଡ଼କୁ ବା ଦାନ୍ତକୁ ସଫାସୁତର କରି ନଥାଏ ବା ନିଜର ଧ୍ୟାନ ରଖନ୍ତି ନାହିଁ । ସେମାନଙ୍କ ଉପରେ ମା’ ଲଷ୍ମୀ କେବେ ମଧ୍ୟ କୃପା କରିନଥାନ୍ତି । ଶାସ୍ତ୍ରରେ ମଧ୍ୟ ଏହା କୁହାଯାଇଛି; ଏଭଳି ଲୋକମାନେ ଅଳସୁଆ ହୋଇଯାନ୍ତି ଓ କୌଣସି ମଧ୍ୟ କାମ କରିବାକୁ ଇଚ୍ଛା ଲାଗି ନଥାଏ । ଏଥିପାଇଁ କୁହାଯାଇ ଥାଏ କି, ପ୍ରତ୍ୟେକ ସ୍ତ୍ରୀ ବା ପୁରୁଷକୁ ନିଜର ତଥା ହାତ, ଗୋଡ଼କୁ ମଧ୍ୟ ସଫାସୁତର ରଖିବା ଆବଶ୍ୟକ ।

ତୁଳସୀ ପତ୍ର ଦ୍ଵାରା ପୂଜା କରନ୍ତୁ ନାହିଁ –

ଯେଉଁ ବ୍ୟକ୍ତି ସ୍ନାନ କରି ନଥାନ୍ତି, କେଶକୁ ସଫା କରିନ୍ତି ନାହିଁ, ମଇଳା ପୋଷାକ ପିନ୍ଧୁଥାନ୍ତି ଓ ତୁଳସୀ ପତ୍ରକୁ ତୋଳି ପୂଜା କରିଥାନ୍ତି, ସେମାନଙ୍କ ପୂଜା କେବେ ମଧ୍ୟ ସଫଳ ହୋଇନଥାଏ । ଏଭଳି କାର୍ଯ୍ୟ କରିଲେ ମା’ଲଷ୍ମୀ କ୍ରୋଧିତ ହୋଇଯାନ୍ତି ଓ ଧନର ହାନି ହୋଇଥାଏ ।

ସୂର୍ଯ୍ୟୋଦୟ ପରେ ଶୋଇବା ଉଚିତ ନୁହଁ –

ଏହା କେବଳ ଗରୁଡ଼ ପୁରାଣରେ ହିଁ ନୁହଁ, ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି ଓ ଏହି ବିଷୟରେ ବଡ଼ ଲୋକମାନେ ମଧ୍ୟ କହିଥାନ୍ତି କି, କେବେ ମଧ୍ୟ ସୂର୍ଯ୍ୟୋଦୟ ହେବା ପରେ ଓ ସନ୍ଧ୍ୟାରେ ସୂର୍ଯ୍ୟୋସ୍ତ ହେବା ପରେ ଶୋଇବା ଉଚିତ ନୁହଁ । କାରଣ ଏହା ପ୍ରଭାବ ସିଧାସଳଖ ଆମ ଭାଗ୍ୟ ଉପରେ ପଡିଥାଏ । କେବଳ ଏତିକି ହିଁ ନୁହଁ; ଯଦି ଆପଣ ହାତରେ ଫୁଲ ଧରି ଦୀର୍ଘ ସମୟ ଧରି ଭଗବାନଙ୍କୁ ପୂଜାର୍ଚ୍ଚନା କରିବେ, ତେବେ ଆପଣଙ୍କର ଧନ ହାନି ହୋଇଥାଏ ।

ଅନ୍ନର ଅପମାନ କରିବା ଉଚିତ ନୁହଁ –

ଆପଣଙ୍କୁ କହିବାକୁ ଚାହୁଁଛୁ, ଯେଉଁ ବ୍ୟକ୍ତି ଅନ୍ନର ଅପମାନ କରିଥାନ୍ତି ବା ସେଥିପ୍ରତି କିଛି ଘୃଣା ଭାବନା କରିଥାନ୍ତି, ତେବେ ମା’ଲଷ୍ମୀ ସେମାନଙ୍କ ଉପରେ କ୍ରୋଧିତ ହୋଇପାରନ୍ତି ଓ ଆପଣଙ୍କ ଜୀବନରେ ଦାରିଦ୍ରତାର ଆଗମନ ହୋଇଯାଇଥାଏ ।

ବୃଦ୍ଧ ଲୋକଙ୍କୁ ଅପମାନ କରନ୍ତୁ ନାହିଁ –

ଗରୁଡ଼ ପୁରାଣରେ ଏହା ଉଲ୍ଲେଖ ହୋଇଛି; ଯେଉଁ ବ୍ୟକ୍ତି ନିଜ ଠାରୁ ବଡ଼ ବା ବୃଦ୍ଧ ଲୋକଙ୍କୁ ଆଦର କରିନଥାଏ ବା ଅପମାନ କରିଥାଏ ଓ ଭୋକ ଲାଗିବା ସମୟରେ କମ ମାତ୍ରାରେ ଖାଇବାକୁ ଦେଇଥାଏ, ସେହି ବ୍ୟକ୍ତିମାନଙ୍କୁ ମା’ଲଷ୍ମୀଙ୍କର କ୍ରୋଧକୁ ସାମ୍ନା କରିବାକୁ ପଡ଼ିବ । ଏହା ସହ ଜୀବନରେ ଯେତେ ମଧ୍ୟ ସୁଖ ଶାନ୍ତି ପାଇଥିବ ତାହା ସବୁ ଚାଲିଯାଇଥାଏ ।