ମା ବାପା ଦୁହେଁ କଲେକ୍ଟର ତଥାପି ତାଙ୍କର ଦୁଇ ବର୍ଷର ପୁଅ ସରକାରୀ ଅଙ୍ଗନବାଡି କେନ୍ଦ୍ରରେ….

Spread the love

ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କିମାରେ ଯେ, ସରକାରୀ ସ୍କୁଲରେ ନେତା, ଧନୀକ ଶ୍ରେଣୀ, ସରକାରୀ କର୍ମଚାରୀମାନେ ସେମାନଙ୍କ ଛୁଆକୁ କହିଁକି ପାଠ ପଢ଼ାଉ ନାହାନ୍ତି । କ’ଣ ସରକାରୀ ଦିଦ୍ୟାଳୟ ଗୁଡିକ ଏତେ ଖରାପ, ସେଠି କଣ କେବଳ ଗରିବ ପିଲାମାନେ ହିଁ ପାଠ ପଢିବା ପାଇଁ ଖୋଲାଯାଇଛି ?

ଦେଶର ମହିଳା ଆ.ଏ.ଏସ୍ ଏମିତି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଯାହା ଜାଣିବା ପରେ ମଧ୍ୟ ବିଶ୍ୱାସ ହେବ ନାହିଁ । “ଉଚ୍ଚ ଲୋକଙ୍କର ଉଚ୍ଚ ପସନ୍ଦ” ଏମିତିକା ଲୋକବାଣୀ ବା ଲୋକକଥା ଆପଣ ନିଶ୍ଚିତ ଶୁଣି ଥିବେ । କିନ୍ତୁ ଏହି ଲୋକଙ୍କ କଥାକୁ ଚମୋଲିର କଲେକ୍ଟର ସ୍ୱାତି ଭଦୌରିଆ  ଭୁଲ ପ୍ରମାଣିତ କରିଛନ୍ତି । ଆସନ୍ତୁ ଜାଣିବା ଏମିତି କାହିଁକି ତାଙ୍କର ପୁଅକୁ ସରକାରୀ ଅଙ୍ଗନବାଡି ସ୍କୁଲରେ ପଢ଼ାଉଛନ୍ତି ।

1) ଉତ୍ତରାଖଣ୍ଡରେ ଚମୋଲିର କଲେକ୍ଟର ସ୍ଵାତି ଭଦୌରିଆ ଏମିତି ଏକ ଦୃଷ୍ଟାନ୍ତ କରି ଦେଇଛନ୍ତି ଯେ, ଯାହାର କି ସୋସିଆଲ ମେଡିଆରେ ବହୁତ ପ୍ରଶଂସା ହେଉଅଛି । କଥା ଏହା ଯେ ସ୍ୱାତି ତାଙ୍କର ଦୁଇ ବର୍ଷର ପୁଅ ଅଭ୍ୟୁଦୟକୁ ସହରର କୌଣସି ପ୍ରତିଷ୍ଠିତ ଦାମିକା ସ୍କୁଲକୁ ନ ପଠେଇ ସରକାରୀ ଅଙ୍ଗନବାଡି କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।

2) ଇଣ୍ଟରଭ୍ୟୁରେ ସ୍ୱାତି ଭଦୌରିଆ କହିଲେ ଯେ, ମୋର ପୁଅ ମଧ୍ୟ ଦେଶର ସବୁ ଗରିବ ପିଲାଙ୍କ ଭଳିଆ ଅଟେ । ଆଉ ସେ ବି ଆଗକୁ ପଢି ଆମ ଭଳିଆ କଲେକ୍ଟର ହେଉ । ଯାହାକି ଦେଶ ପାଇଁ ଏକ ସନ୍ଦେଶ ଆଉ ଦୃଷ୍ଟାନ୍ତ ହୋଇ ରହିବ । ଆପଣଙ୍କୁ ଏହି କଥା ମଧ୍ୟ ଜଣାଇ ଦେଉଛୁ ଯେ, ସ୍ୱାତି ଭଦୌରିଆଙ୍କ ସ୍ୱାମୀ ମଧ୍ୟ ଜଣେ କଲେକ୍ଟର ଅଟନ୍ତି ।

3) ସବୁ ଭାରତୀୟ ନାଗରିକଙ୍କ ମନରେ ଯଦି ଏହାଙ୍କ ଭଳି ଚିନ୍ତାଧାରା ଆସିଯାଏ ତେବେ ସେ ଦିନ ଆଉ ବେଶୀ ଦୂର ରୁହଂତା ନୁହେଁ ଯାହାକି ଭାରତକୁ ସୁନାର ଚଢେଇ ନାମରେ ପ୍ରସିଦ୍ଧ କରିବ ପାଇଁ । ସ୍ୱାତି ଆଜି ମଧ୍ୟ ସାଧାରଣ ଜୀବନ ଯାପନ ଶୈଳୀକୁ (ସିମ୍ପଲ ଲାଇଫ ଷ୍ଟାଇଲ ଫୋଲ) ଅନୁସରଣ କରି ଆସୁଛନ୍ତି । ଅଧିକାଂଶ ସମୟରେ ସରକାରୀ ବସରେ ହିଁ ଅଫିସ ଯିବା ଆସିବା କରିଥାନ୍ତି ।