କଳିଯୁଗ ଝିଅ: ନିଜର ବୁଢା ବାପା ମାଆଁ ଙ୍କୁ ଘରୁ ବାହାର କରି ଦେଲା, ଆଉ ତା’ପରେ ମା’ବାପା ନେଲେ ଏହି ପଦକ୍ଷେପ

Spread the love

ମା’ବାପାଙ୍କୁ ଏହି ଦୁନିଆରେ ଦ୍ଵିତୀୟ ଭଗବାନଙ୍କର ସ୍ଥାନ ଦିଆଯାଇଛି । ଜଣେ ଛୁଆ ଜନ୍ମ ହେବା ଠାରୁବଡ ହେବ ପର୍ଯ୍ୟନ୍ତ ତା’ର ଲାଳନପାଳରେ ସବୁ ଠାରୁ ବଡ଼ ହାତ ତା’ର ମା’ବାପାଙ୍କର ଥାଏ । ପ୍ରତି ମା’ବାପା ତାଙ୍କ ପିଲାଙ୍କୁ ଗୋଟେ ରାଜାଙ୍କ ଛୁଆ ପରି ପାଳନ କରିଥାନ୍ତି, ଯାହା ଫଳରେ ତାଙ୍କର ସେଇ ପିଲା ବଡ଼ ହେଲେ ତାଙ୍କର ଦେଖା ଶୁଣା କରିବ । କିନ୍ତୁ ଯଦି ସେଇ ପିଲା ତାଙ୍କୁ କଷ୍ଟ ଦିଏ ତେବେ ବୁଢା ମା’ବାପା ଜେଇଁ ଥାଉ ଥାଉ ମରି ଯାଆନ୍ତି । କିଛି ଏମିତି ଏକ କାଣ୍ଡ ଏବେ ନଜରକୁ ଆସିଛି । ଆଜିକାର ଏହି ଦୁନିଆରେ ଜଣେ ଝିଅ ତା’ର 90 ବର୍ଷ ବୃଦ୍ଧ ପିତା ଓ 80 ବର୍ଷ ବୃଦ୍ଧି ମାତାଙ୍କୁ ଘରୁ ବାହାର କରି ଦେଇଛି । ଏହି ଘଟଣା କର୍ଣ୍ଣାଟକର ଅଟେ । ନିଜ ଝିଅ ଦ୍ୱାରା ଠୁକର ଖାଇଲା ପରେ ଏହି ବୃଦ୍ଧ ଦମ୍ପତିଙ୍କୁ ରାସ୍ତା କଡର ଫୁଟ୍-ଫାତ୍ ଓ ଟେଣ୍ଟର ସାହାରା ନେବାକୁ ପଡିଲା । ଦୁଇ ଦିନ ସଡକରେ ବିତେଇବା ପରେ ଯେବେ ପୋଲି କୁ ଏହି ଘଟଣା ବିଷୟରେ ଜଣା ପଡିଲା ତ ସେମାନେ ସେ ବୟସ୍କ ଦମ୍ପତିଙ୍କୁ ନିକଟସ୍ଥ ବୃଦ୍ଧାଶ୍ରମ ପଠେଇ ଦେଲେ ।

ଆପଣଙ୍କୁ ଜାଣିଇ ଦେଉଛୁ ଯେ, ଏହି ପୁରା ଘଟଣା ଲକ୍ଷ୍ମଶ୍ୱର ନିବାସୀ 90 ବର୍ଷୀୟ ସୂର୍ଯ୍ୟକାନ୍ତ ଆଉ ତାଙ୍କର 80 ବର୍ଷୀୟା ପତ୍ନୀ କମଲମାଙ୍କର ଅଟେ । ଏକ ରିପୋର୍ଟ ଅନୁସାରେ ଏହି ଦୁଇ ଜଣ ବୃଦ୍ଧ ବୃଦ୍ଧା କିଛି ଦିନ ପୂର୍ବରୁ ହୁବେଲିର ଏକ ମନ୍ଦିରରେ ପହଞ୍ଚି ଥିଲେ । ସେଠାରେ ଏହି ବୃଦ୍ଧ ଦାମ୍ପତ୍ୟ ଦୁହେଁ ମନ୍ଦିରରେ ସେବା କଲେ । ଏହି ଦୁହେଁ ମନ୍ଦିରରେ ଯେତେ ଦିନ ବି ରହିଲେ ନିଜର ଶ୍ରଦ୍ଧା ଓ ଭକ୍ତିରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଆଉ ତା’ପରେ ସେମାନେ ନିଜର ଝିଅ ଘରକୁ ରହିବା ପାଇଁ କର୍ଣ୍ଣାଟକ ଆଡେ ବାହାରିଲେ ।

ବୟସ୍କ ଦମ୍ପତି ଦୁହେଁଙ୍କ କଥିବା କଥା ଯେ, ଆରମ୍ଭରୁ ଅର୍ଥାତ ପୂର୍ବରୁ ସବୁ କିଛି ଠିକ-ଠାକ ଚାଲୁଥିଲା । କିନ୍ତୁ କିଛି ଦିନ ବିତିବା ପରେ ତାଙ୍କର ଝିଅ ତାଙ୍କୁ ଘରୁ ଚାଲି ଯିବା ପାଇଁ କହିଲେ । ଘରୁ ବାହାରିବା ପରେ ତାଙ୍କର ରହିବା ପାଇଁ ଆଉ କିଛି ଠିକଣା ନ ଥିଲା । ଆଉ ତା’ପରେ ସେ ହୁବେଲି ବସ୍ ଷ୍ଟାଣ୍ଡକୁ ନିଜର ଆଶ୍ରୟ ସ୍ଥଳୀ କରିଥିଲେ । ଆଉ ସେଠାରେ ସେ ଦୁଇ ଦିନ ରହିଲେ । ଯେବେ ଆଖ ପାଖର ଲୋକେ ସେଠାରେ ରହିବାର କାରଣ ପଚାରିଲେ ତ ସେମାନେ ତାଙ୍କ ସହିତ ହୋଇଥିବା ପୁରା ଘଟଣା କହିଥିଲେ । ଯାତ୍ରୀମାନଙ୍କୁ ନିଜର ଦୁଖଃଦପୂର୍ଣ୍ଣ କଥା କହୁଥିବା ସମୟରେ ପରିବହନ ନିଗମର ଅଧିକାରୀମାନେ ଏବଂ ଅଟୋଚାଳକମାନେ ସୂର୍ଯ୍ୟକାନ୍ତ ସହିତ କଥା ହେଲେ ।

ବସ୍ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଜଣେ ଅଧିକାରୀ କହିଲେ ଯେ, ସେ ବସ୍ ଷ୍ଟାଣ୍ଡ ପହଁଚିବା ପରେ ତାଙ୍କର ସାକ୍ଷାତ ଏହି ଦମ୍ପତିଙ୍କ ସହିତ ହୋଇ ଥିଲା । ସକାଳେ ବହୁତ ଶୀତ ଯୋଗୁଁ ସେମାନଙ୍କ ଦେହ କମ୍ପୁ ଥିଲା, ତା’ପରେ ତାଙ୍କୁ ପଚାରିବାରୁ ସେ ଦମ୍ପତି ଦୁହେଁ ସବୁ କଥା କହିଲେ । ତା’ପରେ ତାଙ୍କୁ ଜଣେ ଅଟୋ ଵାଲା ସାହାଯ୍ୟରେ ଏକ ବୃଦ୍ଧାଶ୍ରମରେ ଛାଡିବାକୁ ନେଇଥିଲେ କିନ୍ତୁ ବୃଦ୍ଧ ଦାମ୍ପତ୍ୟ ଦୁହେଁକ କୌଣସି ID ପ୍ରୁଫ ନ ଥିବାରୁ ଆଶ୍ରମରେ ତାଙ୍କୁ ଆଶ୍ରୟ ଦେଲେ ନାହିଁ । ତା’ପରେ ସେଠାକାର ପରିବହନ ଅଧିକାରୀ ଓ ଅଟୋ ଵାଲାମାନେ ପୋଲିସକୁ ଖବର ଦେଲେ ଆଉ ପୋଲିସ ଆସି ଏହି ମାମଲାରେ ହସ୍ତକ୍ଷେପ କଲେ ଆଉ ତାଙ୍କୁ ନେଇ ପୁଣି ବୃଦ୍ଧାଶ୍ରମରେ ଛାଡିବାର ବ୍ୟବସ୍ଥା କରି ଦେଲେ ।