କର୍କଟ ଓ ଆସ୍ଥମା ପରି ରୋଗ ପାଇଁ ଉପଯୁକ୍ତ ଉପାୟ ହେଲା ଲିଚୁ ! ଜାଣନ୍ତୁ ଏହାର ସେବନରୁ ହେଉଥିବା ଲାଭ ।

ବିହାରରେ ଏବେ ଚମକି ଜ୍ଵର ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ବିହାରରେ କେତେ ନିରୀହ ନିଜ ଜୀବନ ହରାଇଛନ୍ତି । ସେଠାକାର ଆଞ୍ଚଳିକ ଭାଷାରେ ଏହି ଜ୍ଵରକୁ ଚମକି ଜ୍ଵର କୁହାଯାଉଛି । କିନ୍ତୁ ବୈଜ୍ଞାନିକ ଭାଷାରେ ଏହା ଏକ୍ୟୁଟ ଇନ୍ସେଫ୍ଲାଇଟିସ ସିଣ୍ଡ୍ରମ (ଏଇସ) କୁହାଯାଏ । ଏହି ଜ୍ଵର କାରଣରୁ ମୃତ ଶିଶୁଙ୍କ ସଂଖ୍ୟା ବଢି ବଢି ଚାଲିଛି ।
ଏହି ଜ୍ଵରକୁ ଅଟକାଇବା ପାଇଁ କେତେ ଚେଷ୍ଟା କରାଯାଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜ୍ଵରରୁ ନିସ୍ତାର ପାଇବା ପାଇଁ କିଛି ଉପାୟ ବାହାରି ନାହିଁ । କୁହାଯାଉଛି ଯେ, ଏହି ଜ୍ଵର ଲିଚୁ ଫଳ ଖାଇବା ଦ୍ୱାରା ହେଉଛି । ବହୁତ ସମୟରୁ ଖବରଟି ଶୁଣିବାକୁ ମିଳୁଛି ଯେ, ଏହି ଜ୍ଵର ପାଇଁ ଲିଚୁକୁ ଦାୟୀ କରାଯାଉଛି । ଏମିତି କୁହାଯାଉଛି କି ଲିଚୁରୁ ବାହାରୁ ଥିବା ବିଷାକ୍ତ ପଦାର୍ଥ କାରଣରୁ ଶିଶୁଙ୍କ ମୃତ୍ୟୁ ହେଉଛି । ମାତ୍ର ଯେତେବେଳେ ବିଶେଷଜ୍ଞଙ୍କ ସହ ବିଚାର ବିମାର୍ଚ କରାଗଲା, ସେମାନେ କହିଲେ ଯେ ଲିଚୁ କେବଳ କୁପୋଷଣ ଅଥବା ଗର୍ଭାବସ୍ଥା ପରି ମାମଲାରେ ବିପଦ ସାବ୍ୟସ୍ତ ହୋଇଥାଏ । ଏହି ଜ୍ଵର ଓ ଲିଚୁ ମଧ୍ୟରେ ଏମିତି କିଛି ଯୋଗାଯୋଗ କିଛି ନାହିଁ । ତେବେ ଚାଲନ୍ତୁ ବର୍ତ୍ତମାନ ଆପଣଙ୍କୁ ଜଣାଇବୁ ଲିଚୁ ଖାଇବା ଦ୍ଵାରା ଶରୀରକୁ କଣ ଲାଭ ମିଳେ ।
ଲିଚୁରୁ ହେଉଥିବା ଲାଭ :
ହୃଦୟ ପାଇଁ :
ଲିଚୁରେ କେରୋଟିନ ଓ ଓଳିଗୋନୋଲ ନାମକ ପଦାର୍ଥ ଭରପୁର ମାତ୍ରାରେ ମିଳେ । ଏହା ହୃଦୟକୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରେ । ଏହା ସହିତ ଲିଚୁ କର୍କଟ ପରି କୋଷିକାଗୁଡିକୁ ଶରୀର ମଧ୍ୟରେ ବଢିବାରୁ ରୋକିଥାଏ ।
ଥଣ୍ଡା ଲାଗିବାରୁ :
ଯଦି ଆପଣଙ୍କୁ ଥଣ୍ଡା ଲାଗି ଯାଇଛି, ତେବେ ଆପଣ ଲିଚୁ ସେବନ କଲେ ବହୁତ ଆରାମ ମିଳିବ । କାରଣ ଲିଚୁରେ ଏମିତି ତତ୍ତ୍ୱ ରହିଛି, ଯାହା ଶରୀରରେ ଗରମ ସୃଷ୍ଟି କରିବାରେ ସାହାଯ୍ୟ କରେ ।
ଅସ୍ଥମାରୁ ରକ୍ଷା :
ସେହିପରି ଅସ୍ଥମାରୁ ପୀଡିତ ଲୋକମାନଙ୍କ ପାଇଁ ମଧ୍ୟ ଲିଚୁର ସେବନ ବହୁତ ଲାଭଦାୟକ ଅଟେ । ଅସ୍ଥମାରୁ ପୀଡିତ ଲୋକମାନେ ଲିଚୁ ସେବନ କଲେ ବହୁତ ଆରାମ ମିଳିଥାଏ । ଡାକ୍ତରମାନେ ମଧ୍ୟ ଅସ୍ଥମାରେ ପୀଡିତ ରୋଗୀଙ୍କୁ ଲିଚୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।
କାଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳେ :
ଆପଣଙ୍କୁ କହି ରଖୁଛୁ ଯେ, ଲିଚୁ କଷ୍ଟକଠିନ୍ୟ ଜନିତ ସମସ୍ୟାରେ ମଧ୍ୟ ବହୁତ ଲାଭଦାୟକ ଅଟେ । ଲିଚୁର ସେବନରେ ଅନେକ ସମସ୍ୟା ଦୂର ହୋଇଯାଏ ।
ମୋଟା କମାଇବାରେ :
ଲିଚୁ ଖାଇବାରେ ସ୍ୱାଦିଷ୍ଟ ଅଟେ । ହିଁ, ସାଥିରେ ଏହା ମୋଟାପଣ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଲିଚୁରେ ମିଳୁଥିବା ତତ୍ତ୍ୱ ଶରୀରର ଇମ୍ୟୁନ ସିଷ୍ଟମକୁ ଦୃଢ କରିଥାଏ, ଯାହା ଆପଣଙ୍କ ଶରୀରର ଓଜନ ବଢିବାରୁ ରୋକିଥାଏ ।
ଲିଚୁରେ ଏମିତି କିଛି ପୋଷଣ ଥାଏ, ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାର ସେବନରୁ ଆମ ଶରୀରକୁ ମାଙ୍ଗାନିଜ, ମାଗ୍ନେସିଅମ, କପର, ଆୟରନ ଓ ଫୋଲେଟ ପରି କେତେକ ପୋଷାକ ମିଳିଥାଏ ।