ଆପଣଙ୍କ lucky ସଂଖ୍ୟାରୁ ଜାଣନ୍ତୁ ଆପଣଙ୍କର ଭଲ ସମୟ ।

Spread the love

ପ୍ରାଚୀନ କାଳରୁ ହିଁ ମାନବ ଜାତିର ମନରେ ଭାଗ୍ୟ ର ରହସ୍ୟକୁ ସମ୍ପୁର୍ଣରୂପେ ଜାଣିବାକୁ ସବୁବେଳେ ଲାଳସା ରହି ଆସୁଛନ୍ତି । ଏହି ଲାଳସା ହିଁ ଜ୍ୟୋତିଷ ବିଦ୍ୟାକୁ ଜନ୍ମ କରିଲା । ମାନବ, ଗ୍ରହର ଚାଲି ର ସୂକ୍ଷ୍ମ ଅଧ୍ୟୟନ କରି ଭୌତିକ ଓ ମାନବ ଜୀବନରେ ଘଟିତ ହେବାକୁ ଥିବା ଘଟଣା ଉପରେ ସେମାନଙ୍କ ପ୍ରଭାବକୁ ଜାଣିବାକୁ ଚେଷ୍ଟା କରିଲେ ।

ଏହି କ୍ରମରେ ସେମାନେ ଅନୁଭବ କରିଲେ କି ଗ୍ରହ ସହିତ ଅଙ୍କ ମଧ୍ୟ ଜୀବନର ଘଟଣା ମାନଙ୍କ ଉପରେ ପ୍ରଭାବ ପକାଇଥାଏ । ଅଙ୍କର ରହସ୍ୟ ଓ ଶକ୍ତିର ରହସ୍ୟ ଜାଣିବାପାଇଁ ପ୍ରୟାସ ବହୁ ବର୍ଷରୁ ହେଉଅଛି ।

ପ୍ରାଚୀନ କାଳରେ ମୁନି ଋଷି ମାନଙ୍କୁ ଅଙ୍କର ଶକ୍ତି ଜଣାଥିଲା କିନ୍ତୁ ସମ୍ପୂର୍ଣ ବିଦ୍ୟାକୁ ସେମାନେ ଦୁନିଆକୁ ଦେଇନଥିଲେ । ତନ୍ତ୍ରର ଅଙ୍କ ଚକ୍ର ତ ଏବେ ମଧ୍ୟ ମିଳିଯିବ କିନ୍ତୁ ସେମାନଙ୍କ ଫଳରେ କେଉଁ ଗଣିତ ଥିଲା ତାହା କହିପାରିବା ସମ୍ଭବ ନୁହେଁ । ଯାହା ହେଲେମଧ୍ୟ ଯାହା ମଧ୍ୟ ସେମାନଙ୍କଠାରୁ ପାଇଛନ୍ତି, ସେଗୁଡିକୁ ଆଗକୁ ନେବାପାଇଁ ପ୍ରୟାସ କରିବା ଉଚିତ ଓ ଏଥିପାଇଁ ଅନୁସନ୍ଧାନ କରିବା ଉଚିତ ।

ଏହି କ୍ରମରେ ସଂଯୋଗ ଅଙ୍କ ବା ଭାଗ୍ୟ ଅଙ୍କର ଖେଳ ମାନବ ଜୀବନରେ କେଉଁଭଳି ହୋଇଥାଏ, ଗୋଟିଏ ସୁନ୍ଦର ଗଣନା ଅଛି ଜ୍ୟୋତିଷ ବିଦ୍ୟାରେ । ଜନ୍ମ ର ଇଂଗ୍ରେଜ ତାରିଖ, ମାସ, ବର୍ଷକୁ ମିଶାଇ ଭାଗ୍ୟ ଅଙ୍କ କରାଯାଇଥାଏ । ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତିର ଜନ୍ମ ୨୪ – ୬ – ୧୮୮୩ ରେ ହେଇଥିଲା ।

ତାରିଖ – ୨୪ = ୨ + ୪ = ୬
ମାସ – ୬
ମସିହା – ୧+୮+୮+୩= ୨୦

ଏହି ତିନୋଟି କୁ ଯୋଡିଲେ ( ୬+୬+୨୦ ) = ୩୨ ଅଙ୍କ ଆସିଲା । ଏବେ ୩+୨ ଯୋଡି ସୂକ୍ଷ୍ମ ସଂଖ୍ୟା ୫ ବାହାର କରିଲୁ । ଏହି ଅଙ୍କର ବହୁତ ମହତ୍ତ୍ୱ ରହିଛି ତେଣୁ ଏହାକୁ ଭାଗ୍ୟର ଅଙ୍କ କୁହାଯାଏ ।

୧ର ମିତ୍ର ଅଙ୍କ ୩,୫,୭ । ୨ର ମିତ୍ର ଅଙ୍କ ୪ ଓ ୮ ଅଟେ । ୩ର ମିତ୍ର ଅଙ୍କ ୧,୫,୭,୬,୯ ଅଟେ । ୪ର ମିତ୍ର ଅଙ୍କ ୨ ଓ ୮ ଅଟେ । ୫ର ମିତ୍ର ଅଙ୍କ ୧,୩,୭ ଓ ୧୦ ଅଟେ । ୬ର ମିତ୍ର ଅଙ୍କ ୩ ଓ ୯ ଅଟେ । ୭ର ମିତ୍ର ଅଙ୍କ ୧,୩,୫ ଅଟେ । ୮ର ମିତ୍ର ଅଙ୍କ ୨ ଓ ୪ ଅଟେ । ୯ର ମିତ୍ର ଅଙ୍କ ୩ ଓ ୬ ଅଟେ । କୁଳ ଭାଗ୍ୟ ସଂଖ୍ୟା ୯ ହେଲା ଓ ସବୁ ଅଙ୍କାକୁ ଯୋଡ଼ିକରି ୧ ରୁ ୯ ସଂଖ୍ୟାର ସୂକ୍ଷ୍ମ ଅଙ୍କ କରାଯାଇଥାଏ ।

● ଭାଗ୍ୟ ଅଙ୍କ – ୧ – ଭାଗ୍ୟ ଅଙ୍କ ୧ ପାଇଁ ଶୁଭ ବାର – ରବିବାର ଓ ଗୁରୁବାର ଅଟେ । ଶୁଭ ମାସ – ଫେବୃଆରୀ, ମାର୍ଚ୍ଚ, ମେ, ଜୁଲାଇ ଓ ଅକ୍ଟୋବର ଅଟେ । ଶୁଭ ତାରିଖ – ୧, ୧୦, ୧୯,ଓ ୨୮ ଅଟେ ।

● ଭାଗ୍ୟ ଅଙ୍କ – ୨ – ଭାଗ୍ୟ ଅଙ୍କ ୨ ପାଇଁ ଶୁଭ ବାର – ସୋମବାର ଓ ବୁଧବାର ଅଟେ । ଶୁଭ ମାସ – ଫେବୃଆରୀ , ଅପ୍ରେଲ, ଅଗଷ୍ଟ ଓ ନଭେମ୍ବର ଅଟେ । ଶୁଭ ତାରିଖ – ୨,୪,୮,୧୧,୧୬,୨୦,୨୬,୨୯, ଓ ୩୦ ଅଟେ ।

● ଭାଗ୍ୟ ଅଙ୍କ – ୩ – ଭାଗ୍ୟ ଅଙ୍କ ୩ ପାଇଁ ଶୁଭ ବାର – ମଙ୍ଗଳବାର ଓ ଶୁକ୍ରବାର ଅଟେ । ଶୁଭ ମାସ – ମାର୍ଚ୍ଚ, ମେ, ଜୁନ, ଜୁଆଇ ଓ ସେପ୍ଟେମ୍ବର ଅଟେ । ଶୁଭ ତାରିଖ – ୩,୬,୭,୧୨,୧୫,୧୮,୨୦,୨୧,୨୪,୨୭ ଓ ୩୦ ଅଟେ ।

● ଭାଗ୍ୟ ଅଙ୍କ – ୪ – ଭାଗ୍ୟ ଅଙ୍କ ୪ ପାଇଁ ଶୁଭ ବାର – ବୁଧବାର ଓ ଶୁକ୍ରବାର ଅଟେ । ଶୁଭ ମାସ – ଫେବୃଆରୀ, ଅପ୍ରେଲ ଅଗଷ୍ଟ ଅଟେ । ଶୁଭ ତାରିଖ – ୨,୪,୮,୧୩,୧୬,୨୦, ୨୨,୨୬ ଓ ୩୧ ଅଟେ ।

● ଭାଗ୍ୟ ଅଙ୍କ – ୫ – ଭାଗ୍ୟ ଅଙ୍କ ୫ ପାଇଁ ଶୁଭ ବାର – ଗୁରୁବାର ଓ ବୁଧବାର ଅଟେ । ଶୁଭ ମାସ – ଜାନୁଆରୀ, ମାର୍ଚ୍ଚ, ମେ, ଜୁଲାଇ ଅଟେ । ଶୁଭ ତାରିଖ – ୫,୧୦,୧୪,୧୯,,୨୩,୨୫ ଓ ୨୮ ଅଟେ ।

● ଭାଗ୍ୟ ଅଙ୍କ – ୬ – ଭାଗ୍ୟ ଅଙ୍କ ୬ ପାଇଁ ଶୁଭ ବାର – ଶୁକ୍ରବାର ଓ ମଙ୍ଗଳବାର ଅଟେ । ଶୁଭ ମାସ -ଜୁନ, ସେପ୍ଟେମ୍ବର ଓ ଡ଼ିସେମ୍ବର ଅଟେ । ଶୁଭ ତାରିଖ -୬,୯,୧୫,୧୮ ଓ ୨୪ ଅଟେ ।

● ଭାଗ୍ୟ ଅଙ୍କ – ୭- ଭାଗ୍ୟ ଅଙ୍କ ୭ ପାଇଁ ଶୁଭ ବାର – ଶନିବାର, ଗୁରୁବାର ଓ ବୁଧବାର ଅଟେ । ଶୁଭ ମାସ – ଜାନୁଆରୀ, ମାର୍ଚ୍ଚ, ମେ, ଜୁଲାଇ ଅଟେ । ଶୁଭ ତାରିଖ – ୭,୧୪, ୧୬,୧୭ ଓ ୨୬ ଅଟେ ।

● ଭାଗ୍ୟ ଅଙ୍କ – ୮ – ଭାଗ୍ୟ ଅଙ୍କ ୮ ପାଇଁ ଶୁଭ ବାର – ସୋମବାର ଓ ବୁଧବାର ଅଟେ । ଶୁଭ ମାସ – ଜାନୁଆରୀ, ଫେବୃଆରୀ, ଅପ୍ରେଲ ଓ ଅଗଷ୍ଟ ଅଟେ । ଶୁଭ ତାରିଖ – ୪,୮,୧୬,୧୭ ଓ ୨୬ ଅଟେ ।

● ଭାଗ୍ୟ ଅଙ୍କ – ୯ – ଭାଗ୍ୟ ଅଙ୍କ ୯ ପାଇଁ ଶୁଭ ବାର – ମଙ୍ଗଳବାର ଓ ଶୁକ୍ରବାର ଅଟେ । ଶୁଭ ମାସ – ମାର୍ଚ୍ଚ, ଜୁନ ଓ ସେପ୍ଟେମ୍ବର ଅଟେ । ଶୁଭ ତାରିଖ – ୯,୧୫,୧୮ ଓ ୨୭ ଅଟେ ।