ରାନୁ ମଣ୍ଡଳଙ୍କ ପରି କେବେ ଏମାନେ ମଧ୍ୟ ଅଜଣା ଅଚିହ୍ନା ଭାବରେ ଜୀବନଯାପନ କରୁଥିଲେ କିନ୍ତୁ ରାତାରାତି ଖୋଲିଗଲା ଏମାନଙ୍କ ଭାଗ୍ୟ…! ଜାଣନ୍ତୁ ସେହି ବ୍ୟକ୍ତିମାନଙ୍କୁ

Spread the love

ପଶ୍ଚିମବଙ୍ଗର ରାଣାଘାଟ ରେଳୱେ ଷ୍ଟେସନରେ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ପ୍ରସିଦ୍ଧ ଗୀତଗୁଡ଼ିକୁ ଗାଇ ନିଜର ଜୀବନଯାପନ କରୁଥିବା ରାନୁ ମଣ୍ଡଳଙ୍କ ଭାଗ୍ୟ ବଦଳି ଗଲା । ଏହାକୁ ସୋସିଆଲ ମିଡ଼ିଆର ହିଁ ପ୍ରଭାବ କୁହାଯାଏ, ଯାହା କାରଣରୁ ରାନୁ କୋଲକାତାର ସଡ଼କରୁ ଉଠି ବଲିଉଡ଼ ଦୁନିଆକୁ ଯାତ୍ରା ଆରମ୍ଭ କରି ପାରିଛନ୍ତି । ଶୀଘ୍ର ହିଁ ରାନୁ ମଣ୍ଡଳ ବଲିଉଡ଼ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆଙ୍କ ସହିତ ଗୋଟିଏ ବଡ଼ ପରଦାରେ ଗୀତ ପରିବେଷଣ କରୁଥିବାର ନଜର ଆସିଥିଲେ । ଆପଣମାନଙ୍କୁ ଜଣାଇଦେଉଛୁ ଯେ, ରାନୁ ମଣ୍ଡଳଙ୍କ ବ୍ୟତୀତ ଆହୁରି ମଧ୍ୟ ଅନେକ ଲୋକ ଅଛନ୍ତି; ଯେଉଁମାନଙ୍କ ଜୀବନ ରାତାରାତି ପରିବର୍ତ୍ତନ ହୋଇଯାଇଛି । ଆଜି ଆମେ ଆପଣଙ୍କୁ ଏପରି ଲୋକମାନଙ୍କ ସହିତ ପରିଚିତ କରାଇବୁ ଯେଉଁମାନେ ନିଜ ସଫଳତା ପୂର୍ବରୁ କେବେ ଅଜଣା ଭାବରେ ଜୀବନଯାପନ କରୁଥିଲେ କିନ୍ତୁ ତାଙ୍କ ପ୍ରତିଭାଙ୍କୁ ସୋସିଆଲ ମିଡ଼ିଆ ୟୁଜର୍ସମାନେ ଚିହ୍ନି ପାରିଲେ ଏବଂ ତାଙ୍କୁ କଳାକାର କରିଦେଲେ ।

୧) ରାନୁ ମଣ୍ଡଳ :

ରାନୁ ମଣ୍ଡଳଙ୍କ ଅଧା ଜୀବନ ରେଳୱେ ପ୍ଲାଟଫର୍ମ ଏବଂ ଷ୍ଟେସନରେ ବିତି ସାରିଛି । ସାଧାରଣତଃ ସେ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଗୀତ ଗାଇ ନିଜର ଜୀବିକା ନିର୍ବାହ କରୁଥିଲେ । ଦିନେ ସେଠାରୁ ଯାଉଥିବା ବେଳେ ଯତୀନ୍ଦ୍ର ଚକ୍ରବର୍ତ୍ତୀ ରାନୁଙ୍କ ଗୀତ ଶୁଣିଲେ । ସେ ରାନୁ ଗୀତ ଗାଉଥିବାର ଭିଡ଼ିଓ ନିଜ ମୋବାଇଲରେ ରେକୋର୍ଡ କରିଲେ ଏବଂ ସେହି ଭିଡିଓକୁ ସୋସିଆଲ ମିଡ଼ିଆରେ ଉପଲୋଡ଼ କରିଦେଲେ । ରାନୁ ସେହି ଭିଡିଓରେ ‘ପ୍ୟାର କା ନଗମା ହେ’ ଗୀତ ଗାଉଥିବାର ଦେଖି ସମସ୍ତ ଲୋକ ତାଙ୍କ ସ୍ୱରରେ ପ୍ରଭାବିତ ହୋଇଗଲେ । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏତିକି ଭାଇରଲ ହେଲା ଯେ, ଲୋକମାନେ ରାନୁଙ୍କ ପାଇଁ କେମ୍ପେନ ଚଳାଇବା ଆରମ୍ଭ କରିଦେଲେ । ଯାହା ପରେ ହିମେଶ ରେଶମିଆ ତାଙ୍କୁ ବଲିଉଡ଼ରେ ଆଗମନ କରାଇବା ପାଇଁ ଏକ ବହୁତ ବଡ଼ ସୁଯୋଗ ଦେଲେ । ରାନୁ ପଶ୍ଚିମବଙ୍ଗର ରାଣାଘାଟର ଅଧିବାସୀ ଅଟନ୍ତି ।

୨) ସଂଜୀବ ଶ୍ରୀବାସ୍ତବ (ଡବ୍ବୁ ଅଙ୍କଲ) :

ମଧ୍ୟପ୍ରଦେଶର ବିଦିଶାରେ ରହୁଥିବା ପ୍ରଫେସର ସଂଜୀବ ଶ୍ରୀବାସ୍ତବକୁ ସମସ୍ତେ ଡ଼ାନସିଙ୍ଗ ଅଙ୍କଲ ନାମରେ ଜାଣନ୍ତି । ସଂଜୀବ ଶ୍ରୀବାସ୍ତବ ନିଜର ଛୋଟ ସହରରେ ଗୋବିନ୍ଦାଙ୍କ ନୃତ୍ୟ ଭଙ୍ଗୀଙ୍କୁ ନକଲ କରିବାରେ ମାହୀର ଅଟନ୍ତି । ସଂଜୀବ ଶ୍ରୀବାସ୍ତବଙ୍କ ନୃତ୍ୟ ପ୍ରତିଭା ସେହି ସମୟରେ ସାମନାକୁ ଆସିଲା, ଯେବେ ସେ ଗୋଟିଏ ବିବାହ ସମାରୋହରେ ନିଜର ସ୍ତ୍ରୀଙ୍କ ସହିତ ଗୋବିନ୍ଦାଙ୍କ ପ୍ରସିଦ୍ଧ ଗୀତ ‘ଆପକେ ଆ ଜାନେ ସେ’ରେ ନୃତ୍ୟ କରୁଥିଲେ । ଏହି ସମୟରେ ସଂଜୀବ ଶ୍ରୀବାସ୍ତବ ଗୋବିନ୍ଦାଙ୍କ ପରି ପୁରାପୁରି ନକଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଏବଂ ତାଙ୍କ ଏହି ନୃତ୍ୟ ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହୋଇଗଲା । ସଂଜୀବ ଶ୍ରୀବାସ୍ତବଙ୍କୁ ମଧ୍ୟ ନିଜର ଏହି ପ୍ରତିଭା ବଳରେ ତାଙ୍କୁ ଗୋବିନ୍ଦାଙ୍କ ସହିତ ଟିଭି ରିଏଲିଟି ଶୋ’ରେ ନୃତ୍ୟ କରିବାର ସୁଯୋଗ ମିଳିଲା । କେବଳ ଏତିକି ନୁହେଁ ମଧ୍ୟପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ଭିଡ଼ିଓକୁ ଟ୍ୱିଟରରେ ବହୁତ ପ୍ରଶଂସା କଲେ ।

୩) ଢ଼ିଞ୍ଚେକ ପୂଜା :

ଦିଲ୍ଲୀରେ ବାସ କରୁଥିବା ଢ଼ିଞ୍ଚେକ ପୂଜା ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ଢ଼ିଞ୍ଚେକ ପୂଜା ସୋସିଆଲ ମିଡ଼ିଆରେ ସେହି ସମୟରେ ପରିଚିତ ହେଲେ ଯେବେ ସେ ‘ସେଲ୍ଫି ମେନେ ଲେ ଲି ଆଜ’ ଗୀତ ରେକର୍ଡ କରିଥିଲେ । ଢ଼ିଞ୍ଚେକ ପୂଜାଙ୍କୁ ଆପଣମାନେ ମଧ୍ୟ ଚିହ୍ନି ଥିବେ ଯିଏ ୟୁଟ୍ୟୁବ “ତେଢେ ମେଢେ ରେପ”ର ଭିଡ଼ିଓ ଉପଲୋଡ କରନ୍ତି । ୟୁଟ୍ୟୁବରେ ଲୋକପ୍ରିୟତା କାରଣରୁ ଢ଼ିଞ୍ଚେକ ପୂଜାଙ୍କୁ “ବିଗ ବସ”ରେ ଆସିବାକୁ ସୁଯୋଗ ମିଳିଲା । ଢ଼ିଞ୍ଚେ ପୂଜା “ବିଗ ବସ-୧୧”ର ପ୍ରତିଯୋଗୀ ମଧ୍ୟ ଥିଲେ ।

୪) ହନନ ହମିଦ :

ନିଜର ପଢା ଖର୍ଚ୍ଚ ଉଠାଇବା ପାଇଁ କଲେଜ ପରେ ୨୧ ବର୍ଷୀୟା ହନନ ହମିଦ ନାମକ ଝିଅ ମାଛ ବିକ୍ରୀ କରୁଥିଲେ । ଏହାର ଏହି କାହାଣୀକୁ ଜଣେ ସ୍ଥାନୀୟ ମ୍ୟାଗେଜିନରେ ଛପାଗଲା । ଯାହା ପରେ ସେ ସୋସିଆଲ ମିଡ଼ିଆରେ ବହୁତ ଟ୍ରୋଲ ହେଲେ । ସୋସିଆଲ ମିଡ଼ିଆରେ ନିଜର କଲେଜର ପୋଷକ ପିନ୍ଧି ମାଛ ବିକ୍ରୀ କରିବା କାରଣରୁ ସେ ଟ୍ରୋଲ ହେଲେ ପରେ ହନନଙ୍କ ସହିତ କେରଳର ମୁଖ୍ୟମନ୍ତ୍ରୀ ମଧ୍ୟ ଦେଖା କଲେ । ମୁଖ୍ୟମନ୍ତ୍ରୀ ପି.ବିଜୟନ ଆଲୋଚକ ମାନଙ୍କୁ ସଠିକ ଉତ୍ତର ଦେଇ ହନନଙ୍କ ପ୍ରଶଂସା ମଧ୍ୟ କଲେ । ଏହା ପରେ ସମ୍ପୂର୍ଣ୍ଣ ଦୁନିଆର ଲୋକମାନେ ହନନଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

୫) ନେହା ଏବଂ ଜ୍ୟୋତି :

ଉତ୍ତରପ୍ରଦେଶ ଜିଲ୍ଲା କୁଶୀନଗରର ଏକ ଛୋଟ ଗାଁ ବନବାରୀ ଟୋଲାରେ ରହୁଥିବା ନେହା ଏବଂ ଜ୍ୟୋତି ପୁରୁଷ ମାନଙ୍କ କେଶ କାଟି ରାତାରାତି ଭାଇରଲ ହୋଇଗଲେ । ଯାହାଙ୍କ ବିଷୟରେ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଦଙ୍ଗଲ ଗାର୍ଲ ଫାତିମା ସନା ଶେଖ ଏବଂ ସାନ୍ୟା ମଲହୋତ୍ରା, ରାଧିକା ଆପଟେ ଏବଂ ହେୟାରଷ୍ଟାଇଲିସ ଆଲିମ ହାକିମ ମଧ୍ୟ ପଢ଼ିଲେ । କେବଳ ଏତିକି ନୁହେଁ, ଜିଲେଟ ବ୍ଲେଡ଼ ତାଙ୍କୁ ନିଜର ବ୍ରାଣ୍ଡ ଆମ୍ବସେଡର ମଧ୍ୟ କଲେ ।

୬) ପ୍ରିୟା ପ୍ରକାଶ ବାରିୟାର :

ପ୍ରିୟା ପ୍ରକାଶ ବାରିୟାରଙ୍କ ୨୬ ସେକେଣ୍ଡର ଭିଡ଼ିଓ ଦ୍ରୁତ ବେଗରେ ଭାଇରଲ ହୋଇଥିଲା । ସେହି ଭିଡ଼ିଓକୁ ଲୋକେ ବହୁତ ପସନ୍ଦ କଲେ । ପ୍ରିୟା ପ୍ରକାଶ ବାରିୟାର ଗୋଟିଏ ଦିନରେ ଲକ୍ଷ ଲକ୍ଷ ସଂଖ୍ୟାରେ ସୋସିଆଲ ମିଡ଼ିଆରେ ଫୋଲୋଅର୍ସ ହୋଇଗଲେ । ସେମିତିରେ ତ ପ୍ରିୟା ଜଣେ ମାଲୟଲମ ଅଭିନେତ୍ରୀ ଅଟନ୍ତି କିନ୍ତୁ ଏହି ଗୋଟିଏ ଭାଇରଲ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଦେଲା ।