ଥଟ୍ଟା-ଥଟ୍ଟାରେ ଖୋଲିଗଲା ପିଲାର ଭାଗ୍ୟ, ଏହି ପିଲାକୁ ମିଳିଲା ୧.୨ କୋଟିର ଚାକିରୀ !!

Spread the love

ଗୁଗଲ୍, ଫେସବୁକ୍, ଏପଲ୍ ଓ ମଇକ୍ରୋସଫ୍ଟ ଭଳି ଟେକନଲଜି କମ୍ପାନୀ ମାନଙ୍କରେ କାମ କରିବା, ଇଞ୍ଜିନିଅର ବିଦ୍ୟାର୍ଥୀପାଇଁ ଏକ ସ୍ବପ୍ନଭଳି ହୋଇଥାଏ । କିନ୍ତୁ ଆପଣ ଥରେ ଚିନ୍ତା କରନ୍ତୁ ଯଦି ଆପଣଙ୍କୁ ଏହି କମ୍ପାନୀ ମଧ୍ୟରେ କୌଣସି ଏକ କମ୍ପାନୀ ସେମାନଙ୍କ ସହିତ ସାକ୍ଷାତକାର କରିବାପାଇଁ call ଆସିଲେ ? ତାହା ସେତେବେଳେ, ଯେତେବେଳେ କି ଆପଣ ଚାକିରୀ ପାଇଁ ଆପ୍ଲାଇ ହିଁ କରିନଥିବେ ! ହଁ ଆଜ୍ଞା ଏହିଭଳି ଅବ୍ଦୁହ୍ଲା ସହ ହେଲା ଯିଏ କି, ଚାକିରୀ ପାଇଁ ଗୁଗଲ୍ ରେ ଆପ୍ଲାଇ ହିଁ କରିନଥିଲା । କିନ୍ତୁ ଗୁଗଲ୍ ୟାଙ୍କୁ ୧.୨ କୋଟିର ଚାକିରୀ ଦେଲେ । ଆସନ୍ତୁ ଜାଣିବା ଏହି ମଜାଦାର କଥା ।

ଏହି ପୁରା କାହାଣୀ ମୁମ୍ବାଇର ଶ୍ରୀ ଏଲ୍.ଆର୍ ତିୱାରି ଇଞ୍ଜିନିଅର କୋଲେଜ୍ ର ୨୧ ବର୍ଷର ବିଦ୍ୟାର୍ଥୀ ଅବ୍ଦୁହ୍ଲା ଖାନ୍ ର ଅଟେ ଯାହାକୁ ଗୁଗଲ୍ ବିନା ଆପ୍ଲାଇ କରିଥିବା ଅବ୍ଦୁହ୍ଲା କୁ ଚାକିରୀ ପାଇଁ ଅଫର ଦେଲେ ।

ବିଷୟ କିଛି ଏଭଳି ଅଛି କି, ପ୍ରତିସ୍ପର୍ଦ୍ଧି ପ୍ରୋଗ୍ରାମିଙ୍ଗ challenge କୁ ହୋଷ୍ଟ କରୁଥିବା ଏକ ୱେବ୍ସାଇଟ ରେ ଅବ୍ଦୁହ୍ଲା ର ପ୍ରୋଫାଇଲ୍ ଥିଲା ଯାହା ଉପରେ ଗୁଗଲ୍ ର ନଜର ପଡ଼ିଲା । ଅବ୍ଦୁହ୍ଲା ଏହି ପ୍ରୋଗ୍ରାମିଙ୍ଗ ପ୍ରତିଦ୍ବନ୍ଦିରେ ଥଟ୍ଟା-ଥଟ୍ଟା ରେ ଭାଗ ନେଇଥିଲେ । କିନ୍ତୁ ଏହି ଥଟ୍ଟା ଯୋଗୁଁ ଅବ୍ଦୁହ୍ଲା ର ଭାଗ୍ୟ ଖୋଲିଗଲା ।

ଗତବର୍ଷ ନଭେମ୍ବର ରେ ଅବ୍ଦୁହ୍ଲା କୁ ଗୁଗଲ୍ ତରଫରୁ ଗୋଟିଏ ଅଧିକାରୀଙ୍କ ଇମେଲ୍ ଆସିଲା । ଯେଉଁଥିରେ ଲେଖା ହୋଇଥିଲା କି, ପ୍ରତିସ୍ପର୍ଦ୍ଧି ପ୍ରୋଗ୍ରାମିଙ୍ଗ challenge କୁ ହୋଷ୍ଟ କରିଥିବା ୱେବ୍ସାଇଟ ରେ ତୁମର ପ୍ରୋଫାଇଲ୍ ଦେଖି ଆମେ ତୁମକୁ ସାକ୍ଷାତକାର କରିବାପାଇଁ ବାଛିଲୁ ।

ଏହାପରେ ଗୁଗଲ୍ ର ଲଣ୍ଡନ କାର୍ଯ୍ୟକ୍ରମରେ ଅବ୍ଦୁହ୍ଲା ର ସାକ୍ଷାତକାର ହେଲା ସେମାନେ ଅବ୍ଦୁହ୍ଲା କୁ ସେଲେକ୍ଟ ମଧ୍ୟ କରିଲେ । ଅବ୍ଦୁହ୍ଲା ର ବର୍ଷକୁ ଦରମା ହେଉଛି ୫୪.୫ ଲକ୍ଷ ଟଙ୍କା । ଏହାଛଡା ୧୫ ପ୍ରତିଶତ ବୋନସ୍ ମଧ୍ୟ ମିଳିବ ।

ଅବ୍ଦୁହ୍ଲା ଏବେ କୋମ୍ପୁଟର ବିଜ୍ଞାନର ଫାଇନାଲ୍ ବର୍ଷର ଛାତ୍ର ଅଟନ୍ତି ୟାଙ୍କୁ କୋଡ଼ିଙ୍ଗ କରିବାପାଇଁ ବହୁତ ଆନନ୍ଦ ଆସିଥାଏ । ୟାଙ୍କର ଛୋଟ ପିଲାବେଳେ ସାଉଡି ଆରବ ରେ ପାଠପଢା ହୋଇଥିଲା । ସେ ୧୨ତମ ପାଠପଢା ସରିବାପରେ ମୁମ୍ବାଇ କୁ ଯାଇଥିଲେ ପଢିବାପାଇଁ । ଅବ୍ଦୁହ୍ଲା ଏହି ବର୍ଷ ସେପ୍ଟେମ୍ବର ରେ ଗୁଗଲ୍ ର ବିଶ୍ୱସନିଅତା ଇଞ୍ଜିନିଅରିଙ୍ଗ ଦଳରେ ସାମିଲ ହେବେ ।