ଦେଶର ସବୁଠାରୁ ଶସ୍ତା କପଡା ବଜାର, ଯେଉଁଠି 12 ଟଙ୍କା ପ୍ରତି କିଲୋରେ କପଡା ମିଳେ :

Spread the love

ଯଦି ଆପଣ ମଧ୍ୟ କପଡା କିଣିବାରେ ରୁଚି ରଖନ୍ତି, ବା କପଡା କିଣିବା ପାଇଁ ସକ୍ଷମ ନୁହନ୍ତି ତ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ! ଆମେ ସମସ୍ତେ ଜାଣିଛେ ଯେ ଆଜିକାଲିର ଦରଦାମ କିପରି ଅଛି, କିନ୍ତୁ ଏହି ଦରଦାମରେ ମଧ୍ୟ ଆପଣ ଏହି ବଜାରରେ ବହୁତ ଶସ୍ତାରେ କପଡା କିଣି ପାରିବେ ! ଏହି ବଜାରରେ ଜିନ୍ସ ରୁ ଆରମ୍ଭ କରି ଜ୍ୟାକେଟ ପର୍ଯ୍ୟନ୍ତ ସବୁ ମିଳେ ! ଏହି ବଜାରଟି ଦିଲ୍ଲୀରେ ଅଛି, ଏହା ନାମ ହେଉଛି, “ଆଜାଦ ମାର୍କେଟ” ! ଶିବାଜୀ ରୋଡ, ଆପଣ ଚାହିଁଲେ ମେଟ୍ରୋ ଦ୍ୱାରା ଯାଇପାରନ୍ତି ! କାରଣ ଏହା ମେଟ୍ରୋ ଷ୍ଟେସନ ପାଖରେ ହିଁ ଅଛି ! ଏଠାରେ ସେକେଣ୍ଡ ହ୍ୟାଣ୍ଡ କପଡା ମିଳେ, କେବଳ ଏତିକି ନୁହେଁ ଏଠାରେ ଆପଣଙ୍କୁ 10 ଟଙ୍କାରୁ ଆରମ୍ଭ କରି 50 ଟଙ୍କା ମଧ୍ୟରେ କପଡା ବ୍ୟାଣ୍ଡଲ ମିଳିଯିବ ! କିଛି କପଡା ଆପଣଙ୍କୁ କିଲୋର ମଧ୍ୟ ମିଳିବ, ଯେଉଁଥିରେ 1 କିଲୋରୁ 45 କିଲୋର କପଡା ବ୍ୟାଣ୍ଡଲ ଥାଏ ! ଏଠାରେ ଅନେକ ଦୋକାନରେ କପଡାର ରେଟ୍ ଅଲଗା ଅଲଗା ! ତେଣୁ ଠାରେ ବାଜରେ ବୁଲି ଏହାର ଦରଦାମ ବିଷୟରେ ଜାଣିବା ପରେ ହିଁ କିଣନ୍ତୁ ! ପୁଣି କିଣୁଥିବା କାପଡ଼ାକୁ ସେଠାରେ ହିଁ ଖୋଲି ଦେଖନ୍ତୁ ! କାରଣ ଏଠାରେ କପଡା ଗୁଡିକ ଅନେକ ସମୟରେ କଟା-ଫାଟ ଥାଏ ! ଏଠାରେ ଆପଣ ସିଙ୍ଗଲ କପଡା ନେଇ ପାରିବେ ନାହିଁ ! ଆପଣ ଅତି କମରେ 10 ଟି ବ୍ୟାଣ୍ଡଲ କିଣିବାକୁ ହିଁ ପଡି଼ବ !

ଏଠାରେ କପଡା ବ୍ୟାଣ୍ଡଲ ଗୁଡିକ ଆପଣଙ୍କୁ 10 ଟଙ୍କା ରୁ 40-50 ଟଙ୍କାରେ ମିଳିଯିବ ! ଯେଉଁଥିରେ ଜିନ୍ସ ଓ ଜ୍ୟାକେଟ ମଧ୍ୟ ଥାଏ ! କିଣିବା ପୂର୍ବରୁ check କରିନିଅନ୍ତୁ ! କାରଣ କିଣିବା ପରେ ଅନୁତାପ କରିବା କୌଣସି ଲାଭ ନାହିଁ !

କେବଳ ଏତିକି ନୁହେଁ ଅନେକ ଲୋକ ଏଠାରୁ ବ୍ୟବସାୟ ପାଇଁ କପଡା କାଣିଥାନ୍ତି ! ବେପାରୀମାନେ ଏଠାରେ କମ୍ ଦାମରେ କିଣି ନିଜ ଦୋକାନରେ ଉଚ୍ଚ ଦରଦମରେ ବିକ୍ରି କରିଥାନ୍ତି ! ବେପାରୀମାନେ ଏଠାରେ କପଡା କିଣି, ସେଗୁଡିକୁ ଭଲଭାବେ ଧୋଇ ପ୍ୟାଂକିଙ୍ଗ କରି ନିଜ ଦୋକାନରେ ବିକ୍ରି କରିଥାନ୍ତି ! କେତେକ ଲୋକ ସେହିଠାରୁ କପଡା କିଣି, ନିଜ ସ୍ଥାନୀୟ ଅଂଚଳରେ ବିକ୍ରି କରି, ବହୁତ ଲାଭବାନ ହେଉଛନ୍ତି !

ଯେଉଁଲୋକମାନେ କପଡା କିଣିବା ପାଇଁ ସକ୍ଷମ ନୁହନ୍ତି, ସେମାନେ ମଧ୍ୟ ଏଠାକୁ ଆସି ନିଜର ପୁରା ପରିବାର ପାଇଁ କପଡା କିଣିଥାନ୍ତି !

ଏହି ଅନୁଚ୍ଛେଦରେ ପ୍ରଦତ୍ତ ସୂଚନାଟି ଆପଣଙ୍କୁ କେମିତି ଲାଗିଲା, ଆପଣଙ୍କ ମତାମତ comment ଜରିଆରେ ଜଣାନ୍ତୁ !

!!ଧନ୍ୟବାଦ!!