ପତ୍ନୀ ହତ୍ୟା ଦୋଷୀ ପତି ନିଜ ମାଉସୀ ଝିଅକୁ ଭଲ ପାଉଥିଲା, ଘର ଲୋକ ବିବାହ ପାଇଁ ମନା କରି ଦେଇଥିଲେ ।

Spread the love

ମୁଣ୍ଡ ଖରାପ ହୋଇଯାଇଥିବା ପ୍ରେମୀ ନିଜକୁ ପ୍ରଥମେ ନିଆଁ ଲଗାଇ ଦେଇଥିଲା, ଘଟଣାରେ ତିନି ଜଣଙ୍କ ଜୀବନ ଚାଲି ଯାଇଥିଲା ।

ଉତ୍ତରପ୍ରଦେଶର ଏକ ଆଶ୍ଚର୍ଯ୍ୟ ହୋଇଯିବା ଘଟଣା ଘଟିଛି । ଜଣେ ପ୍ରେମିକ ନିଜକୁ ଓ ନିଜ ପ୍ରେମିକାକୁ ନିଆଁ ଲଗେଇ ଦେଇଛି । ପ୍ରେମିକଟି ଝିଅଟିକୁ ଏକ ତରଫା ପ୍ରେମ କରୁଥିଲା । କିନ୍ତୁ ଝିଅଟିକୁ ପ୍ରେମିକ ପସନ୍ଦ ନଥିଲା ଓ ଯେତେବେଳେ ଝିଅଟି ପୁଅର ପ୍ରେମ ନିବେଦନକୁ ସ୍ୱୀକାର କରିନଥିଲା, ପ୍ରେମିକ ପ୍ରଥମେ ନିଜକୁ ଓ ପରେ ଝିଅଟିକୁ ନିଆଁ ଲଗାଇ ଦେଇଥିଲା । ଏହି ଘଟଣାରେ ଝିଅ ସହ ଝିଅଟିର ମାଆ ମଧ୍ୟ ଜଳି ଯାଇଛନ୍ତି । ଉତ୍ତରପ୍ରଦେଶର, ଗୋଣ୍ଡ ଜିଲ୍ଲାର ଛପିୟା କ୍ଷେତ୍ରରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ଏହି ଘଟଣା ଘଟାଇଥିବା ପ୍ରେମିକଟି ଅତୀତରେ ଜେଲରୁ ଦଣ୍ଡ ଭୋଗି ଆସିଥିଲା ।

ପତ୍ନୀର ହତ୍ୟା କରିଥିଲା :

ଆରୋପୀ ରାମ ସୁରେଶ ଗୁପ୍ତା, ନିଜ ପତ୍ନୀର ହତ୍ୟାର ଆରୋପରେ ଦଣ୍ଡ ଭୋଗି ଆସିଥିଲା । ରାମ ଏକ ବର୍ଷ ପୂର୍ବରୁ ନିଜ ପତ୍ନୀର ହତ୍ୟା କରିଥିଲା । ହତ୍ୟା କରିବା ପରେ ଯୁବକଟି (ପ୍ରେମିକ) ବସ୍ତି ଜିଲ୍ଲାରେ ନିଜ ଦଣ୍ଡ ଭୋଗୁଥିଲା । ଜେଲରୁ ଫେରିବା ପରେ ହିଁ ସେ ଅନ୍ୟ ଗୋଟିଏ ଅପରାଧ ଘଟାଇ ଦେଇଥିଲା । କେହି ମଧ୍ୟ ଭାବିନଥିଲେ ନିଜର ପାଗଲତ୍ୱ ପାଇଁ ରାମ ଏହିପରି ଏକ ଘଟଣା ଘଟେଇ ପାରିବ ।ପୋଲିସର କହିବା ଅନୁସାରେ, ୨୫ ବର୍ଷୀୟ ରାମ ସୁରେଶ ଗୁପ୍ତା ୧୮ ବର୍ଷୀୟ ଅଞ୍ଜୁକୁ ଭଲ ପାଉଥିଲା । କିନ୍ତୁ ଅଞ୍ଜୁ ଓ ଅଞ୍ଜୁର ପରିବାର ଲୋକ ରାମ ସୁରେଶ ଗୁପ୍ତାକୁ ପସନ୍ଦ କରୁନଥିଲେ । କାରଣ ରାମ ସୁରେଶ, ଅଞ୍ଜୁର ମାଉସୀ ପୁଅ ଭାଇ ତା ସଙ୍ଗେ ସଙ୍ଗେ ଏକ ଅପରାଧୀ ମଧ୍ୟ ।

ଅଞ୍ଜଙ୍କ ଘରକୁ ଯାଇ ଘଟଣା ଘଟାଇଥିଲା :

ଜେଲରୁ ବାହାରକୁ ଆସିବା ପରେ ରାମ ରବିବାର ଦିନ ଅଞ୍ଜୁ ଘରକୁ ଯାଇ ଖୁବ୍ ହଙ୍ଗାମା କରିଥିଲା । ନିଜ ସହ ରାମ ପେଟ୍ରୋଲ ନେଇ ଅଞ୍ଜୁଙ୍କ ଘରକୁ ଯାଇ ପ୍ରଥମେ ନିଜ ଉପରେ ଓ ପରେ ଅଞ୍ଜୁ ଉପରେ ପେଟ୍ରୋଲ ପକାଇ ଦେଇଥିଲା । ଆଞ୍ଜୁଙ୍କ ପରିବାର ଲୋକ କିଛି ବୁଝିବା ପୂର୍ବରୁ ରାମ ନିଜକୁ ଓ ଅଞ୍ଜୁକୁ ନିଆଁ ଲଗାଇ ଦେଇଥିଲା । ନିଜ ଝିଅକୁ ଜଳୁଥିବାର ଦେଖି ଅଞ୍ଜୁର ମାଆ ଝିଅକୁ ବଞ୍ଚାଇବା ପାଇଁ ଯାଇ ନିଜେ ମଧ୍ୟ ଜଳି ଯାଇଥିଲେ । ଏହି ଘଟଣା ବିଷୟରେ ପୋଲିସକୁ ଜଣା ପଡିଥିଲା, ପୋଲିସ ଘଟଣା ସ୍ଥଳରେ ପହଂଚି ଯାଇଥିଲା ।ପରେ ପୋଲିସ ରାମ, ଅଞ୍ଜୁ ଓ ଅଞ୍ଜୁର ମାଆ ଗାୟତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇ ଦେଇଥିଲା ।

ଅବସ୍ଥା ଗୁରୁତର ଦେଖି ରାମକୁ ଗୋଣ୍ଡା ଡାକ୍ତରଖାନାକୁ ପଠାଇ ଦିଆଯାଇଛି କିନ୍ତୁ ସେଠାରେ ଚିକିତ୍ସା ସମୟରେ ହିଁ ରାମର ମୃତ୍ୟୁ ହୋଇଯାଇଛି । ମାଆ ଓ ଝିଅଙ୍କ ଅବସ୍ଥା ଗୁରୁତର ହେବା ଫଳରେ ସେମାନଙ୍କୁ ଲୌକ୍ଷ୍ନର ଟ୍ରାମା ସେଣ୍ଟରକୁ ପଠାଇ ଦିଆଯାଇଥିଲା । କିନ୍ତୁ ଲୌକ୍ଷ୍ନ ଯିବା ରାସ୍ତାରେ ହିଁ ସେହି ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ କହିଛି, ଗୁରୁତର ସହ ଜଳି ଯାଇଥିବା କାରଣରୁ ତିନି ଜଣଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।