ପ୍ରେମ ଅନ୍ଧ ହୋଇଥାଏ, ଏହି କଥାକୁ ସତ୍ୟ କରିଛନ୍ତି ବଲିଉଡର ଏହି ୫ଟି ଯୋଡ଼ି !

Spread the love

ଲୋକମାନେ କହିଥାନ୍ତି କି ପ୍ରେମ ଅନ୍ଧ ହୋଇଥାଏ ଓ ଯେତେବେଳେ କାହା ସହିତ ପ୍ରେମ ହୋଇଯାଏ, ସେତେବେଳେ ଜାତି, ଟଙ୍କା, ବୟସ, ଓ ରୂପକୁ ଦେଖାଯାଇ ନଥାଏ । ନ ଚାହିଁ ମଧ୍ୟ ପ୍ରେମ ହୋଇ ଯାଇଥାଏ । ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଏଭଳି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ; ଯେଉଁମାନେ କି ପ୍ରେମରେ ପଡ଼ି ବୟସ ସୀମାକୁ ନ ଦେଖି ପ୍ରେମର ମହତ୍ତ୍ୱ ଜାଣି ନିଜ ସାଥି କରିଛନ୍ତି ।

୧) ପ୍ରକାଶ ରାଜ୍ –

ପ୍ରକାଶ ରାଜ୍ ତାମିଲ ଚଳଚିତ୍ରରେ ନାମିଦାମୀ ଥିବା ଅଭିନେତା ଅଟନ୍ତି । ସେ ବଲିଉଡ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ବୟସ ବର୍ତ୍ତମାନ ୫୪ ବର୍ଷ ଅଟେ । ସେ ବଲିଉଡ କୋରିଅଗ୍ରାଫର ପୋନି ଶର୍ମା ସହିତ ବିବାହ ହୋଇଥିଲେ । ଯିଏ କି ପ୍ରକାଶ ରାଜ୍ ଙ୍କ ଠାରୁ ୧୨ ବର୍ଷ ଛୋଟ ଥିଲେ । ଆପଣଙ୍କୁ କହିବାକୁ ଚାହୁଁଛୁ କି, ପ୍ରକାଶ ରାଜ୍ ଙ୍କ ଏହା ଦ୍ୱିତୀୟ ବିବାହ ଥିଲା ।

୨) ସଞ୍ଜୟ ଦତ୍ତ –

ବଲିଉଡରେ ସବୁବେଳେ ଚର୍ଚ୍ଚିତ ରହୁଥିବା ଅଭିନେତା ସଞ୍ଜୟ ଦତ୍ତଙ୍କ ଜନ୍ମ ୨୯ ଜୁଲାଇ ୧୯୫୯ରେ ହୋଇଥିଲା । ସଞ୍ଜୟ ଦତ୍ତଙ୍କ ଜୀବନରେ ତାଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ସର୍ବଦା ତାଙ୍କ ଖରାପ ସମୟରେ ସାଥିରେ ରହୁଥିଲେ । ୨୦୦୮ରେ ସଞ୍ଜୟ ଦତ୍ତ ମାନ୍ୟତା ସହ ବିବାହ ହୋଇଥିଲେ । ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ ମଧ୍ୟରେ ୨୦ ବର୍ଷର ବଡ଼ ଅନ୍ତର ଅଛି ।

୩) ସାହିଦ କପୁର –

ବଲିଉଡରେ ସବୁଠାରୁ ହେଣ୍ଡସମ ଅଭିନେତା ସାହିଦ କପୁର ସାରା ଭାରତରେ ସବୁ ଝିଅଙ୍କ ହୃଦୟରେ ରାଜ୍ କରିଥିଲେ । ସାହିଦ କପୁର ୨୦୧୫ରେ ମୀରା ରାଜପୁତ ସହିତ ବିବାଵ କରିଥିଲେ । ସାହିଦ କପୁର, ଚଳଚିତ୍ର ଇଣ୍ଡଷ୍ଟ୍ରି ଠାରୁ ବହୁତ ଦୂରରେ ରହୁଥିବା ଏହି ଝିଅ ସହିତ ବିବାହ ହୋଇ ସଭିଙ୍କୁ ଚକିତ କରି ଦେଇଥିଲେ । ସାହିଦ କପୁର ବିବାହ ହେବା ସମୟରେ ତାଙ୍କର ବୟସ ୩୪ ବର୍ଷ ହେଇଥିବା ବେଳେ ସେହି ଝିଅର ବୟସ ମାତ୍ର ୨୦ ବର୍ଷ ହୋଇଥିଲା । ଏମାନଙ୍କ ମଧ୍ୟରେ ଥିବା ୧୪ ବର୍ଷ ଅନ୍ତରକୁ ନେଇ ବଲିଉଡରେ ବହୁତ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ସେମାନେ ଦୁହେଁ ଏବେ ଖୁସିର ଜୀବନ ବିତାଉଛନ୍ତି ।

୪) କବିର ବେଦୀ –

ବଲିଉଡ ଚଳଚିତ୍ର ଅଭିନେତା କବିର ବେଦୀ ୨୦୧୬ରେ ପରବିନ ସହିତ ବିବାହ କରିଥଲେ । ଆପଣଙ୍କୁ ଜାଣି ବିଶ୍ୱାସ ହବ ନାହିଁ, ପରବିନଙ୍କ ବୟସ ବର୍ତ୍ତମାନ ୪୩ ବର୍ଷ ଅଟେ ଓ ଯେତେବେଳେ କି କବିର ବେଦୀଙ୍କ ବୟସ ୭୩ ବର୍ଷ ଅଟେ । ସେମାନଙ୍କ ମଧ୍ୟରେ ପାଖାପାଖି ୩୦ ବର୍ଷର ବହୁତ ବଡ଼ ଅନ୍ତର ଅଛି । ଆପଣଙ୍କୁ କହିବାକୁ ଚାହୁଁଛୁ କି, କବିର ବେଦୀ ନିଜ ଜୀବନରେ ୪ଥର ବିବାହ ହୋଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ପରବିନ, କବିର ବେଦୀଙ୍କ ଝିଅ ପୂଜା ବେଦୀ ଠାରୁ ୪ ବର୍ଷ ଛୋଟ ଅଟନ୍ତି ।

୫) ମିଳିନ୍ଦ ଶୋମନ –

ମିଳିନ୍ଦ ଶୋମନ ଭାରତର ଏକ ସୁପର ମଡେଲ ଓ ଅଭିନେତା ଥିଲେ । ତାଙ୍କର ଜନ୍ମ ଗ୍ଲାସଗୋ, ସ୍କଟଲ୍ୟାଣ୍ଡରେ ହୋଇଥିଲା । ମିଳିନ୍ଦ ଶୋମନ ଅଙ୍କିତା କୁବର ସହ ୨୦୧୮ରେ ବିବାହ କରିଥିଲେ । ତାଙ୍କର ବିବାହ ଖୁବ ଚର୍ଚ୍ଚିତ ହୋଇଥିଲା । ଅଙ୍କିତା ମିଳିନ୍ଦ, ମିଳିନ୍ଦ ଶୋମନ ଠାରୁ ୨୬ ବର୍ଷ ଛୋଟ ଅଟନ୍ତି । ଏମାନଙ୍କ ଯୋଡ଼ିକୁ ଦେଖି ପ୍ରେମ ଅନ୍ଧ ଅଟେ ବୋଲି କହିପାରିବା ।