ଭଗବାନ ବିଷ୍ଣୁ କେବେବି କରନ୍ତି ନାହିଁ ଏହି 3 ପାପର କ୍ଷମା, ଦେଇ ଥାନ୍ତି କୋଠର ଦଣ୍ଡ

Spread the love

ବିଷ୍ଣୁ ପୁରାଣ ଏବଂ ଶିବ ପୁରାଣ ଏହି ଦୁଇଟି ପୁରାଣ ଅନୁସାରେ କିଛି ଏମିତି ଜିନିଷ ବତେଇ ଦିଆ ହେଇଛି ଯେ, ଯାହା କରିବା ମହାପାପ ଅଟେ । ଭଗବାନ ବିଷ୍ଣୁ ଏହି ପାପ କରିଥିବା ବ୍ୟକ୍ତିକୁ କେବେବି କ୍ଷମା କରନ୍ତି ନାହିଁ ଏବଂ ଏହି ପାପ କରିଥିବା ମନୁଷ୍ୟ ଆସୁଥିବା ଅନେକ ଜନ୍ମ ପର୍ଯ୍ୟନ୍ତ ପଶ୍ଚାତପ କରୁଥାଏ । ଆସନ୍ତୁ ଜାଣିବା କଣ ସେ ପାପ ?

1. ମାଂସ ଖାଇଲେ:- ସନାନ୍ତନ ସଭ୍ୟତା ବହୁତ ଦୟାଳୁ ଅଟେ ଏହା ସବୁଠି ପରିଚିତ। ପୃଥିବୀ ପୃଷ୍ଠରେ 1600 ରୁ ଅଧିକ ପ୍ରକାରରେ ଜୀବ ଅଛନ୍ତି, ଯାହାକୁ ମନୁଷ୍ୟ ସେବନ ପାଈଁ ବନା ଯାଇଛି। କିନ୍ତୁ ଏମିତି ମନୁଷ୍ୟ ଯିଏ କେବଳ ସ୍ୱାଦ ପାଈଁ ନିର୍ଦୋଷ ଏବଂ କଥା କହି ପାରୁ ନଥିବା ପ୍ରାଣୀ କୁ ହତ୍ୟା କରି ତାକୁ ଭୋଜନ ପାଈଁ ପ୍ରସ୍ତୁତ କରନ୍ତି, ସେ ମହାପାପର ଭାଗିଦାର୍ ହୁଏ। ଏମିତି ମନୁଷ୍ୟକୁ ଆଗ ଜନ୍ମରେ ପଶୁ ଶରୀର ପ୍ରାପ୍ତ ହୁଏ ଏବଂ ନିଜେ କରିଥିବା କର୍ମ ର ଫଳ ଭୋଗେ।

2. ଗୋ ହତ୍ୟା:- ସନାନ୍ତନ ଧର୍ମରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି। ଅସଲରେ ମନୁଷ୍ୟ ଗାଈକୁ ପାଳେ ନାହିଁ ବରଂ ଗାଈ ମନୁଷ୍ୟକୁ ପାଳେ। ଆଜିର ମନୁଷ୍ୟ ସଭ୍ୟତା ଗାଈକୁ ହତ୍ୟା କରିବା ପାଇଁ ପଛଉ ନାହାନ୍ତି। ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ବତେଇଛନ୍ତି ଯେ କଳି ଯୁଗରେ ଅନ୍ତ ସମୟରେ ଗାଇ ପୃଥିବୀରୁ ପୁରା ପୁରି ବିଲୁପ୍ତ ହୋଇଯିବ ଏବଂ ଆଜିର ସମାଜକୁ ଦେଖି ଏମିତି ଲାଗୁଛି ଯେ ଏହାର ଆରମ୍ଭ ହୋଇସାରିଛି। ଗୋ ହତ୍ୟା କରୁଥିବା ମନୁଷ୍ୟର ଚେତନାର ଅଵଗତି ଘଟୁଛି ଏବଂ ତାକୁ ଭୟଙ୍କର ଯାତନାରେ ଜିବାକୁ ପଡୁଛି । ଏହା ପରେ ତାର ଜନ୍ମ ପଶୁ ରୁପରେ ହୋଇଥାଏ ଯିଏ ଅନ୍ତ କାଳ ପର୍ଯ୍ୟନ୍ତ କଷ୍ଟ ଭୋଗେ।

3.ଦୁର୍ବଳ ଉପରେ ଅତ୍ୟାଚାର:-

ଯେଉଁ ବ୍ୟକ୍ତି ନିଜ ଲାଭ ପାଈଁ ନିଜ ପାଖରୁ ଦୁର୍ବଳ ଏବଂ ଅସହାୟ ମନୁଷ୍ୟ ଉପରେ ଅତ୍ୟାଚାର କରେ ସେ କଠୋର ଦଣ୍ଡର ଭାଗିଦାର୍ ହୋଇଥାଏ। ଯଦି କୌଣସି ନ୍ୟାୟ ବ୍ୟବସ୍ଥାର ଅନ୍ତରଗତ ଦୁର୍ବଳର ଶୋଷଣ ହଉଥାଏ ତାହେଲେ ସେ ନ୍ୟାୟ ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ଦୋଷୀ କୁହାଯିବ। କଳି ଯୁଗରେ ଏମିତି ଅତ୍ୟାଚାର ମନୁଷ୍ୟର ଦୁର୍ଗତି କେବେ କେବେ ସେହି ଜନ୍ମରେ ହିଁ ଦେଖିବାକୁ ମିଳିଥାଏ। ଯଦି ଏହି ଅତ୍ୟାଚାର ଅତ୍ୟଧିକ ବଢିଯାଏ ସ୍ୱୟଂ ଭଗବାନ ବିଷ୍ଣୁଙ୍କୁ ପୃଥିବୀ ପୃଷ୍ଠରେ ଅବତାର ହେଇ ପାପି ମାନଙ୍କର ସଂହାର କରିବାକୁ ପଡ଼ିଥାଏ ।

!!ଜୟ ଜଗନ୍ନାଥ!!