ବ୍ରହ୍ମା ଭଗବାନ ଭବିଷ୍ୟ ପୁରାଣରେ ପୁରୁଷମାନଙ୍କ ସ୍ଵଭାଵ ଜାଣିବା ପାଇଁ କହିଲେ କେତେକ ଗୁପ୍ତ କଥାଗୁଡ଼ିକ ।

Spread the love

ଭବିଷ୍ୟ ପୁରାଣରେ ଭଗବାନ ବ୍ରହ୍ମା କହିଲେ କି, ଯଦି କୌଣସି ବ୍ୟକ୍ତିର ହାତ ମଧ୍ୟରେ ଗାତ ଭଳି ହୋଇଥାଏ; ତେବେ ସେହିଭଳି ବ୍ୟକ୍ତିକୁ ବାପାଙ୍କ ତରଫରୁ ଧନର ସୁଖ ମିଳି ନଥାଏ ।

ଭବିଷ୍ୟ ପୁରାଣ ଯାହାର ନାମରୁ ହିଁ ଜଣା ପଡୁଛି କି, କାହାର ଭବିଷ୍ୟତ ବିଷୟରେ ତଥ୍ୟ ପାଇବା । ଆପଣଙ୍କୁ କହିବାକୁ ଚାହୁଁଛୁ; ଭବିଷ୍ୟ ପୁରାଣରେ ସୃଷ୍ଟିର ରଚୟିତା ବ୍ରହ୍ମା ଭଗବାନ ସେଥିରେ କିଛି ମହତ୍ୱପୂର୍ଣ୍ଣ କଥା କହିଛନ୍ତି; ଯାହାକି ପୁରୁଷଙ୍କ ସମ୍ବନ୍ଧୀୟ ଅଟେ । ବ୍ରହ୍ମା ଭଗବାନ ଏଠାରେ ପୁରୁଷ ମାନଙ୍କ ସମ୍ବନ୍ଧରେ କିଛି ଏଭଳି କଥା ଲେଖିଛନ୍ତି, ଯାହା ସବୁ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ । ବ୍ରହ୍ମା ଭଗବାନ ଏଠାରେ ସ୍ପଷ୍ଠରୁପେ କହିଛନ୍ତି, କୌଣସି ପୁରୁଷର ସ୍ଵଭାଵ ଜାଣିବାପାଇଁ ତାର ସବୁ ଅଙ୍ଗକୁ ଧ୍ୟାନରେ ଦେଖିବାକୁ ପଡ଼ିବ ଓ ଭଲଭାବରେ ନିରୀକ୍ଷଣ କରିବାକୁ ପଡ଼ିଥାଏ ।

କୁହାଯାଇଥାଏ କି, ପୁରୁଷଙ୍କ ସବୁ ଅଙ୍ଗକୁ ଦେଖି ପୁରୁଷର ସ୍ଵଭାଵ ଓ ଆଚାର-ବିଚାର ଓ କେତେକ ବିଶେଷ କଥା ଗୁଡ଼ିକ ଜାଣିପାରିଥାଉ । କେବଳ ଏତିକି ହିଁ ନୁହଁ, ଏହାଦ୍ୱାରା ବ୍ୟକ୍ତି କେତେ ପ୍ରଭାବଶାଳୀ ତାହା ମଧ୍ୟ ଜଣା ପଡ଼ିଥାଏ । ତେବେ ଆସନ୍ତୁ ଭବିଷ୍ୟ ପୁରାଣରେ ବ୍ରହ୍ମା ଭଗବାନ କଣ ଲେଖିଛନ୍ତି; ସେ ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

୧) ସର୍ବପ୍ରଥମେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ; ଭବିଷ୍ୟ ପୁରାଣରେ ଭଗବାନ ବ୍ରହ୍ମା ଉଲ୍ଲେଖ କରିଛନ୍ତି କି ଯେଉଁ ପୁରୁଷର ପାଦ କୋମଳ ଓ ପ୍ରକୃତରେ ଲାଲ ରଙ୍ଗର ଥାଏ ଓ ସେମାନଙ୍କ ପାଦରେ ଯଦି ଝାଳ ନ ବାହାରିଥାଏ, ଏଭଳି ପୁରୁଷମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଓ ଲାଭ ମିଳିବା ସହ ସେମାନେ ଆରମଦାୟକ ଓ ବିଳାସମୟ ଜୀବନ ଅତିବାହିତ କରିଥାନ୍ତି ।

୨) ଭବିଷ୍ୟ ପୁରାଣ ଅନୁଯାୟୀ, ଏହାମଧ୍ୟ କୁହାଯାଇଛି ଯଦି କୌଣସି ପୁରୁଷର ପାଦର ଆଙ୍ଗୁଠି ବହୁତ ମୋଟା ଥାଏ; ତେବେ ସେମାନଙ୍କ ସବୁ କାମରେ ବାଧା ଆସିଥାଏ । କାରଣ ଏଭଳି ଲୋକଙ୍କୁ ଭାଗ୍ୟର ସହଯୋଗ ମିଳିପାରି ନଥାଏ ।

୩) ଯେଉଁ ପୁରୁଷର ପାଦ ସଫା, ଶୁଖିବା ଭଳି ଥାଏ, ଆଙ୍ଗୁଠି ଗୋଟିଏ ଭଳି ନଥାଇ ସବୁ ଭିନ୍ନ-ଭିନ୍ନ ଥାଏ, ସେହିଭଳି ଲୋକମାନଙ୍କୁ ନିଜ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ । ଏମାନଙ୍କୁ ଜୀବନ ସାରା ଧନର ଅଭାବ ରହିଥାଏ ।

୪) ଯେଉଁ ପୁରୁଷର ହାତର ମଧ୍ୟ ଭାଗରେ ଗାତ ଭଳି ଥାଏ, ସେମାନେ ନିଜ ବାପାଙ୍କ ଧନର ସୁଖ ପାଇପାରିବେ ନାହିଁ ଓ ଯେଉଁ ପୁରୁଷର ହାତର ମଧ୍ୟ ଭାଗରେ ଗାତ ଭଳି ନଥାଏ ସେ ବହୁତ ଦାନୀ ହୋଇଥାଏ ।

୫) ଯେଉଁ ପୁରୁଷର ପାଦର ଆଙ୍ଗୁଠିର ତର୍ଜନୀ ଆଙ୍ଗୁଠି ଓ ବୃଦ୍ଧାଙ୍ଗୁଳି ପାଖରେ ଥିବା ତର୍ଜନୀ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ, ତେବେ ସେହି ବ୍ୟକ୍ତିର ଜୀବନରେ ସ୍ତ୍ରୀର ସୁଖ ମିଳିଥାଏ ।

୬) ଯେଉଁ ପୁରୁଷର ପେଟ ମାଂସାଳ, ବଡ଼ ଓ ଗୋଲ ହୋଇଥାଏ, ସେହିଭଳି ଲୋକମାନେ ଧନୀ ହୋଇଥାନ୍ତି, ସେହିଭଳି ଯେଉଁ ପୁରୁଷର ପେଟ ଲମ୍ଭା ଓ ପତଳା ହୋଇଥାଏ ସେହି ବ୍ୟକ୍ତିକୁ ବହୁତ ଗରିବ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ ।