ବୋଧୂ ବେଶରେ ବହୁତ ସୁନ୍ଦର ଦେଖାଯାନ୍ତି ଏହି ୬ ଜଣ ପ୍ରସିଦ୍ଧ ଟିଭି ଅଭିନେତ୍ରୀ । ଆପଣ ଦେଖିଲେ ସେମାନେ ଆପଣଙ୍କ ହୃଦୟ ଜିଣି ନେବେ ।

Spread the love

ଟିଭି ଦୁନିଆର ଏହି ୬ ଜଣ ପ୍ରସିଦ୍ଧ ଅଭିନେତ୍ରୀ ନିଜ ବୋଧୂ ବେଶରେ କାହାର ମଧ୍ୟ ହୃଦୟ ଜିଣି ନେଇ ପାରିବେ । କିନ୍ତୁ ଏମାନଙ୍କ ମଧ୍ୟରୁ ଆପଣଙ୍କୁ କିଏ ପସନ୍ଦ ଅଟନ୍ତି ଏଥିପାଇଁ ଆପଣଙ୍କୁ ଏହି ଲେଖିବା ପରେ ନିଜର ମତ ଦେବା ପାଇଁ ପଡିବ ।

ଭଗବାନ ସମସ୍ତଙ୍କୁ ତିଆରି କରିଛନ୍ତି କିନ୍ତୁ କିଛି ବ୍ୟକ୍ତି ଏପରି ଅଛନ୍ତି; ଯେଉଁମାନଙ୍କ ଗଠନ ଏତେ ସୁନ୍ଦର ହୋଇଥାଏ, ଯାହାକୁ ଦେଖିଲେ ବାରମ୍ବାର ଦେଖିବା ପାଇଁ ଇଛା ହୋଇଥାଏ । ଝିଅମାନେ ଭଗବାନଙ୍କ ଦ୍ୱାରା ତିଆରି ହୋଇଥିବା କୋମଳ ଫୁଲ ସଦୃଶ୍ୟ କିନ୍ତୁ ଭିତରୁ ସହନଶୀଳ ଶକ୍ତି ସେମାନଙ୍କ ମଧ୍ୟରେ ଖୁବ ରହିଥାଏ । ଅଭୁନେତ୍ରୀଙ୍କ ସହ ଅନ୍ୟ ଝିଅଙ୍କ ତୁଳନା ହିଁ ସମ୍ଭବ ନୁହେଁ । ଚଳଚିତ୍ର ସହ ଟିଭି ଦୁନିଆର ଅଭିନେତ୍ରୀମାନେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଇଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସୁନ୍ଦର ଅଟନ୍ତି କିନ୍ତୁ ବୋହୂ ବେଶରେ ବହୁତ ସୁନ୍ଦର ଦେଖା ଯାଆନ୍ତି ଏହି ୬ ଜଣ ଟିଭିର ଅଭିନେତ୍ରୀ ।

ବୋଧୂ ବେଶରେ ବହୁତ ସୁନ୍ଦର ଦେଖାଯାଆନ୍ତି ଏହି ଟିଭିର ୬ ଜଣ ଅଭିନେତ୍ରୀ :

୨୦୧୮ ମସିହା ବିବାହର ଋତୁ ରହିଥିଲା ଏବଂ ବହୁତ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଵିଵାହ କରିଥିଲେ । ଆଜି ଆମେ ଏପରି କିଛି ଅଭିନେତ୍ରୀଙ୍କ ଚିତ୍ର ଦେଖାଇବୁ ଯେଉଁମାନେ ବୋଧୂ ବେଶରେ ଖୁବ୍ ସୁନ୍ଦର ଦେଖାଯାଆନ୍ତି ।

ଜେନିଫର୍ ବିଂଗେଟ

ଏହି ଅଭିନେତ୍ରୀ ଜଣକ ଶିଶୁ କଳାକାର ରୂପେ କାମ ଆରମ୍ଭ କରିଥଲେ ।

“କସୋଟି ଜିନ୍ଦେଗି କି”, “ଦିଲ୍ ମିଲ୍ ଗଏ”, “ଗଙ୍ଗା ସାଗର”, “ବେପନହା ପ୍ୟାର୍”

ପରି ପ୍ରସିଦ୍ଧ ଶୋରେ କାମ କରିଛନ୍ତି । ଜେନିଫରଙ୍କ ଅନେକ ପ୍ରଶଂସକ ଅଛନ୍ତି ଏବଂ ଆପଣ ଜେନିଫରଙ୍କ ଚିତ୍ର ଦେଖି ପାରିବେ । ବିବାହର ଲାଲ ଯୋଡ଼ାରେ ବହୁତ ସୁନ୍ଦର ଦେଖାଯାନ୍ତି ଜେନିଫର ।

ଶିବଙ୍ଗୀ ଯୋଶୀ

ୟେ ରିସ୍ଥା କ୍ୟାୟା କେହେଲାଟାଏ ପରି ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶିବଙ୍ଗୀ ଟିଭି ଜଗତର ଖୁବ ସୁନ୍ଦର ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିନେତ୍ରୀ ଜଣକ ଅନେକ ଧାରାବାହିକରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସାରିଛନ୍ତି ଏବଂ କନ୍ୟା ବେଶରେ ସମସ୍ତଙ୍କ ହୃଦୟ ଜିଣି ପାରିଛନ୍ତି ।

ଦିବ୍ୟଙ୍କା ତ୍ରିପାଠୀ

ଟିଭିର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ନିଜର ହସ ମାଧ୍ୟମରେ ଦର୍ଶନଙ୍କ ହୃଦୟ ଜିଣି ପାରିଛନ୍ତି । ଟିଭି ପରଦାରେ ଅନେକ ଥର ବୋଧୂବେଶ ଧାରଣ କରିଛନ୍ତି କିନ୍ତୁ ଅସଲ ଜୀବନର ଥରେ ହିଁ ବୋଧୂ ବେଶ ସାଜିଛନ୍ତି । ଦିବ୍ୟଙ୍କାଙ୍କ ସୁନ୍ଦରତା ଆପଣ ଏହି ଚିତ୍ରଟିରେ ଦେଖି ପାରିବେ ।

ଅନିତା ହସନଂଦାନୀ

ନିଜର ଚାହାଣୀରେ ଲୋକଙ୍କ ହୃଦୟ ଚୋରାଇ ପାରୁଥିବା ଅଭିନେତ୍ରୀ ଅନିତା, ଜଣେ ସଫଳ ଅଭିନେତ୍ରୀ ଅଟନ୍ତି । ଟିଭି ଧାରାବାହିକ ନାଗିନ ଜରିଆରେ ସେ ପ୍ରସିଦ୍ଧ ହୋଇ ପାରିଛନ୍ତି । ଏହି ବର୍ଷ ସେ ବୋଧୂ ବେଶରେ ନଜର ଆସିଥିଲେ । ଏହା ପୂର୍ବରୁ ସେ ଅନେକ ଥର ବୋହୂ ବେଶରେ ଧାରାବାହିକରେ ଆସିଛନ୍ତି ।

ମୌନି ରାଏ

ଟିଭି ଜଗତରୁ ବଲିଉଡ ପର୍ଯ୍ୟନ୍ତ ସଫଳ ଅଭିନୟ କରି ଦର୍ଶନଙ୍କ ମନ ଜିଣି ସାରିଥିବା ମୌନି ରାଏଙ୍କ ସୁନ୍ଦରତା ବିଷୟରେ ଆମେ ସମସ୍ଥେ ଜାଣିଛେ ।

“କିଉଁ କି ସାସ ଭି କଭି ବୋହୁ ଥି” ଏବଂ “ନାଗିନ”

ଧାରାବାହିକରେ ଅଭିନୟ କରି ସାରିଥିବା ମୌନି ଅସଲ ଜୀବନରେ ଅବିବାହିତ ଅଟନ୍ତି କିନ୍ତୁ ଟିଭି ପରଦାରେ ଅନେକ ଥର କନ୍ୟାବେଶ ସାଜିଛନ୍ତି ।

ରୁବିନା ଦିଲେକ

ଶକ୍ତି ଏକ ଅସ୍ତିତ୍ୱ ଏବଂ “ଛୋଟୀ ବୋହୁ”

ପରି ପ୍ରସିଦ୍ଧ ଶୋ କରିଥିବା ରୁବିନା, ଟିଭି ଜଗତରେ ଛୋଟୀ ବୋହୁ ରୂପେ ପ୍ରସିଦ୍ଧି ଲାଭ କରିଛନ୍ତି । ରୁବିନା ଟିଭି ଧାରାବାହିକରେ ଅନେକ ଥର ବୋହୂ ବେଶ ସାଜିଛନ୍ତି ଏବଂ 2018ରେ ଅସଲ ଜୀବନରେ ଇନ୍ଦୋରରେ ବିବାହ କରିଥିଲେ ।