ଦେଖନ୍ତୁ ବଲିଉଡର ଭୟଙ୍କର ଖଳନାୟକଙ୍କ ଝିଅଙ୍କୁ, ଥରେ ଦେଖିଲେ ସେମାନଙ୍କ ଠାରେ ଆଖି ଲାଖି ରହିଯିବ ।

Spread the love

ଜଣେ ହିରୋର ପ୍ରକୃତ ମୂଲ୍ୟ ସେହି ସମୟରେ ଜଣାପଡ଼ିଥାଏ ଯେତେବେଳେ ସାମ୍ନାରେ ଜଣେ ଶକ୍ତିଶାଳୀ ଖଳନାୟକ ଥିବ । ଏହି କାରଣରୁ ଚଳଚ୍ଚିତ୍ରରେ ହିରୋର ପ୍ରଭାବ ଦେଖାଇବା ପାଇଁ ଖଳନାୟକର ଚରିତ୍ରକୁ ପ୍ରଭାବଶାଳୀ ଦେଖାଯାଇଥାଏ । ବଲିଉଡ ଚଳଚ୍ଚିତ୍ର ଗୁଡିକରେ ଆମେ ଅନେକ ଖଳନାୟକଙ୍କୁ ଦେଖିଛେ । ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ଏହି ଖଳନାୟକଙ୍କ ବିଷୟରେ ନୁହେଁ ବରଂ ସେହି ଖଳନାୟକଙ୍କ ସୁନ୍ଦରୀ ଝିଅଙ୍କ ବିଷୟରେ ଜଣାଇବା ପାଇଁ ଚାହୁଁଛୁ । ଆମେ ବିଶ୍ୱାସ ରଖିଛୁ ଏହି ଖଳନାୟକଙ୍କ ପ୍ରାୟ ଝିଅଙ୍କୁ ଆପଣ ଜାଣିନଥିବେ । ଏହି ଖଳନାୟକଙ୍କ ଝିଅଙ୍କୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଶୃତି – କୂଳଭୂଷଣ ଖରବନ୍ଧା

social media

୭୫ ବର୍ଷୀୟ କୂଳଭୂଷଣ ବଲିଉଡର ବରିଷ୍ଠ କଳାକାର ଅଟନ୍ତି । ସେ ନିଜର ବଲିଉଡ କ୍ୟାରିୟରରେ ଭିନ୍ନ ଭିନ୍ନ ରୋଲରେ ଅଭିନୟ କରିଛନ୍ତି । କୂଳଭୂଷଣଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରନ୍ତି । ସେ ବଲିଉଡର ଅନେକ ଗୁଡିଏ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରି ସାରିଛନ୍ତି । କୂଳଭୂଷଣଙ୍କ ଝିଅ ଶୃତି ଖରବନ୍ଧାଙ୍କ ସୁନ୍ଦରତାରେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି ।

ପେମା – ଡ୍ୟାନି ଡେଂଜୋଗପା

social media

ଡ୍ୟାନି ୯୦ ଦଶକର ଜଣେ ବଲିଉଡର ପ୍ରସିଦ୍ଧ ଖଳନାୟକ ଥିଲେ । ଡ୍ୟାନିଙ୍କ ଝିଅ ପେମା ଡେଂଜୋଗପା ଏନିମେସନରେ ସ୍ନାତକ ଶେଷ କରିଛନ୍ତିଭ । ଏହା ବ୍ୟତୀତ ସେ ଅନ୍ୟ କୋର୍ସ ଗୁଡିକ ଲଣ୍ଡନ କଲେଜ ଅଫ କମୁନିକେସନରେ ଶେଷ କରିଛନ୍ତି । ପେମା ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

ଅହଲାମ – ଅମଜାଦ ଖାନ

social media

ବଲିଉଡର ଗବ୍ବର ସିଂହ ଅମଜାଦ ଖାନଙ୍କ ଦେହାନ୍ତ ୧୯୯୨ ରେ ହୋଇଯାଇଥିଲା । ଅମଜାଦ ଖାନ ବଲିଉଡର ଜଣେ ପ୍ରଭାବଶାଳୀ ଖଳନାୟକ ଥିଲେ । ଅମଜାଦଙ୍କ ତିନୋଟି ସନ୍ତାନ ଅଛନ୍ତି ୨ ଟି ପୁତ୍ର ସାଦବ ଓ ସୀମାଵ ଏବଂ ଗୋଟିଏ ପୁତ୍ରୀ ଅହଲାମ ଖାନ । ଅହଲାମ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି । ସେ ୨୦୧୧ ମସିହାରେ ଥିଏଟର ଅଭିନେତା ଜାଫର କଚାରିବାଲାଙ୍କ ସହ ବିବାହ କରିଥିଲେ ।

ସୃଷ୍ଟି – କିରଣ କୁମାର

social media

ଯେତେବେଳେ ବଲିଉଡରେ କୌଣସି ଖଳନାୟକଙ୍କ ଚରିତ୍ର ଲେଖାଯାଏ ତେବେ କାଷ୍ଟିଙ୍ଗ ନିର୍ଦେଶକଙ୍କୁ କିରଣ କୁମାରଙ୍କ କଥା ମନେ ପଡେ । କିରଣଙ୍କ ପୁତ୍ରୀ ଶୃତି କୁମାର ଜଣେ ଫେସନ ଡିଯାଇନର ଅଟନ୍ତି । ଏହା ବ୍ୟତୀତ ଶୃତି ସୁଷ ଏବଂ ସିସ ନାମକ ଏକ ବ୍ରାଣ୍ଡ ମଧ୍ୟ ଚଳାନ୍ତି । ଏହି ବ୍ରାଣ୍ଡର ପୋଷାକ ଏବଂ ଅଳଙ୍କାର ପ୍ରସ୍ତୁତି କରାଯାଏ ।

ଦିବ୍ୟଙ୍କା – ରଞ୍ଜିତ

social media

ରଞ୍ଜିତ ବଲିଉଡର ପ୍ରସିଦ୍ଧ ଖଳନାୟକ ଅଟନ୍ତି । ସେ ନିଜ ଫିଲ୍ମ କ୍ୟାରିୟର ମଧ୍ୟରେ କେଵଳ ଖଳନାୟକର ଭୂମିକାରେ ହିଁ ଅଭିନୟ କରିଛନ୍ତି । ସେ ବଲିଉଡର ଖଳନାୟକଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଅଟନ୍ତି । ରଞ୍ଜିତଙ୍କ ପୁତ୍ରୀଙ୍କ ନାମ ଦିବ୍ୟଙ୍କା ଅଟେ । ଦିବ୍ୟଙ୍କା ଦେଖିବା ପାଇଁ ସୁନ୍ଦରୀ ଅଟନ୍ତି ଏବଂ ସେ ଅଳଙ୍କାର ଡିଯାଇନ କରନ୍ତି ।

ଶ୍ରଦ୍ଧା – ଶକ୍ତି କପୁର

social media

ଶକ୍ତି କପୁରଙ୍କୁ ପରିଚୟର ଆବଶ୍ୟକତା ନାହିଁ । ଶକ୍ତି କପୁର ବଲିଉଡର ଏକ ପ୍ରସିଦ୍ଧ ନାମ ଅଟେ । ନିଜ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଅନେକ ଖଳନାୟକ ଚରିତ୍ରରେ ଅଭିନୟ କରି ସାରିଛନ୍ତି । ଏହା ବ୍ୟତୀତ ଅନେକ ଚଳଚ୍ଚିତ୍ରରେ କମେଡି ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଶକ୍ତିଙ୍କ ପୁତ୍ରୀ ଶ୍ରଦ୍ଧା କପୁର ଆଜିର ସମୟରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଅଟନ୍ତି । ଶକ୍ତିଙ୍କୁ ନିଜ ଝିଅଙ୍କ ଉପରେ ଗର୍ବ ରହିଛି ।

ଅନନ୍ୟା – ଚଙ୍କି ପାଣ୍ଡେ

social media

ଚଙ୍କି ପାଣ୍ଡେ କମେଡି ସହ ଖଳନାୟକ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଚଙ୍କିଙ୍କ ପୁତ୍ରୀ ଅନନ୍ୟା ପାଣ୍ଡେ ଦେଖିବା ପାଇଁ ଖୁବ ସୁନ୍ଦରୀ ଅଟନ୍ତି । ଅନନ୍ୟା ବଲିଉଡରେ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ଋତୁ – ଓମ ଶିବ ପୁରୀ

social media

ବିଗତ ସମୟର ପ୍ରସିଦ୍ଧ କଳାକାର ଓମ ଶିବ ପୁରୀ ପ୍ରାୟତଃ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଓମ ଶିବ ପୁରୀଙ୍କ ଝିଅ ସୁନ୍ଦରତାରେ କାହା ଠାରୁ କମ ନୁହଁନ୍ତି ।