ଲୋକମାନଙ୍କ ମଧ୍ୟରେ ବ୍ୟାପିବାରେ ଲାଗୁଛି ଏହି ମାରାତ୍ମକ ରୋଗ…

Spread the love

ଆଜିକାଲି ଅଧିକାଂଶ ଲୋକମାନଙ୍କୁ ଆକ୍ରମ କରିସାରିଛି ଏହି ମାରାତ୍ମକ ରୋଗ ଓ ଅନେକ ଲୋକଙ୍କ ଦେହାନ୍ତ ମଧ ହୋଇଛି ଏହି ରୋଗ ଯୋଗୁଁ । ତେଣୁ ଲକ୍ଷଣ ଗୁଡିକ ଯଦି ଆପଣଙ୍କ ଶରୀରରେ ଦେଖିବାକୁ ପାଇଲେ ତେବେ ତୁରନ୍ତ ଡାକ୍ତର ଙ୍କ ସହ ସମ୍ପର୍କ କରନ୍ତୁ । ସେହି ରୋଗର ନାମ ହେଉଛି କ୍ୟାନ୍ସର ।

କ୍ୟାନ୍ସର କଣ –

ଅନେକ ପ୍ରକାରର କୋଷକୁ (cell) ନେଇ ଆମ ଶରୀର ହୋଇଛି ହୋଇଛି । ଯେଉଁ ସମୟରେ ଶରୀରକୁ ଏହାର ଆବଶ୍ୟକତା, ସେହି ସମୟରେ ସେ ଗୁଡିକ ନିୟନ୍ତ୍ରିତ ରୂପେ ବିଭାଜନ ହୁଏ ଓ ବଢି ଚାଲିଥାଏ । କିନ୍ତୁ ଦିନେ ଏଭଳି ମଧ୍ୟ ସମୟ ଆସିଥାଏ ଯେତେବେଳେ କି ସେହି କୋଷଗୁଡିକ ଶରୀର ପାଇଁ ଆଉ ଆବଶ୍ୟକତା ନ ଥାଏ ତଥାପି ଏଗୁଡିକର କ୍ରମାଗତ ବଢି ଚାଲିଥାଏ । ଏହି କୋଷଗୁଡିକର ଅସାମାନ୍ୟ ବିକାଶ ବା ଅନିର୍ଦ୍ଧିଷ୍ଟ ଭାବରେ ବୃଦ୍ଧିକୁ କ୍ୟାନ୍ସର କୁହାଯାଏ । ଯେଉଁଥିରେ କାରଣରୁ କୋଷଗୁଡି଼କ ନିଜର ନିୟନ୍ତ୍ରଣ ହରାଇଥାନ୍ତି । ଏହି କୋଷ ଗୁଡିକ ଶରୀରରେ କୌଣସି ଜାଗାରେ ମଧ୍ୟ ହୋଇଥାଏ । କୌଣସି ଗୋଟିଏ ଜାଗାରେ କ୍ରମାଗତ ରୂପେ କୋଷର ଆକାର ଅତ୍ୟଧିକ ବଢ଼ିବାରେ ଲାଗିଥାଏ । ଯାହାକୁ ଟ୍ୟୁମର (Tumor) କୁହାଯାଏ ।

କେମିତି ଚିହ୍ନିବା କ୍ୟାନ୍ସରକୁ –

ଯଦି କ୍ୟାନ୍ସର ର ଲକ୍ଷଣ ପ୍ରାରମ୍ଭରେ ହି ଜାଣି ନେବା ତେବେ ଏହା ସହିତ ଲଢ଼ିବା ପାଇଁ ସହଜ ହୋଇଥାଏ । ସେଗୁଡିକ ହେଲା –

୧) ରକ୍ତର ଅଭାବ

୨) ଅଜୀର୍ଣ୍ଣ ର ସମସ୍ୟା

୩) ମୂତ୍ର କରିବା ସମୟରେ ରକ୍ତ ବାହାରିବା

୪) ମୁଣ୍ଡ ବ୍ୟଥା ସବୁବେଳେ ହେବା

୫) ଶରୀରରେ କୌଣସି ଜାଗାରେ ଗଣ୍ଠି ଭଳି ହେବା

୬) ulcer

୭) ଘା ଶୀଘ୍ର ଠିକ ନହେବା

୮) କ୍ରମାଗତ ଖାସ ହେବା

୯) ଗିଳିବା ପାଇଁ କଷ୍ଟ ହେବା

ପେଟରେ ହେଉଥିବା କ୍ୟାନ୍ସର ର କେତେକ ସଂକେତ

୧) ଆପଣଙ୍କ ପେଟରେ ବହୁତ ସମୟରୁ ହାଲ୍କା – ହାଲ୍କା ବ୍ୟଥା ହେଉଥିବ, କଷ୍ଟ କାଠିନ୍ୟ ହେଉଥିବ, ପେଟରେ ଘା ହେବା ଆଦି ର ଅର୍ଥ ହେଉଛି ଆପଣଙ୍କୁ ଭବିଷ୍ୟତରେ ପେଟରେ କ୍ୟାନ୍ସର ହେବାର ସମ୍ଭାବନା ବଢିଯାଏ । ଯାହା କାରଣରୁ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହେଇପାରେ । ଯାହାକୁ ଏହି ରୋଗ ହୋଇଥାଏ ତାର ଅଣ୍ଟା ର ଆକାର ଦିନ ଦିନକୁ ବଢ଼ିବାରେ ଲାଗେ ।

୨) ଯଦି ଆପଣଙ୍କ ଓଜନ ହଠାତ କମିଯାଏ ତ ଏହା ଏକ ଚିନ୍ତା କରିବାର ବିଷୟ ଅଟେ, କାରଣ ଓଜନ କମିବା ମଧ୍ୟ କ୍ୟାନ୍ସର ହେବାର ଏକ ବଡ଼ ଲକ୍ଷଣ ଅଟେ । ମସ୍ତିଷ୍କ, ପେଟରେ କ୍ୟାନ୍ସର ହେଲେ ସେହି ବ୍ୟକ୍ତିର ସର୍ବ ପ୍ରଥମେ ଓଜନ କମି ଥାଏ ।

୩) ଯଦି ଆପଣଙ୍କୁ ସବୁବେଳେ କଷ୍ଟ କାଠିନ୍ୟ ହୋଇଥାଏ ତେବେ ତୁରନ୍ତ ଡାକ୍ତର ଙ୍କ ସହ ସମ୍ପର୍କ କରିବା ଉଚିତ କାରଣ କୋଲୋନ କ୍ୟାନ୍ସର ଯୋଗୁଁ ବ୍ୟକ୍ତି କି ସବୁବେଳେ କଷ୍ଟ କାଠିନ୍ୟ ହୋଇଥାଏ, କିନ୍ତୁ ସମୟ ଥାଉ-ଥାଉ ଏହାକୁ ଜାଣି ଶୀଘ୍ର ଚିକିତ୍ସା କରିଲେ ଏହି ଅସୁବିଧା ଠାରୁ ଶୀଘ୍ର ମୁକ୍ତି ପାଇହେବ ।

କ୍ୟାନ୍ସର କେତେ ପ୍ରକାରର –

ଆମ ଶରୀରରେ ୬୦ ଟି ଏଭଳି ଅଙ୍ଗ ଅଛି ଯେଉଁଠାରେ କି କ୍ୟାନ୍ସର ହେଇପାରେ । ବୈଜ୍ଞାନିକ ଦୃଷ୍ଟିକନରୁ ଦେଖିବା ଯଦି କ୍ୟାନ୍ସର ୧୦୦ ପ୍ରକାରରୁ ଉର୍ଦ୍ଧ ଅଛି । ଯେଉଁଥିରେ କିଛି ଏହି ପ୍ରକାରରେ ଅଛି blood cancer, thyroid cancer, skin cancer, bone cancer, breast cancer ଇତ୍ୟାଦି ।

କ୍ୟାନ୍ସର ହେବାର କାରଣ –

ଏକ୍ସପର୍ଟସ ଙ୍କ ଅନୁସାରେ କ୍ୟାନ୍ସର ହେବାର ଏକ କାରଣ ହେଉଛି ନିଜ ଜୀବନଶୈଳୀ ରେ ହେଉଥିବା ପରିବର୍ତ୍ତନ । ଏହା ଛଡ଼ା ସିଗାରେଟ, ତମ୍ବାକୁ, ମଦ, ମାଂସାହାରି ଭଜନ ଆଦି ମଧ୍ୟ କ୍ୟାନ୍ସର ହେବାର ମୁଖ୍ୟ କାରଣ ହୋଇଥାଏ । କ୍ୟାନ୍ସର ହେବାର ଅନ୍ୟ କାରଣ ହେଉଛି ମୋଟାପନ ।