ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆପେ ଆପେ ଆସୁଛି ଟଙ୍କା : ଲୋକେ ହେଉଛନ୍ତି ଖୁସି କିନ୍ତୁ ପ୍ରଶାସନ ଚିନ୍ତିତ

Spread the love

ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆପେ ଆପେ ଆସୁଛି ଟଙ୍କା । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଚାନକ ଟଙ୍କା ଜମା ହେବାରେ ଲାଗିବ, ସେତେବେଳେ ଆପଣ ନିଶ୍ଚିତ ଭାବେ ଖୁସିରେ ଆନନ୍ଦିତ ହେବେ । ଠିକ୍ ଏପରି ହିଁ କିଛି ଘଟଣା ଘଟିଛି ଏବେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲ୍ଲାର କେତୁଗ୍ରାମ ୨ନମ୍ବର ପଞ୍ଚାୟତ ସମିତିର ଶିବଲୁନ, ବେଲୁନ, ଟୋଲାବାଡି, ସେନପାଡା, ଅମ୍ବାଲଗ୍ରାମ, ନବଗ୍ରାମ ଏବଂ ଗଙ୍ଗାଟିକୁରି ଅଞ୍ଚଳରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦୁଇ ଦୁଇ ଥର ଆକାଉଣ୍ଟରେ ଟଙ୍କା ଜମା ହୋଇଛି । ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ସେହିମାନଙ୍କ ଆକାଉଣ୍ଟରେ ୨ ହଜାରରୁ ଆରମ୍ଭ କରି ୨୪ ହଜାର ପର୍ଯ୍ୟନ୍ତ ଟଙ୍କା ଜମା ହୋଇଛି ।

ଆପଣଙ୍କ ଆଉ ଗୋଟିଏ କଥା ଜଣାଇ ଦେଉଛୁ ଯେ, ଯେଉଁମାନଙ୍କର ଆକାଉଣ୍ଟ ୟୁକୋ ବ୍ୟାଙ୍କ, ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଅଛି ସେମାନଙ୍କ ଆକାଉଣ୍ଟକୁ ହିଁ କେବଳ ଏହିଭଳି ଟଙ୍କା ଯାଉଛି । କିନ୍ତୁ ଗୋଟିଏ ପଟେ ନିଜ ଗ୍ରାହକଙ୍କ ଆକାଉଣ୍ଟରେ ହଠାତ୍ ଟଙ୍କା ଜମା ହେବା ଦ୍ୱାରା ଗ୍ରାହକ ମାନେ ଆନନ୍ଦିତ ହେଉଥିବା ବେଳେ ଅନ୍ୟ ପଟେ ବ୍ୟାଙ୍କ କର୍ମଚାରୀଙ୍କ ନିଦ ହଜାଇ ଦେଇଛି ଏହିପରି ଘଟଣାକୁ ନେଇ । କେଉଁ ଦିଗରୁ ଆଉ କିପରି ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଉଛି ତା’ର ଖୋଳତାଡରେ ଲାଗିଛନ୍ତି ବ୍ୟାଙ୍କ କର୍ମଚାରୀ ?

ବ୍ୟାଙ୍କ କର୍ମଚାରୀ କହିବା କଥା ଯେ, ଏସବୁ ଟଙ୍କା ଏକ୍ସିସ୍ ବ୍ୟାଙ୍କରୁ ଏନଇଏଫଟି ମାଧ୍ୟମରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତାରେ ଜମା ହେଉଛି । କିନ୍ତୁ ଏହି ଟଙ୍କା କେଉଁଠୁ ଓ କିଏ ଜମା କରୁଛି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତାରେ ? ଏହି ବିଷୟରେ କୌଣସି ସୂଚନା ମିଳି ନାହିଁ ।

ଏ ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ଶାହନୱାଜ ହୁସେନ କହିଛନ୍ତି, ଗରିବ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବା ଘଟଣା ନେଇ ସେ ସିଧାସଳଖ ମୋଦି ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି । ଏହି ଟଙ୍କା କୌଣସି ସ୍କିମ୍ ଆକାରରେ ବ୍ୟାଙ୍କ ଆକାଉଣ୍ଟରେ ଆସିବାରେ ଲାଗିଛି । ବିଧାୟକ ଜଣକ କହିଛନ୍ତି ମୋଦି ସରକାର ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା କଥା କହିଥିଲେ । ଯେହେତୁ ଆଗକୁ ନିର୍ବାଚନ ଆସୁଛି, ତେଣୁ ଏ ସମୟରେ ହୁଏତ ମୋଦି ସରକାର ଚୁପଚାପ ଭାବେ ଟଙ୍କା ପଠାଉଛନ୍ତି ବୋଲି ବିଧାୟକ ଶାହନୱାଜ ହୁସେନ କହିଛନ୍ତି ।

କିନ୍ତୁ ପ୍ରଶାସନ ପାଖରେ ଏ ନେଇ କିଛି ଖବର ନାହିଁ ? ଏହି ଘଟଣାର ଯାଞ୍ଚ ଚାଲିଥିବା ଅଧିକାରୀ ସୂଚନା ଦେଇଛନ୍ତି ।