May 24 ଯାଏଁ ଏହି ରାଜ୍ୟରେ ବଢିଲା LOCKDOWN ଅବଧି !

Spread the love

ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ଏହାମଧ୍ୟରେ ଆଉ ୭ ଦିନ ବଢିଛି ଲକଡାଉନ୍ । ରାଜଧାନୀ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକ୍ଡାଉନର ଅବଧିକୁ ମେ’ ୧୭ ପରିବର୍ତ୍ତେ ମେ’ ୨୪ ଯାଏଁ ବୃଦ୍ଧି କରିଛନ୍ତି । ଏହାସହ ଅଧିକ ପରିମାଣରେ ଭ୍ୟାକସିନ୍ ଯୋଗାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ମେ’ ୧୭ ସକାଳ ଯାଏଁ ଲକ୍ଷ୍ଡାଉନ୍ ବୃଦ୍ଧି କରିଥିଲେ । ପୂର୍ବ ଅପେକ୍ଷା ବର୍ତ୍ତମାନ ଲକ୍ଡ଼ାଉନ୍ ଅଧିକ କଡାକଡି ହୋଇଛି । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନେବାକୁ ପଡିଛି ବୋଲି କେଜ୍ରିୱାଲ ସରକାର କହିଛନ୍ତି । ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିଛି ।

ପ୍ରଥମେ ଲକ୍‌ଡାଉନ୍‌ ଅବଧି ମେ ୩ ସକାଳ ୫ ପର୍ଯ୍ୟନ୍ତ ଥିଲା । ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ପରେ ମେ।’ ୧୭ ଓ ବର୍ତ୍ତମାନ ଏହି ଅବଧିକୁ ମେ’ ୨୪ ଯାଏଁ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏନେଇ ଟ୍ଵିଟ୍‌ରରେ ସୂଚନା ଦେଇଛନ୍ତି ।

କେଜ୍ରିଓ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଲକ୍ଡାଉନର ଭଲ ପ୍ରଭାବ ପଡୁଛି । ଏପ୍ରିଲ୍ ୨୬ ପରେ ନୂଆ ମାମଲା ଧିରେଧିରେ କମୁଛି । ସଂକ୍ରମଣ ହାର ମଧ୍ୟ ଗତ ୨/୩ଦିନ ହେଲା ହ୍ରାସ ପାଇଛି । ସାଧାରଣ ଜନତାଙ୍କୁ କରୋନା ପରି ମହାମାରୀରୁ ରକ୍ଷା କରିବା ପାଇଁ ଲକ୍ଡ଼ାଉନ୍ କରାଯାଇଛି । ଲକ୍ଡ଼ାଉନ୍ ମେ ୧୭ ସକାଳ ୫ ଯାଏଁ ରହିଥିଲା କିନ୍ତୁ ପରିସ୍ଥତିକୁ ଦେଖି ଦିଲ୍ଲୀ କେଜ୍ରିୱାଲା ସରକାର ଲକ୍ଡ଼ାଉନ୍ ଅବଧିକୁ ବଢାଇ ଦେଇଛନ୍ତି । ଆସନ୍ତା ସପ୍ତାହର ସୋମବାର ସକାଳ ୫ ଯାଏଁ ଏହା ବଳବତ୍ତର ରହିବ ।

ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା । ସେମାନଙ୍କ ପକ୍ଷରୁ ସ୍ବଇଚ୍ଛାରେ ଲକ୍‌ଡାଉନ୍‌ ଲଗାଇଦିଆଯିବ । ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ୧୫୦ରୁ ଅଧିକ ବ୍ୟବସାୟ ସଂଗଠନ ନେତା ଏନେଇ ନିଷ୍ପତ୍ତି ନେଇଥିଲେ ।