ଦେଶରେ ଲକଡାଉନ୍ ୪.୦ , ଦିନରେ କିଛି ମୁହୂର୍ତ ପାଇଁ ସବୁ ଖୋଲା ହେବ କିନ୍ତୁ ରାତିରେ ସମ୍ପୂର୍ଣ କର୍ଫ୍ଯୁ ।

Spread the love

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସରକାର ମଇ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ଏବଂ ଦେଶର ପ୍ରତିଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଙ୍ଗରେ ବାର୍ତାଲାପ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ କରିବା ପାଇଁ ସଂକେତ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ୧୫ ମଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ଯାହାଫଳରେ ମୁଖ୍ୟମନ୍ତ୍ରୀ ମାନେ ନିଜ ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀଙ୍କୁ ଜଣାଇପାରିବେ । ରାଜ୍ୟ ଗୁଡିକର ସହମତି କ୍ରମେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ କରାଯିବ କିମ୍ବା ନାହିଁ ସେହି ବିଷୟ ଉପରେ ତର୍ଜମା କରାଯିବ ।

Google

ନିୟମିତ ରେଳ ସେବା ପ୍ରତିବଦଳରେ କମ ରହଣି ଯୁକ୍ତ ରେଳ ଚଳାଚଳ କରାଯିବା ଉଚିତ୍ । ବୈଠକ ସମୟରେ ପିଏମ ମୋଦୀ କହିଥିଲେ ସମୁର୍ଣ ଦୁନିଆରେ ପର୍ଯ୍ୟଟନ ବନ୍ଦ ହୋଇଯାଇଛି , ଯାହାଫଳରେ ପର୍ଯ୍ୟଟକ ଭାରତ ଅଭିମୁଖୀ ହୋଇପାରନ୍ତି ଏହି କାରଣରୁ କରୋନା ମୁକ୍ତ ରାଜ୍ୟ ଗୁଡିକ ଏହି ପରିପ୍ରେକ୍ଷୀରେ ସଜାଗ ରୁହନ୍ତୁ ।

Google

ପିଏମ ମୋଦୀ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଥିଲେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ସମ୍ପୂର୍ଣ ରୂପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ,ପ୍ରଭାସୀ ଶ୍ରମିକ ଗୁଡିକ ଘରକୁ ଫେରିଯିବା ଫଳରେ ରାଜ୍ୟ ଗୁଡିକରେ ଶ୍ରମିକଙ୍କ ଅଭାବ ଦେଖାଯାଇଛି । ପ୍ରଭାସୀ ଶ୍ରମିକଙ୍କୁ ଯଥା ସମ୍ଭବ ନିଜ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଜ ନିଜ ରାଜ୍ୟକୁ ପ୍ରଭାସୀ ଶ୍ରମିକ ଫେରିଯିବା ପରେ ରାଜ୍ୟ ସରକାରଙ୍କ ଦାୟିତ୍ଵ ରହିଛି ଯେପରି ପ୍ରତିଟି ପ୍ରଭାସୀଙ୍କ କରୋନା ପରୀକ୍ଷା ସୂଚାରୁ ରୂପରେ ସମ୍ପୂର୍ଣ ହେବ ଏବଂ ଆବଶ୍ୟକ ହେଲେ ପ୍ରଭାସୀଙ୍କୁ କ୍ଵାରାଟାଇନରେ ରଖି ସମ୍ପୂର୍ଣ ଚିକିତ୍ସା ପରେ ଘରକୁ ଯିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଭାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବା ପରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ କିନ୍ତୁ ଏହା ଦ୍ଵାରା ଦେଶକୁ କରୋନା ମୁକ୍ତ କରିବାରେ ସହାୟକ ହୋଇପାରିବ । ପିଏମ କହିଛନ୍ତି ରାଜ୍ୟ ସରକାର ପ୍ରତିଟି ଶ୍ରମିକଙ୍କ ନିମନ୍ତେ ନୀତି ଏବଂ ବ୍ୟବସ୍ଥା ପ୍ରସ୍ତୁତ କରନ୍ତୁ ଏବଂ ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ସମ୍ପୂର୍ଣ ସହଯୋଗ କରିବେ । ପ୍ରତିଟି ରାଜ୍ୟକୁ ନିଜ ନିଜ ଆର୍ଥିକ ସ୍ଥିତି ସୁଧାରିବା ନିମନ୍ତେ ଯୋଜୋନା ପ୍ରସ୍ତୁତ କରିବା ଉଚିତ । ପିଏମ , ମୁଖ୍ୟମନ୍ତ୍ରୀ ମାନଙ୍କୁ ନିଜ ନିଜ ରାଜ୍ୟର ଔଦ୍ୟୋଗିକ ଏବଂ ଶ୍ରମ ନିୟମରେ ସରଳୀକରଣ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ପ୍ରତିଟି ରାଜ୍ୟ ନୀତି ପରିବର୍ତନ କରି କେନ୍ଦ୍ର ସରକାରଙ୍କୁ ସୂଚନା ପ୍ରଦାନ କରନ୍ତୁ । ଏହା ସହ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ମାନଙ୍କୁ କହିଛନ୍ତି ଭବିଷ୍ୟତରେ ବିଦେଶୀ କମ୍ପାନୀ ଗୁଡିକ ଭାରତରେ ପୁଞ୍ଜି ନିବେଶ କରିବାର ଆଭାସ ମିଳିଛି ।