ଯକୃତ, ବୃକକ, ଓ ହୃତପିଣ୍ଡ ଏହି ତିନୋଟିକୁ ମାତ୍ର ୭ ଦିନରେ ସଫା କରିଥାଏ ଏହି ଗଛର ପତ୍ର ।

Spread the love

ଆଜିକାଲି ବ୍ୟସ୍ତମୟ ଜୀବନରେ କେହି ଚାହିଁଲେ ମଧ୍ୟ ନିଜ ଶରୀର ପ୍ରତି ପୂର୍ଣ୍ଣ ମାତ୍ରାରେ ଧ୍ୟାନ ଦେଇପାରୁ ନାହାଁନ୍ତି । ପ୍ରତ୍ୟେକ ବ୍ୟକ୍ତି, ଜୀବନରେ କିଛି ନା କିଛି ରୋଗରେ ଘେରି ହୋଇ ରହିଥାନ୍ତି । କାହାକୁ ଜଣା ଏହି ଛୋଟ ଛୋଟ ଅସୁବିଧା ଯୋଗୁଁ କେବେ ଗମ୍ଭୀର ରୋଗ ହୋଇପାରେ ଉଦାହରଣ ସ୍ୱରୂପ – ଉଚ୍ଚ ରକ୍ତଚାପ, ବୃକକ ଖରାପ ହେବା ଆଦି । ବେଳେବେଳେ ଆମେ ବିନା ଡାକ୍ତରଙ୍କ ପରାମର୍ଶରେ ଅଧିକ ମାତ୍ରାରେ ଔଷଧ ଖାଇଦେଉ ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ଅଟେ ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ଗଛର ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା କି ଉପରେ ଲେଖା ହୋଇଥିବା ରୋଗ ଗୁଡିକ ପୂର୍ଣରୂପେ ଠିକ ହୋଇଯାଇଥାଏ ଓ କିଛି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିନଥାଏ । ଏହି ଘରୋଇ ଔଷଧରେ କିଛି ବି ପାର୍ଶ୍ଵ ପ୍ରତିକ୍ରିୟା (side effect) ନଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ପତ୍ର ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କ ସମ୍ପୂର୍ଣ୍ଣ ଶରୀର ସହ ଯକୃତ, ବୃକକ ଓ ହୃତପିଣ୍ଡକୁ ମଧ୍ୟ ସଫା କରିଦେଇଥାଏ ।

ଆମ୍ଭ ଗଛ ପତ୍ରର ଫାଇଦା –

ଉଚ୍ଚ ରକ୍ତଚାପ ଓ ମଧୁମେହ ପାଇଁ ଆମ୍ବ ଗଛର ପତ୍ର ବହୁତ ଲାଭଦାୟକ ଅଟେ । ଆମ୍ବ ଗଛର ପତ୍ରରେ ଏନଥୋସାଇନିଡ଼ିନ ନାମକ ଟେନିନ ଥାଏ । ଯାହା କି ମଧୁମେହକୁ ଠିକ୍ କରିବା ପାଇଁ ରାମବାଣ ସଦୃଶ କାମ କରିଥାଏ । ଏହା ସହ ମଧୁମେହ ଏନଜିଓପୈଥି ଓ ମଧୁମେହ ରେଟିନୋପୈଥିର ମଧ୍ୟ ଚିକିତ୍ସା କରିଥାଏ ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଆମ୍ବ ଗଛ ପତ୍ରରେ ଚା’ହା ପ୍ରସ୍ତୁତ କରି ପିଇଲେ ମଧୁମେହ ରୋଗୀମାନଙ୍କୁ ଅତି ଶୀଘ୍ର ଆରାମ ମିଳିଥାଏ । ଆମ ଶରୀରରେ ତିନୋଟି ମୁଖ୍ୟ ଅଙ୍ଗ ଅଛି ବୃକକ, ହୃତପିଣ୍ଡ, ଯକୃତ ଏହି ତିନୋଟିକୁ ସୁରକ୍ଷାରେ ରଖିବା ନିହାତି ଆବଶ୍ୟକ । ଖରାପ ଖାଦ୍ୟ ଖାଇବା, ଜୀବନଯାପନ କରିବାର ନିୟମ ଭୁଲ ଥିଲେ ଏହି ତିନୋଟି ଅଙ୍ଗ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

ଯଦି ଆପଣ ସ୍ବତନ୍ତ୍ର ଭାବରେ ଓ ନିୟମିତ ବିଧିବଧ ଭାବରେ ଚା’ହା ପ୍ରସ୍ତୁତ କରି ପିଇବେ, ତେବେ ଆପଣଙ୍କ ଶରୀର ସମ୍ପୂର୍ଣ ରୂପେ ସଫା ହେଇଯିବ । ପତ୍ରରୁ ତିଆରି ହେଇଥିବା ପାଣିକୁ ପିଇଲେ ଉଚ୍ଚ ରକ୍ତଚାପର ସମସ୍ୟା ମଧ୍ୟ ଠିକ ହୋଇଯାଇଥାଏ ।

ଏଭଳି କରନ୍ତୁ ପତ୍ରର ସେବନ –

ପତ୍ରକୁ ପ୍ରଥମେ ଭଲ ଭାବରେ ଧୋଇବେ । ଗୋଟିଏ ଗିନାରେ ପାଣି ପକାଇ ପତ୍ରକୁ ରାତିସାରା ବତୁରାଇ ରଖିବେ । ତା’ ପରଦିନ ପତ୍ରକୁ କାଢି ସେହ ପାଣିକୁ ପିଅନ୍ତୁ । ଆପଣ ଯଦି ଏଭଳି ପ୍ରତ୍ୟେକ ଦିନ ପାଣି ପିଇବେ, ଆପଣଙ୍କୁ ଅନେକ ରୋଗ ଠାରୁ ମୁକ୍ତି ମିଳିବ । ପତ୍ରକୁ ଶୁଖାଇ ତାହାକୁ ଗୁଣ୍ଡ କରି ମଧ୍ୟ ବ୍ୟବହାର କରିପାରନ୍ତି ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ !