ସବୁଦିନ ଲିପ୍ସଟିକ ଲଗାଉଥିବା ଝିଅମାନେ ନିଶ୍ଚିତ ପଢନ୍ତୁ ଏ ଖବର ! ଖବରଟି ଜାଣିବା ପରେ ଆପଣ ଲିପ୍ସଟିକ ଲଗେଇବେ ନାହିଁ ।

Spread the love

ନମସ୍କାର ବନ୍ଧୁଗଣ, ଆଜିର ଦିନରେ ପ୍ରାୟ ପ୍ରତ୍ୟେକ ଲୋକ ଖାସ୍ କରି ଝିଅମାନେ, ନିଜ ଚେହେରାକୁ ସୁନ୍ଦରରୁ ଆହୁରି ଅଧିକ ସୁନ୍ଦର କରିବାକୁ ଚାହିଁଥାନ୍ତି । ଚେହେରାର ଏକ କୋମଳ ଓ ସୁନ୍ଦର ଅଙ୍ଗ ହେଲା ଓଠ ! ଯାହାକୁ ସୁନ୍ଦର କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ, ଯାହାଫଳରେ ଚେହେରା ସୁନ୍ଦର ଦେଖା ଯାଇପାରିବ ।

ଆଜିକାଲିର ଝିଅମାନେ ନିଜର ଫ୍ୟାସନର ଧ୍ୟାନ ବହୁତ ରଖିଥାନ୍ତି କିନ୍ତୁ ନିଜର ଯତ୍ନ ରଖିବା ଭୁଲିଯାନ୍ତି । ପ୍ରଥମେ ସେହି ମହିଳାମାନେ ଲିପ୍ସଟିକର ବ୍ୟବହାର କରୁଥିଲେ ଯେଉଁ ମାନଙ୍କର ଓଠ ସୁନ୍ଦର ଓ ଗୋଲାପୀ ନ ଥିଲା, କିନ୍ତୁ ଆଜିର ଦିନରେ ଓଠ କଳା ହେଉ ବା ଗୋଲାପୀ ଲିପ୍ସଟିକ ଲଗେଇବା ଏକ ଫ୍ୟାସନ ହୋଇଯାଇଛି ।

Google

ଲିପ୍ସଟିକ ଲଗେଇବା କିଛି ଖରାପ କଥା ନୁହେଁ । ଏହା ସତ୍ୟ ଯେ, ଏହା ଲଗେଇଲେ ଆପଣଙ୍କର ସୁନ୍ଦରତା ବଢିଥାଏ, କିନ୍ତୁ କିଛି ଝିଅ ତାକୁ ପ୍ରତିଦିନ ବ୍ୟବହାର କରିଥାନ୍ତି, ଯାହାକି ହାନିକାରକ ହୋଇଥାଏ । ଯଦି ଗୋଟେ ଜିନିଷ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରିବା ତ ତାହା ବିପଦ ହୋଇଥାଏ ।

ବନ୍ଧୁଗଣ ଲିପ୍ସଟିକର କଥା କହିଲେ ଏହା ଏକ ଏମିତି ଜିନିଷ ଯାହାକି ମେକ୍-ଅପ୍ ସମୟରେ ଝିଅମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଏହା ମହିଳାମାନଙ୍କର ସୁନ୍ଦରତାକୁ ଆହୁରି ବିକଶିତ କରିଥାଏ କିନ୍ତୁ କେହି ମଧ୍ୟ ମହିଳା ଲିପ୍ସଟିକ ଲଗେଇବା ବେଳେ ଏହା ଭାବି ନଥାନ୍ତି ଯେ, ଏହା କେତେ କ୍ଷତି କାରକ ଅଟେ । ଲିପ୍ସଟିକର ବ୍ୟବହାର ଆପଣ ନିହାତି କରନ୍ତୁ, କିଛି ଅସୁବିଧା ନାହିଁ କିନ୍ତୁ ପ୍ରତିଦିନ କରନ୍ତୁ ନାହିଁ ।

ଆଜି ଆମେ ଆପଣଙ୍କୁ ଲିପ୍ସଟିକ ପ୍ରତିଦିନ ଲଗେଇଲେ କଣ କ୍ଷତି ହୋଇଥାଏ ସେହି ବିଷୟରେ ଜଣେଇବୁ, ଯାହା ଜାଣିବା ପରେ ବୁଦ୍ଧିମାନ ତଥା ନିଜର ଧ୍ୟାନ ରଖୁଥିବା ମହିଳାମାନେ ପ୍ରତିଦିନ ଲିପ୍ସଟିକ ଲଗେଇବା ବୋଧେ ଛାଡି ଦେବେ ।

ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ଲିପ୍ସଟିକ ବ୍ୟବହାର ଦ୍ୱାରା କଣ କ୍ଷତି ହୋଇଥାଏ :

୧:- କ୍ୟାନସର:-

ନସର କଣ ସମସ୍ତେ ଜାଣନ୍ତି ! ଏହା ଏକ ଜୀବନ ନେଉଥିବା ରୋଗ ଅଟେ । ଯାହାକୁ ଥରେ ଏହି ରୋଗ ହୋଇଯାଏ ସେ ବଂଚିବା ସହଜ ହୋଇନଥାଏ । ମହିଳାମାନେ ଏହି କଥା ନିହାତି ଜାଣିବା ଦରକାର ଯେ, କିଛି ଅଧ୍ୟୟନ ଦ୍ୱାରା ଏହା ଜଣା ପଡ଼ିଛି ଯେ ଲିପ୍ସଟିକରେ ଏମିତି କିଛି ତତ୍ତ୍ଵ ମିଳିଛି ଯେ ଯାହାକି ଆମକୁ କ୍ୟାନସର ଆଡକୁ ଟାଣି ନେଇ ଯାଇଥାଏ । ଯଦି ତାହା ଆପଣଙ୍କ ଶରୀରରେ କ୍ୟାନସର ପ୍ରଭାବିତ କରୁଛି ତ ଆପଣଙ୍କୁ କିଛି ସଂକେତ ମିଳିଥାଏ; ଯେପରି କି ହାଲୁକା ସାଇଡ ଇଫେକ୍ଟ ଆରମ୍ଭ ହେବା, ବିନା କାରଣରେ ଆଖିରୁ ପାଣି ବୋହିବା, କାଶ ହେବା, ମୁହଁ ଜଳିବା, ସ୍ୱରରେ କିଛି ପରିବର୍ତ୍ତନ ଆସିବା ଇତ୍ୟାଦି… ଏହି ସବୁ ସମସ୍ୟା ଆପଣଙ୍କୁ ଆସୁଅଛି; ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ, ନହେଲେ ଆପଣଙ୍କୁ କ୍ୟାନ୍ସର ହୋଇପାରେ ।

୨:- ମସ୍ତିଷ୍କ ପାଇଁ କ୍ଷତି କାରକ:-

ଆପଣ ଲେଡ଼ର ନାମ ତ ଶୁଣି ଥିବେ, ଏହା ଏକ ତ୍ୱତ୍ୱ ହୋଇଥାଏ ଯାହାକି କିଛି ଲିପ୍ସଟିକରେ ମିଳିଥାଏ । ଯାହାକି ଆମ ଶରୀର ପାଇଁ ଆଦୌ ଭଲ ନୁହେଁ । ଯେତେବେଳେ ମହିଳାମାନେ ପ୍ରତିଦିନ ଲିପ୍ସଟିକ ଲଗେଇ ଥାଆନ୍ତି, ଆଉ ତାହା ତାଙ୍କ ପେଟକୁ ଯାଇଥାଏ ତ ଏହା ମସ୍ତିଷ୍କ ଆଉ ହୃଦୟ ପାଇଁ କ୍ଷତି କାରକ ସାବ୍ୟସ୍ତ ହୋଇଥାଏ । ଏଥିପାଇଁ ଆପଣଙ୍କୁ ହାଇ ବ୍ଲଡ଼ ପ୍ରେସର ଓ ହୃଦ୍-ଘାତ ହେବାର ସମ୍ଭାବନା ବଢି ଯାଇଥାଏ ।

୩:- କିଡ଼ିନି ସମସ୍ୟା:–

ଲିପ୍ସଟିକରେ କ୍ୟାଡିୟମ ନାମକ ଏକ ତ୍ୱତ୍ୱ ରହିଛି, ଯାହାକି ଆମ ଦେହକୁ ଗଲେ ତାହା ଆମ କିଡ଼ିନି ପାଇଁ କ୍ଷତିକାରକ ହୋଇଥାଏ । ଏହା ବେଳେବେଳେ ଅଳ୍ପ ମାତ୍ରାରେ ଆମ ଶରୀରକୁ ଗଲେ କିଛି କ୍ଷତି କରିନଥାଏ କିନ୍ତୁ ଯଦି ଆପଣ ପ୍ରତିଦିନ ଲିପ୍ସଟିକ ବ୍ୟବହାର କରିବେ ତ ପ୍ରତିଦିନ ଏହା ଆପଣଙ୍କ ପେଟକୁ ଯାଇଥାଏ; ଯାହାଫଳରେ ଆମ ଶରୀରରେ କ୍ୟାଡିୟମର ମାତ୍ରା ଅଧିକ ହୋଇଯିବାର ସମ୍ଭାବନ ରହିଥାଏ । କ୍ୟାଡିୟମର ମାତ୍ର ଅଧିକ ହେଲେ ତାହା ଆମ କିଡିନିରେ ବିଭିନ୍ନ ସମସ୍ୟା ରୋଗ ସୃଷ୍ଟି କରିଥାଏ । ଏହା ଯୋଗୁଁ ବହୁତ ଭୟଙ୍କର କିଡ଼ିନି ରୋଗର ସାମ୍ନା କରିବାକୁ ପଡିଥାଏ ।

ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।