ଜୀବନରେ ଟଙ୍କା ଠାରୁ ନିଶ୍ୱାସର ମୂଲ୍ୟ ଅଧିକ ହୋଇଥାଏ, ପଢନ୍ତୁ ଗୋଟିଏ ଧନୀ ବ୍ୟାପାରି ଓ ଯମରାଜଙ୍କ କାହାଣୀ ।

Spread the love

ଗୋଟିଏ ଗ୍ରାମରେ ରାମଚନ୍ଦ ନାମକ ଏକ ବ୍ୟାପାରି ରହୁଥିଲା । ଏହି ବ୍ୟାପାରି ବହୁତ ଧନୀ ଥିଲା । ରାମଚନ୍ଦ ନିଜ ଜୀବନରେ କେବଳ ଟଙ୍କା ଯୋଡିବାରେ ହିଁ ଲାଗୁଥିଲା । ଏହି ବ୍ୟକ୍ତି କେବେବି ଖର୍ଚ୍ଚ କରୁ ନ ଥିଲା । ରାମଚନ୍ଦକୁ ଦେଖିଲେ ବହୁତ ଗରିବ ବ୍ୟକ୍ତି ଭଳି ଦିଶୁଥିଲା । କାରଣ ସେ ନା ଭଲ ପୋଷାକ ପିନ୍ଧୁଥିଲା ନା ବଡ଼ ଘରେ ରହୁଥିଲା । ରାମଚନ୍ଦର ସ୍ତ୍ରୀ ରାମଚନ୍ଦର ଏହି କୃପଣ ଗୁଣକୁ ଦେଖି ବହୁତ ଚିନ୍ତିତ ରହୁଥିଲେ ଓ ସେ ନିଜ ସ୍ୱାମୀଙ୍କୁ କହୁଥିଲେ, ତୁମେ ଏହି ଗ୍ରାମର ସବୁଠାରୁ ଧନୀ ଲୋକ ଅଟ । କିନ୍ତୁ ତୁମେ ନିଜ ପାଇଁ କେବେ ମଧ୍ୟ ୧ ଟଙ୍କା ମୁଣାରୁ କାଢି ଖର୍ଚ୍ଚ କରୁନାହଁ । ନା ତମେ ଖର୍ଚ୍ଚ କର ନା ମୋତେ ଖର୍ଚ୍ଚ କରିବାକୁ ଦେଉଛ । କିନ୍ତୁ ଏହି କଥା ଗୁଡ଼ିକ ରାମଚନ୍ଦ ଉପରେ କିଛି ବି ପ୍ରଭାବ ପଡୁନଥିଲା । ରାମଚନ୍ଦ କେବଳ ଏହା ଭାବୁଥିଲା କି ସେ କିଭଳି ଟଙ୍କାକୁ ଅଧିକ କରି ରଖିପାରିବ ।

ଦିନେ ରାମଚନ୍ଦ ନିଜ କକ୍ଷରେ ଶୋଇଥିଲା, ସେତେବେଳେ ରାମଚନ୍ଦକୁ ଗୋଟିଏ ଶବ୍ଦ ଆସିଲା । ରାମଚନ୍ଦର ଯେମିତି ନିଦ ଭାଙ୍ଗିଲା, ସେ ତୁରନ୍ତ ଉଠି ଦେଖିଲା କି ତା’ ଆଗରେ ଯମରାଜ ଅଛନ୍ତି । ସେ ଯମରାଜଙ୍କୁ ଦେଖି ବହୁତ ଡରିଗଲା ଓ ଯମରାଜଙ୍କୁ ପଚାରିଲା ଆପଣ ଏଠାକୁ କାହିଁକି ଆସିଛନ୍ତି ? ଯମରାଜ କହିଲେ, “ମୁଁ ଏଠାକୁ ତୋତେ ନେବା ପାଇଁ ଆସିଛି ।” ତ’ ଜୀବନ ଏବେ ସରିଯାଇଛି । ଯମରାଜଙ୍କ କଥା ଶୁଣି ରାମଚନ୍ଦ ଚୁପ୍ ହୋଇ ରହିଗଲା । ଅଳ୍ପ ସମୟ ପରେ ରାମଚନ୍ଦ ଯମରାଜଙ୍କୁ କହିଲା କି ମୋ ପାଖରେ ବହୁତ ଟଙ୍କା ଅଛି । ଆପଣ ମୋ ଠାରୁ ଏକ କୋଟି ନିଅନ୍ତୁ ଓ ମୋ ଜୀବନକୁ ଫେରାଇ ଦିଅନ୍ତୁ । କିନ୍ତୁ ଯମରାଜ ରାମଚନ୍ଦର କଥା ମାନିଲେ ନାହିଁ ।

ପରେ ରାମଚନ୍ଦ କହିଲା, ମୁଁ ଆପଣଙ୍କୁ ମୋ ଜୀବନ ବଦଳରେ ୧୦ କୋଟି ଦେବି । ଏବେ ଆପଣ ଏହି ୧୦ କୋଟି ନେଇ ଦୟା କରି ଗୋଟିଏ ବର୍ଷ ବଞ୍ଚିବାକୁ ମୋତେ ସମୟ ଦିଅନ୍ତୁ । ମୁଁ ମୋ ଜୀବନରେ କିଛି ମଧ୍ୟ କରିନାହିଁ; କେବଳ ଟଙ୍କାକୁ ଯୋଡ଼ି ରଖୁଥିଲି । ମୁଁ ଏହି ଜୀବନରେ ବଞ୍ଚିବାକୁ ଚାହୁଁଛି କିନ୍ତୁ ତଥାପି ଯମରାଜ ମନା କରିଦେଲେ । ଯମରାଜଙ୍କୁ ରାଜି କରେଇବା ପାଇଁ ରାମଚନ୍ଦ କହିଲା, ଆପଣ ମୋର ସବୁ ସମ୍ପତ୍ତିକୁ ନେଇ ଯାଅନ୍ତୁ ଓ ମୋତେ ବଞ୍ଚିବାକୁ ଗୋଟିଏ ମାସ ସମୟ ଦିଅନ୍ତୁ । ଯମରାଜ ଏବେ ମଧ୍ୟ ମାନିଲେ ନାହିଁ । ଯାହାପରେ ରାମଚନ୍ଦ ଭାବିଲା କି ତା’ ଜୀବନର ଅନ୍ତିମ ସମୟ ଆସିଗଲା, ଯେଉଁ ଟଙ୍କାକୁ ସେ ଯୋଗାଡ କରି ରଖିଥିଲା ତାହା କୌଣସି କାମରେ ମଧ୍ୟ ଆସିଲା ନାହିଁ ।

ରାମଚନ୍ଦ ଅନ୍ତିମରେ ଯମରାଜଙ୍କୁ ଅନୁରୋଧ କରି କହିଲେ, “ଆପଣ ମୋତେ କେବଳ ଗୋଟିଏ ମିନଟ୍ ସମୟ ଦିଅନ୍ତୁ ।” ମୁଁ ମୋ ସ୍ତ୍ରୀ ପାଇଁ ଗୋଟିଏ ପତ୍ର ଲେଖିବାକୁ ଚାହୁଁଚି । ଯମରାଜ ରାମଚନ୍ଦର ଏହି କଥାକୁ ରାଜି ହେଲେ । ରାମଚନ୍ଦ ଆଉ ଡେରି ନକରି ନିଜ ସ୍ତ୍ରୀକୁ ଗୋଟିଏ ପତ୍ର ଲେଖିଲେ ଓ ସ୍ତ୍ରୀକୁ କହିଲା, ତାହା ପାଖରେ ଯେତେ ବି ଟଙ୍କା ଅଛି, ସେହି ଟଙ୍କାରେ ଖୁସିରେ ଜୀବନ ବିତାଇବୁ । ତୁ ସବୁକିଛି କରେ ଯାହା ତୁ ଚାହୁଁଛୁ । କାରଣ ଜୀବନର ଅନ୍ତିମ ସମୟରେ ଟଙ୍କାର କିଛି ମୂଲ୍ୟ ନ ଥାଏ । ତୁମେ ଜୀବନକୁ କିଭଳି ବିତାଇଲ ତାହା ମହତ୍ୱ ପୂର୍ଣ ଅଟେ । ପତ୍ରଲେଖା ଯେତେବେଳେ ସରିଗଲା, ଯମରାଜ ସେହି କ୍ଷଣେ ରାମଚନ୍ଦର ପ୍ରାଣକୁ ନେଇଗଲେ ଓ ତାର ଦେହାନ୍ତ ହୋଇଗଲା ।

ରାମଚନ୍ଦର ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଲା କି, ଜୀବନରେ ଟଙ୍କା ଅର୍ଜ୍ଜନ କରିବା ଠାରୁ ଆପଣ ଆପଣଙ୍କ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ କିଭଳି ବଞ୍ଚୁଛ ତାହା ମହତ୍ତ୍ୱ ରଖିଥାଏ ଓ ସବୁକିଛି କର ଯାହା ଆପଣ କରିବାକୁ ଚାହୁଁଛନ୍ତି । କାରଣ ଜୀବନର କିଛି ଭରସା ନାହିଁ, ତେଣୁ ଖୁସିରେ ବଞ୍ଚନ୍ତୁ ।