୮୦ ଦଶକର ଏହି ସୁବିଦିତ ଅଭିନେତ୍ରୀ, ନିଜ ସ୍ୱାମୀଙ୍କ ଦେହାନ୍ତ ପରେ ଏପରି ଅବସ୍ଥାରେ ନିଜ ଜୀବନ ବିତାଉଛନ୍ତି ।

Spread the love

୮୦ ଦଶକର ଜଣାଶୁଣା ଅଭିନେତ୍ରୀଙ୍କ ସ୍ୱାମୀ ଦେହାନ୍ତ ପରେ ଏହିପରି ନିଜ ଜୀବନ ଅତିବାହିତ କରୁଛନ୍ତି ।

୧୯୮୦ ମସିହାରେ ଆସିଥିବା ଚଳଚ୍ଚିତ୍ର “ଲଭ ଷ୍ଟୋରି”ରେ ବିଜେତା ପଣ୍ଡିତ ପିଙ୍କି ଭୂମିକାରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ । ଆପଣନ ଜଣାଇ ଦେଉଛୁ ଯେ, ଦର୍ଶକମାନେ ଏହି ଫିଲ୍ମରେ ବିଜେତାର ଭୂମିକାକୁ ବହୁତ ପସନ୍ଦ କରିଥିଲେ । କିନ୍ତୁ ବର୍ତ୍ତମାନ ବିଜେତା ଯେଉଁଠି ଅଛନ୍ତି ? ଏବଂ କଣ କରୁଛନ୍ତି ? ଏ ବିଷୟରେ କିଏ ଜାଣନ୍ତି ନାହାନ୍ତି । ବିଜେତା ବହୁତ ସମୟ ଧରି ନା କେବଳ ଫିଲ୍ମରୁ ବରଂ ଲାଇମ ଲାଇଟରୁ ମଧ୍ୟ ଦୁରେଇ ଯାଇଛନ୍ତି । ଯଦି କହିବା ଫିଲ୍ମ “ଲଭ ଷ୍ଟୋରି” ବିଷୟରେ, ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ଏହି ଫିଲ୍ମରେ ବିଜେତାଙ୍କ ସହିତ ଅଭିନେତା କୁମାର ଗୌରବ ନଜର ଆସିଥିଲେ । ଦର୍ଶକଙ୍କୁ ପରଦା ଉପରେ ଦୁଇ ଜଣଙ୍କର ଯୋଡି ବିଶେଷ ଭାବେ ପସନ୍ଦ ଆସିଥିଲା । ଯାହାପରେ ଏମାନେ ନିଜ ବାସ୍ତବ ଜୀବନରେ ମଧ୍ୟ ଦୁହେଁ ଦୁହିଁଙ୍କ ପାଇଁ ହୋଇଗଲେ ।

ଦୁଇଜଣଙ୍କର ପ୍ରେମ ସୀମା ବାହାର ଥିଲା । ଗୌରବଙ୍କ ସହିତ ଅଧିକ ସମୟ ବିତେଇବା ପାଇଁ ବିଜେତା ଅଧିକାଂଶ ଭଲ ଫିଲ୍ମର ପ୍ରସ୍ତାବକୁ ନାମଞ୍ଜୁର କରିଥିଲେ । ଦୁହେଁ ଦୁହିଁଙ୍କୁ ପୂରା ସମୟ ଦେଉଥିଲେ । କିନ୍ତୁ ଦୁଇ ଜଣଙ୍କର ପରିବାର ଲୋକଙ୍କୁ ସେମାନଙ୍କର ଏହି ସମ୍ପର୍କକୁ ପସନ୍ଦ ନ ଥିଲା । ଯେଉଁଥିପାଇଁ ତାଙ୍କର ଏହି ପ୍ରେମ କାହାଣୀ ଅଧୁରା ହୋଇ ରହିଗଲା ଏବଂ ଦୁଇଜଣ ପରସ୍ପରଙ୍କ ଠାରୁ ଅଲଗା ହୋଇଗଲେ । ଗୌରବଙ୍କ ଠାରୁ ଅଲଗା ହେଲାପରେ ବିଜେତା ଚଳଚ୍ଚିତ୍ର “ମୋହବତ”ରେ ଅଭିନୟ କରିଥିଲେ । ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ସେହି ସମୟରେ ବିଜେତାଙ୍କ ଭବିଷ୍ୟତ ସଠିକ ଉଚ୍ଚତା ଆଡ଼କୁ ଗତି କରୁଥିଲା ।

ବିଜେତା ଇଣ୍ଡଷ୍ଟ୍ରିରେ ପାଦ ଦେଉ ଦେଉ ଫିଲ୍ମ ନିର୍ଦ୍ଦେଶକ ସମୀର ମଲକାନଙ୍କ ସହିତ ୧୯୮୬ ମସିହାରେ ବିବାହ କରିଥିଲେ । ସମୀର ମଲକାନ ଏକ ଚଳଚ୍ଚିତ୍ର କରିଥିଲେ ଯାହାର ନାମ ଥିଲା ‘କାର ତିଫ’ ଏହା ବକ୍ସ ଅଫିସରେ ସମ୍ପୂର୍ଣ୍ଣ ରୂପେ ଅସଫଳ ହୋଇଥିଲା ଏବଂ ଅନ୍ୟପଟେ ବିଜେତା ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କଲା ପରେ ଅଭିନୟ ଛାଡ଼ି ଦେଇ ଏବଂ ସଙ୍ଗୀତକୁ ନିଜର ବୃତ୍ତି ରୂପେ ଆପଣେଇଲେ । କିନ୍ତୁ ବିଜେତା ଏବଂ ସମୀରଙ୍କ ବିବାହିତ ଜୀବନ ଅଧିକ ସମୟ ଚାଲିଲା ନାହିଁ । ବିବାହର କିଛି ଦିନ ପରେ ହିଁ ଦୁଇଜଣ ଛାଡ଼ପତ୍ର ନେଇଥିଲେ । ଯାହାପରେ ବିଜେତାଙ୍କ ଜୀବନରେ ସଙ୍ଗୀତଜ୍ଞ ଆଦେଶ ଶ୍ରୀବାସ୍ତାବଙ୍କର ପ୍ରବେଶ ହୋଇଥିଲା । ବିଜେତା ଏବଂ ଆଦେଶ ୧୯୯୦ ମସିହାରେ ବିବାହ କରିଥିଲେ । ଆଦେଶ ବିଜେତାଙ୍କର ଏକ ପୋପ ଆଲବମ ବାହାର କରିଥିଲେ । ଏହି ଆଲବମର ନାମ ଥିଲା ‘ପ୍ୟାର କା ଇଜହାର’ । ପୋପ ଗାୟକ ରୂପେ ଏହା ବିଜେତାଙ୍କର ଡେବ୍ୟୁ ଥିଲା । ଏହି ଆଲବମକୁ ମାଧୁରୀ ଦୀକ୍ଷିତ ଲଞ୍ଚ କରିଥିଲେ ।

କିନ୍ତୁ ବିଜେତାଙ୍କ ଜୀବନରେ ଖୁସି ଅଧିକ ଦିନ ପର୍ଯ୍ୟନ୍ତ ରହିଲା ନାହିଁ । ୨୦୧୫ ମସିହାରେ ବିଜେତାଙ୍କ ସ୍ୱାମୀ ଆଦେଶଙ୍କର ମୃତ୍ୟୁ ହୋଇଥିଲା । ଆଦେଶଙ୍କ ମୃତ୍ୟୁ ପରେ ବିଜେତାଙ୍କୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । କିଛି ଦିନ ତଳେ ହିଁ ଖବର ଆସିଥିଲା ଯେ, ବିଜେତା ଆର୍ଥିକ ସଂକଟରେ ଅଛନ୍ତି । ବିଜେତା ଏବଂ ଆଦେଶଙ୍କର ଦୁଇଟି ପୁଅ ଅଛନ୍ତି; ସେମାନେ ହେଲେ ଅବିତେଶ ଓ ଅନିବେଶ । ବିଜେତା ହେଉଛନ୍ତି ସଙ୍ଗୀତ ରଚୟତା ଯତୀନ-ଲଳିତଙ୍କ ଭଉଣୀ । ବିଜେତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି, ସେ ହେଉଛନ୍ତି ସୁଲକ୍ଷଣା ପଣ୍ଡିତ । କିନ୍ତୁ ବିଜେତା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ କାହାଠାରୁ ସାହାର୍ଯ୍ୟ ନେବାକୁ ଚାହୁଁ ନାହାନ୍ତି । ଆଦେଶ, ତାଙ୍କ ପାଇଁ ଯାହା ଛାଡି କରି ଯାଇଛନ୍ତି ସେଥିରେ ହିଁ ସେ ଚଳିବାକୁ ଚାହୁଁଛନ୍ତି ।