LICର ନୂଆ ପ୍ଲାନ, ଆପଣଙ୍କ ଛୁଆକୁ 25 ବର୍ଷ ହେଲେ ମିଳିବ 13 ଲକ୍ଷ ଟଙ୍କା :

Spread the love

LIC ତାର ନୂଆ ପ୍ଲାନ ଆରମ୍ଭ କରି ମେଡିଆ ସମ୍ମୁଖରେ ଏହି ପ୍ଲାନ ବିଷୟରେ ବିଶଦ ବିବରଣୀ ସଂକ୍ଷେପରେ କହିଛି । LIC ଏମିତି ଏକ ଯୋଜନାରେ ବାହାର କରିଛି, ଯାହା ଗ୍ରାହକଙ୍କୁ ଅଧିକ ଲାଭ ହେବ । ଗ୍ରାହକ ଓ ଦେଶର ଭବିଷ୍ୟତକୁ ଆଖି ଆଗରେ ରଖି LIC ବାହାର କରିଛି ଏକ ନୂଆ ଯୋଜନା ଯାହାର ନାମ LIC ତରୁଣ ।

ଏହି ଯୋଜନାର ସବୁଠାରୁ ଖାସ୍ ହେଉଛି, ଏହି ପ୍ଲାନକୁ ଆପଣ, ଆପଣଙ୍କ ପୁଅ ଓ ଝିଅ ଉଭୟଙ୍କ ପାଇଁ ନେଇପାରିବେ । ଏହି ଯୋଜନା ବା ପ୍ଲାନକୁ ନେବା ପାଇଁ ଆପଣଙ୍କ ଶିଶୁକୁ ଅନ୍ୟୁନ ତିନି ମାସ ରୁ ବାର ବର୍ଷ ହୋଇଥିବା ଜରୁରୀ ଅଟେ, ତେବେ ଯାଇ ଆପଣ ଏହି ଯୋଜନଟି ନେଇପାରିବେ । ଏହି ଯୋଜନା ନେଇଥିବା ଉପଭୋକ୍ତାମାନେ ପ୍ରତି ମାସରେ 1820/- ଟଙ୍କା ଜମା କରିବାକୁ ହେବ । ଏହିପରି ଭାବରେ 20ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ହେବ । ଏବଂ ତାପରେ 5 ବର୍ଷ ଆପଣଙ୍କୁ କିଛି ଜମା କରିବାକୁ ପଡିବ ନାହିଁ । 25 ବର୍ଷ ପରେ LIC ତରଫରୁ ଆପଣ ଆପଣଙ୍କ ଶୁଶୁ ନାମରେ ପୁଞ୍ଜିକୃତ ଏହି ଯୋଜନା ସମସ୍ତ ଟଙ୍କା 1324999/- ଏକକାଳୀନ ପାଇବେ । ଏହି ସ୍କ୍ରିମ ନେଇଥିବା ଗ୍ରାହକଙ୍କୁ LIC ତରଫରୁ LIC ସୁରକ୍ଷା ବୀମା ମଧ୍ୟ ଉପଲବ୍ଧି ହୋଇଥାଏ ।

ସୁରକ୍ଷା ବୀମା ସକ୍ରିୟ ହେବ ନିମନ୍ତେ ଆପଣଙ୍କ ଶିଶୁକୁ ଅନ୍ୟୁନ 8 ବର୍ଷ ହେବ ଦରକାର । ଅନଚେ ଆପଣଙ୍କ ସ୍କ୍ରିମ ନେବାର ଦୁଇ ବର୍ଷ ପରେ ସୁରକ୍ଷା ବୀମା ସକ୍ରିୟ ହେବ । ସୁରକ୍ଷା ବୀମା ଲାଗୁ ହେବ ପରେ ଯଦି କୌଣସି କାରଣ ବଶତଃ ଆପଣଙ୍କ ଶିଶୁର ମୃତ୍ୟୁ ହୋଇଯାଏ, ତେବେ LIC କମ୍ପାନୀ ତରଫରୁ 624999/- ତତ୍କାଳୀନ ମିଳିବ । ଯଦି ସୁରକ୍ଷା ବୀମା ପୂର୍ବରୁ ଶିଶୁର ମୃତ୍ୟୁ ହୋଇଯାଏ, ତେବେ ଆପଣ ଜମା କରିଥିବା ସମସ୍ତ ଟଙ୍କା ଆପଣ ଫେରିପାଇବେ ।

LIC ସହ ଆଜି ହିଁ ଜଡନ୍ତୁ ଓ ନିଜ ସନ୍ତାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କରନ୍ତୁ ।