ମୋଦିଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ : ଅଭିନନ୍ଦନ । ଜାଣନ୍ତୁ ସତ୍ୟ କଣ ?

Spread the love

କଣ ଭାରତର ଉଇଙ୍ଗ କମାଣ୍ଡର ଅଭିନନ୍ଦନ ଭାଜପା ପାଇଁ ପ୍ରଚାର କରୁଛନ୍ତି ? କଣ ସେ ପ୍ରଥମ ଚରଣରେ ଭାଜପକୁ ଭୋଟ ଦେଇଛନ୍ତି ? କଣ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କଂଗ୍ରେସକୁ ପ୍ରଶ୍ନ ପଚାରିଛନ୍ତି ? ଏମିତି ହିଁ ଆମେ ଏହି ସବୁ ପ୍ରଶ୍ନ ପଚାରୁ ନାହୁଁ । ଏହି ପ୍ରଶ୍ନ ଗୁଡିକ ସେହି ସମୟରେ ଆସିଛି; ଯେତେବେଳେ ସୋସିଆଲ ମିଡ଼ିଆରେ ଅଭିନନ୍ଦନଙ୍କ କିଛି ଚିତ୍ର ଭାଇରଲ ହେବାରେ ଲାଗିଛି । ଅଭିନନ୍ଦନଙ୍କ ଏହି ଚିତ୍ର ଗୁଡିକ ସହ ଏକ ସନ୍ଦେଶ ମଧ୍ୟ ଆସିଛି; ଯେଉଁଥିରେ ଏପରି କଥା ସବୁ ଆସିଛି । ଏହି ଭାଇରଲ ସଂଦେଶର ସତ୍ୟତା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଚିତ୍ରକୁ ଧ୍ୟାନର ସହ ଦେଖନ୍ତୁ । ଆପଣଙ୍କୁ ଜଣା ପଡିବ ଏହି ଚିତ୍ରଟି ଅଭିନନ୍ଦଙ୍କ ନୁହେଁ । ଚିତ୍ରରେ ଦେଖାଯାଉଥିବା ଲୋକଟିର ନିଶ ହୋଇଥାଇ ପରେ ଅଭିନନ୍ଦନଙ୍କ ପରି ଦେଖାଛୁ କିନ୍ତୁ ମୁହଁର କିଛି ଅଂଶ ଅଲଗା ଅଟେ ।

ଭାରତୀୟ ବାୟୁସେନାର ନିୟମ ଅନୁସାରେ କୌଣସି ମଧ୍ୟ ସୈନିକ କାର୍ଯ୍ୟରେ ରହି ରାଜନୈତିକ ଦଳରେ ଯୋଗ ଦେଇପାରିବେ ନାହିଁ କିମ୍ବା କୌଣସି ଦଳ ପାଇଁ ପ୍ରଚାର କରିପାରିବେ ନାହିଁ । କହିବା ପାଇଁ ଚାହୁଁଛୁ; ଉଇଙ୍ଗ କମାଣ୍ଡର ଅଭିନନ୍ଦନ ୨୬ ମାର୍ଚ୍ଚରେ ହିଁ ଡିୟୁଟିରେ ଯୋଗ ଦେଇ ସାରିଲେଣି ।

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ପାକିସ୍ଥାନର ବାଲାକୋଟରେ ବାୟୁ ସେନା ମାଧ୍ୟମରେ ଆକ୍ରମଣ କରିଥିଲା । ଏହି ବାୟୁସେନାର ଆକ୍ରମଣ ପରେ ପାକିସ୍ଥାନର ଗତିବିଧି ବଢି ଯାଇଥିଲା । ଏହି ସମୟରେ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ନିଜର ମିଗ୍-୨୧ ବିମାନରେ ପାକିସ୍ଥାନର ଏଫ୍-୧୬ ବିମାନକୁ ନଷ୍ଟ କରିବା ପାଇଁ ଯିବା ସମୟରେ ତାଙ୍କର ବିମାନ ପାକିସ୍ଥାନ ସୀମା ଅତିକ୍ରମ କରି ପାକିସ୍ଥାନରେ ଖସି ପଡିଥିଲା ।

ପାକିସ୍ଥାନ ସୀମାରେ ଖସି ପଡିବା କାରଣରୁ ପାକିସ୍ଥାନ ସେନା ଅଭିନନ୍ଦନଙ୍କୁ ଗିରଫ କରି ନେଇଥିଲେ । ଗିରଫ ହେବା କିଛି ସମୟ ପରେ ହିଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଅଭିନନ୍ଦନଙ୍କୁ ମୁକ୍ତିର ଖବର ଦେଇଥିଲେ । ଘଟଣାର ୨ ଦିନ ପରେ ହିଁ ଅଭିନନ୍ଦନଙ୍କୁ ମୁକ୍ତ କରି ଦିଆଯାଇଥିଲା । ଏହି ସମୟରେ ଅଭିନନ୍ଦନଙ୍କ ନିଶର ପ୍ରଶଂସା ଖୁବ୍ ହୋଇଥିଲା ।