ଦିନରେ ଶୋଇବା କଣ ସ୍ୱାସ୍ଥ୍ୟ ପ୍ରତି ହିତକାରକ ଅଟେ ? ଜାଣନ୍ତୁ ମଧ୍ୟାହ୍ନରେ କେତେବେଳେ ଏବଂ କେତେ ଘଣ୍ଟା ଶୋଇବା ଉଚିତ ଅଟେ ।

Spread the love

ଜଣାନ୍ତୁ ଦିନରେ ଶୋଇଲେ ଶରୀର ଉପରେ କଣ ପ୍ରଭାବ ପଡିଥାଏ ।

ନିଦ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏହି କଥାରେ କୌଣସି ସନ୍ଦେହ ନାହିଁ, ଶୋଇବା ପାଇଁ ରାତ୍ର ହିଁ ଉଚିତ୍ ସମୟ ହୋଇଥାଏ । କିନ୍ତୁ କିଛି ଲୋକଙ୍କୁ ଦିନରେ ମଧ୍ୟ ଶୋଇବାର ଅଭ୍ୟାସ ରହିଛି । ଏହି ପରିପ୍ରେକ୍ଷୀରେ ଆମ ମନରେ ପ୍ରଶ୍ନ ଆସିଥାଏ, କଣ ଦିନରେ ଶୋଇବା ସ୍ୱାସ୍ଥ୍ୟ ପ୍ରତି ହିତକାରକ ଅଟେ ? ମଧ୍ୟାହ୍ନରେ କେତେବେଳେ ଏବଂ କେତେ ଘଣ୍ଟା ଶୋଇବା ଦରକାର ଅଟେ ? ଆଜି ଆମେ ଆପଣଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବୁ । ଏହି ଲେଖାଟି ନିଶ୍ଚିନ୍ତ ପଢନ୍ତୁ; ଯାହାଫଳରେ ଆପଣ ଏହି ପ୍ରଶ୍ନର ଉତ୍ତର ପାଇଯାଇ ପାରିବେ ।

ଦିନରେ ଶୋଇବାର ଫାଇଦା :

ଦିନରେ ଶୋଇବାର ଅନେକ ଫାଇଦା ରହିଛି । ଏହାଦ୍ୱାରା ଆପଣଙ୍କୁ ସତେଜ ଅନୁଭଵ ହୋଇଥାଏ, ସ୍ମରଣ ଶକ୍ତି ବଢିଥାଏ, ଥକ୍କାପଣ ଦୂର ହୋଇଥାଏ । ଏହା ସହ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ଏହା ଦ୍ୱାରା ଆମର ଶିଖିବାର କ୍ଷମତା ବଢିଥାଏ । ଆମର ଶରୀର ଏହି ପ୍ରଣାଳୀରେ ପ୍ରସ୍ତୁତ ହୋଇଛି ଯେ, ସକାଳୁ ଆମ୍ଭେମାନେ ଉର୍ଜାବନ ହୋଇଥାଉ କିନ୍ତୁ ଧୀରେ ଧୀରେ ସନ୍ଧ୍ୟା ଆସିବା କ୍ଷଣି ନିଦ ଆସିଯାଇଥାଏ । ଏହି କାରଣରୁ ମଧ୍ୟାହ୍ନରେ ଶୋଇବା ଉଚିତ୍ ଅଟେ ।

କଣ ଆପଣ ଦିନରେ ଶୋଇବା ଉଚିତ୍ ?

ଦିନରେ ଶୋଇବା ସମସ୍ତଙ୍କ ପାଇଁ ହିତକାରକ ନୁହେଁ । କିଛି ଲୋକ ଦିନରେ ଶୋଇବା ପରେ ଅସୁସ୍ଥ ଅନୁଭଵ କରିଥାନ୍ତି । ଏହା ଦ୍ୱାରା ସେମାନଙ୍କୁ ରାତ୍ରି ସମୟରେ ଶୋଇବା ମଧ୍ୟ ବିଗିଡି ଯାଇଥାଏ । ଖାସ୍ କରି ଯେଉଁ ବ୍ୟକ୍ତିମାନଙ୍କୁ ଇନସୋସ୍ମିୟା (ନିଦ ନ ଆସିବା) ରୋଗ ହୋଇଥାଏ, ସେହି ବ୍ୟକ୍ତିମାନେ ଦିନରେ ଶୋଇବା ଉଚିତ୍ ନୁହେଁ । ଅତ୍ୟାଧିକ ଶୋଇବା ଦ୍ୱାରା ଆପଣଙ୍କୁ ଅନେକ ଗମ୍ଭୀର ରୋଗ ଯେପରି ପର୍କିସନ, ମଧୁମେହ, ଡିପ୍ରେସନ୍ ହୋଇପାରେ । ଏହି ସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଦିନରେ ଶୋଇବା ଉଚିତ୍ ସମୟ :

ଯଦି ଆପଣ ଦିନରେ ଶୋଇବା ପାଇଁ ଚାହୁଁଛନ୍ତି ଏବଂ କୌଣସି ଅସୁବିଧା ନ ହେବା ପାଇଁ ଚହାଁନ୍ତି; ତେବେ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ । ନିଜର ଶୋଇବା ସମୟ ଦିନରେ କେବଳ ୩୦ ମିନିଟ୍ ଧାର୍ଯ୍ୟ କରନ୍ତୁ; ଯାହାଫଳରେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । ଦିନରେ ଶୋଇବାର ଉଚିତ୍ ସମୟ ହେଉଛି ୨ଟା ରୁ ୩ଟା ।ଏହି ସମୟରେ ଆପଣଙ୍କ ଶରୀରର ଉର୍ଜା ଏବଂ ସୁଗାର କମ ହୋଇଥାଏ । ଏହି ସମୟରେ ଶୋଇବା ଦ୍ୱାରା ଆପଣ ଦିନ ତମାମ ଉର୍ଜାବନ ହୋଇରହିବେ । ଏହା ଦ୍ୱାରା ଆପଣଙ୍କ ରାତ୍ର ଶୋଇବା ସମୟ ମଧ୍ୟ ବିଗିଡିବ ନାହିଁ । ବିଶେଷ ଧ୍ୟାନ ରଖିବା ଉଚିତ୍ ମଧ୍ୟାହ୍ନ ଭୋଜନର ୧ ରୁ ୨ ଘଣ୍ଟା ପରେ ହିଁ ଆପଣ ଶୁଅନ୍ତୁ । ଦିନରେ ଶୋଇବାର ମଜା ଉଠାଇବା ପାଇଁ ରୁମକୁ ଶାନ୍ତ, ଥଣ୍ଡା ଏବଂ କମ ଆଲୋକ ଯୁକ୍ତ ହେବା ଦରକାର ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ କମେଣ୍ଟ ଜରିଆରେ ଆମକୁ ପ୍ରଦାନ କରନ୍ତୁ । ନିଜ ବନ୍ଧୁ ଓ ପରିବାର ବର୍ଗାଙ୍କ ମଧ୍ୟରେ ସେୟାର କରନ୍ତୁ । ଧନ୍ୟବାଦ !