ଦୀପ ଜଳାଇବା ସମୟରେ ଏହି ମନ୍ତ୍ରଟି କୁହନ୍ତୁ, ଧନ ପ୍ରାପ୍ତି ଯୋଗ ହେବ ।

Spread the love

ଦୀପ ଜଳାଇବା ପରେ ଘରେ ସୁଖ ସମୃଦ୍ଧି ବଡ଼ିଥାଏ ।

ହିନ୍ଦୁ ଧର୍ମରେ ଦୀପ ଜଳାଇବା ଶୁଭ ବୋଲି ମାନିଥାନ୍ତି । ପ୍ରତି ପୂଜା ଓ ହୋମ ସମୟରେ ଦୀପ ଜଳା ଯାଇଥାଏ । ପ୍ରାୟ ଘରେ ସକାଳେ ଓ ସନ୍ଧ୍ୟାରେ ଦୀପ ଜଳା ଯାଇଥାଏ । ଦୀପ ଜଳାଇବା ଫଳରେ ଘରେ ସକାରାତ୍ମକ ଚିନ୍ତାଧାରା ବଜାୟ ରହିଥାଏ । ଜୋତିଷ୍କଙ୍କ ଅନୁସାରେ ଦୀପ ଜଳାଇବା ଦ୍ୱାରା ପୂଜା ସଫଳ ହୋଇଥାଏ । ଦୀପ ଯେତେ ସମୟ ପର୍ଯ୍ୟନ୍ତ ଜଳିବ ସେତେ ସୁଭଫଳ ମିଳିବ ।

ଦୀପ ଜଳାଇବା ଦ୍ୱାରା କଣ ସବୁ ଶୁଭଫଳ ମିଳେ ଜାଣନ୍ତୁ :

ଏହି ଦିଗରେ ଦୀପ ଜଳାନ୍ତୁ :

ଦୀପର ଶିଖା ସର୍ବଦା ଉତ୍ତର ଦିଗକୁ ରହିବା ଦରକାର । ଯଦି ଆପଣ ତୁଳସୀ ଗଛ ପାଖରେ ଦୀପ ଜାଳନ୍ତି; ତେବେ ଦୀପର ଶିଖା ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ରଖନ୍ତୁ । ଏହି ଦୁଇଟି ଦିଗକୁ ମୁହଁ କରି ଦୀପ ରଖିଲେ ଧନ ପ୍ରାପ୍ତିର ଯୋଗ ମିଳିଥାଏ ।

କେବଳ ଏହିପରି ଦୀପର ବ୍ୟବହାର କରନ୍ତୁ :

ମାଟି ତିଆରି ଦୀପର ବ୍ୟବହାର କରିବା ଉତ୍ତମ ଅଟେ । ମାଟି ଦୀପ ଜଳାଇବା ସମୟରେ ଧ୍ୟାନ ରଖନ୍ତୁ; ଯେପରି ଦୀପ ଭଙ୍ଗା ହୋଇନଥାଏ । ପୂଜାରେ ଦୀପ ଜଳାଇବା ପୂର୍ବରୁ ଦୀପକୁ ଭଲ ରୂପେ ଧୋଇ ଦିଅନ୍ତୁ ।

ଥରେ ହିଁ ବ୍ୟବହାର କରନ୍ତୁ :

ବହୁତ ଲୋକ ଏପରି ଅଛନ୍ତି; ଗୋଟିଏ ଦୀପକୁ ବାରମ୍ବାର ବ୍ୟବହାର କରିଥାନ୍ତି, ଯାହା ଭୁଲ ଅଟେ । ଗୋଟିଏ ଦୀପର ବ୍ୟବହାର କେବଳ ଥରେ ହିଁ କରନ୍ତୁ ବ୍ୟବହୃତ ଦୀପକୁ ନଦୀ କିମ୍ବା ପୋଖରୀରେ ଭସାଇ ଦିଅନ୍ତୁ କିମ୍ବା କୌଣସି ଗଛ ତଳେ ରଖି ଦିଅନ୍ତୁ ।

ଘିଅ କିମ୍ବା ତେଲରେ ଦୀପ ଜଳାଇଲେ ଲାଭ ମିଲିଥାଏ :

ଘିଅ ଦୀପ ଜଳାଇବା ଦ୍ୱାରା ମନକାମନା ପୂର୍ଣ୍ଣ ହୋଇଥାଏ ଓ ଜୀବନରେ ଶାନ୍ତି ମିଳିଥାଏ । ତେଲ ଦୀପ ଜଳାଇଲେ କଷ୍ଟ ଓ ସମସ୍ୟା ଆପଣଙ୍କ ପାଖକୁ ମାଡି ନଥାଏ । କିନ୍ତୁ କଦାପି ଘିଅ ଓ ତେଲକୁ ମିଶାଇ ଦୀପ ଜଳାନ୍ତୁ ନାହିଁ ।

ଏହି ମନ୍ତ୍ରର ଜପ କରନ୍ତୁ :

ଦୀପ ଜଳାଇବା ସମୟରେ ଆପଣ ଯଦି ନିମ୍ନରେ ଦିଆଯାଇ ଥିବା ମନ୍ତ୍ରକୁ ଜପ କରନ୍ତି; ତେବେ ଆପଣଙ୍କୁ ଲାଭ ମିଳିଥାଏ । ଗ୍ରନ୍ଥ ଅନୁସାରେ ଏହି ମନ୍ତ୍ର ଜପ କରିବା ଫଳରେ ଆପଣ ଶତ୍ରୁ ଉପରେ ବିଜୟ ଲାଭ କରି ପାରିବେ, ଘରେ ଶାନ୍ତି ବଜାୟ ରହିବ ଓ ଧନ ସମ୍ପତିରେ ବୃଦ୍ଧି ହେବ । ଏହା ସହ ଆପଣଙ୍କ ସମସ୍ତ ମାନସ୍କାମନା ପୂର୍ଣ୍ଣ ହୋଇଯିବ । ଏଥିପାଇଁ ଯେତେବେଳେ ଆପଣ ମନ୍ଦିର କିମ୍ବା ହୋମ ସମୟରେ ଦୀପ ଜାଳନ୍ତି; ତେବେ ଏହି ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ ।

ମନ୍ତ୍ର :

ଦୀପଂଜ୍ୟୋତି ପରଂବ୍ରହ୍ମ ଦୀପଂଜ୍ୟୋତି ଜନାର୍ଦ୍ଦନ

ଦୀପଂ ଜ୍ୟୋତି ହରତେ ପାପ ସନ୍ଧ୍ଯା ଦୀପଂ ନମୋସ୍ତୁତେ ।।

ଶୁଭଂ କରୋତୁ କଲ୍ୟାଣମାରୋମଗ୍ୟମ୍ ସୁଖଂ ସମ୍ପଦାଂ

ଶତ୍ରୁବୃଦ୍ଧି ବିନାଶଂ ଚ ଦୀପଂଜ୍ୟୋତିଃ ନମୋସ୍ତୁତେ ।।

ବ୍ୟବସାୟରେ ଉନ୍ନତି ନିମନ୍ତେ :

ଯଦି ଆପଣ ନିଜର ବ୍ୟବସାୟରେ ଉନ୍ନତି କରିବା ପାଇଁ ଚାହୁଁଛନ୍ତି, କିମ୍ବା ନିଜ କ୍ୟାରିଅରରେ ଉନ୍ନତି କରିବା ପାଇଁ ଚାହାଁନ୍ତି; ତେବେ ପ୍ରତିଦିନ ଭଗବାନ ବିଷ୍ଣୁ ଓ ମାଆ ଲକ୍ଷ୍ମୀଙ୍କ ସାମ୍ନାରେ ଘିଅ ଦୀପ ଜଳାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳତା ନିଶ୍ଚିତ ମିଳିବ ।