ଏହି ଅଦ୍ଭୁତ ଉପକାରିତା ବିଷୟରେ ଜାଣିବା ପରେ ଆପଣ କେବେ ବି ଲେମ୍ବୁର ଚୋପାକୁ ଫିଙ୍ଗିବେ ନାହିଁ ।

Spread the love

ଲେମ୍ବୁ ଭାରତରେ ସବୁ ଜାଗାରେ ବହୁତ ସହଜରେ ମିଳିଯାଏ । ଲେମ୍ବୁ ବହୁତ ଖଟ୍ଟା ହୋଇଥାଏ । ଏଥିରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ଥାଏ । ଅଧିକାଂଶ ଲୋକମାନେ ଲେମ୍ବୁର ଉପକାରିତା ବିଷୟରେ ଜାଣିଥିବେ କିନ୍ତୁ ଆପଣ କେବେ ମଧ୍ୟ ଜାଣିଥିଲେ କି, ଯାହାର ବ୍ୟବହାର କରିବା ପରେ ଆପଣ ତୁଛ ବୋଲି ଫିଙ୍ଗି ଦେଉଥିବ ସେହି ଚୋପା ଆମ ଶରୀର ପାଇଁ ବହୁତ ଉପକାରିତା ହୋଇଥାଏ, ଯାହା ବିଷୟରେ ଆପଣ ଜାଣିବା ପରେ ଆପଣ ଲେମ୍ବୁର ଚୋପାକୁ କେବେ ବି ଫିଙ୍ଗିବେ ନାହିଁ । ଆସନ୍ତୁ ଆଜି ଆମେ ଲେମ୍ବୁ ଚୋପା ବିଷୟରେ କିଛି ମୂଲ୍ୟବାନ ତଥ୍ୟ ଜାଣିବା ।

ଲେମ୍ବୁ ଚୋପାରେ ଛୋଟ ଛୋଟ ଛିଦ୍ର ଦେଖିବାକୁ ମିଳେ । ସେହି ଛିଦ୍ରରେ ଥିବା ତେଲରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ଥାଏ । ଯାହା ତ୍ୱଚାର ଗୋରପଣ ଏବଂ ତ୍ୱଚାରେ ଥିବା ଚିହ୍ନ ଆଦିକୁ ଦୁରେଇ ଥାଏ । ମାଂସପେଶୀକୁ ଥକ୍କାପଣରୁ ଦୁରେଇ ଦିଏ । ଖାସ କରି ଆଣ୍ଠୁଗଣ୍ଠି ସମସ୍ୟାରୁ ଉପଶମ ମିଳେ ।

ଲେମ୍ବୁ ଚୋପାରୁ ତେଲ ତିଆରି କରିବା ପଦ୍ଧତି –

ଲେମ୍ୱୁ ଚୋପାରୁ ତେଲ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ତିନୋଟି ଲେମ୍ବୁର ଚୋପାକୁ ବାହାର କରିବେ । ତାହାପରେ ୩୦ ରୁ ୪୦ ml ଓଲିଭ ତେଲ ସହ ଭଲ ଭାବରେ ମିଶାଇ ଦିଅନ୍ତୁ । ତାହାପରେ ଏହାକୁ କୌଣସି ପ୍ଲାଷ୍ଟିକ ବା କାଚ ବୋତଲରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରଖି ଦିଅନ୍ତୁ ଏବଂ ସପ୍ତାହ ପରେ ତାହାର ବ୍ୟବହାର କରନ୍ତୁ ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା –

ଲେମ୍ବୁ ଚୋପା ଓ ଓଲିଭ ତେଲର ମିଶ୍ରଣରେ ତିଆରି ହୋଇଥିବା ତେଲ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ । ରାତ୍ରରେ ଶୋଇବା ବେଳେ ଏହି ତେଲ ସାହାଯ୍ୟରେ ୧୦ ରୁ ୧୫ ମିନିଟ ମାଲିସ କରନ୍ତୁ ଏବଂ ସକାଳେ ଉଠି ସେହି ସ୍ଥାନରେ ଉଷୁମ ପାଣିରେ ସେକ ଦିଅନ୍ତୁ କିମ୍ବା ଧୋଇ ଦିଅନ୍ତୁ । ଏହା ଦ୍ୱାରା ଆଣ୍ଠୁଗଣ୍ଠି ଓ ମାଂସପେଶୀ ସମସ୍ୟା ସମ୍ପୁର୍ଣ ରୂପେ ଉପଶମ ମିଳିବ । ତ୍ୱଚାରେ ଥିବା କଳା ଦାଗ ପାଇଁ ମଧ୍ୟ ଏହାର ବ୍ୟବହାର କରିପାରିବେ ।

ତ୍ୱଚାକୁ କମଳ କରିଥାଏ –

ଏହାବ୍ୟତୀତ, ବ୍ୟବହାର ହୋଇଥିବା ଲେମ୍ବୁ ଚୋପାକୁ ଭଲ ଭାବରେ ଧୋଇ ଏହାକୁ ୩ ରୁ ୪ ଦିନ ଖରାରେ ଶୁଖାଇ ତାହା ପରେ ତାକୁ ଗୁଣ୍ଡ କରି ଦିଅନ୍ତୁ । ଏହି ଗୁଣ୍ଡକୁ ଆପଣ ମୁଖରେ ଲଗାଇ ପାରିବେ । ଯାହାକି ତ୍ୱଚାର କଳା ଦାଗକୁ ଦୂର କରିବା ସହ ଚେହେରାରେ ଥିବା ବ୍ରଣ ପାଇଁ ବହୁତ ଲାଭଦାୟକ ଅଟେ । ଏହି ଗୁଣ୍ଡକୁ ଆପଣ ଚିନି, ମହୁ ଓ ଓଲିଭ ତେଲ ମିଶାଇ ଏହି ମିଶ୍ରଣକୁ ଆପଣଙ୍କ ଚେହେରାରେ ୫ ମିନିଟ ପର୍ଯ୍ୟନ୍ତ ମସାଜ କରି ତାହାକୁ ୧୦ ରୁ ୧୫ ମିନିଟ ସେଭଳି ଛାଡ଼ି ଦିଅନ୍ତୁ । ତାହା ପରେ ସାଧାରଣ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଲେମ୍ବୁ ଚୋପାରେ ଥିବା ସାଇଟ୍ରିକ ଅକ୍ସାଡ଼ ଆମ ତ୍ୱଚାକୁ କମଳ ଓ ନିର୍ମଳ କରିଥାଏ ।

ବ୍ରଣରୁ ମୁକ୍ତି –

ଏହାଛଡା ବ୍ରଣ ପାଇଁ ଏକ କପ ପାଣିରେ ଏକ ମୁଠା ସଫା ନିମ୍ବ ପତ୍ରକୁ ପାଣିରେ ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ ଓ ଏହା ଥଣ୍ଡା ହେଲା ପରେ ପାଣିକୁ ଛାଣି ଅଲଗାରେ କରିଦିଅନ୍ତୁ । ଏହା ପରେ ଏକ ଚାମୁଚ ଲେମ୍ବୁ ଚୋପାର ଗୁଣ୍ଡକୁ ୧ ରୁ ୨ ଚାମଚ ନିମ୍ବର ପାଣିକୁ ମିଶାଇ ପେଷ୍ଟ ଭଳି କରନ୍ତୁ ଏବଂ ଏହି ପେଷ୍ଟକୁ ବ୍ରଣ ହୋଇଥିବା ଜାଗାରେ ଲଗାନ୍ତୁ । ଏହି ପେଷ୍ଟକୁ ବ୍ରଣ ଉପରେ ଲଗାଇ ୫ ରୁ ୬ ମିନିଟ ସେହିଭଳି ଛାଡ଼ି ଦିଅନ୍ତୁ । ଏହାକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ । ଏହାର ବ୍ୟବହାର କରିବା ଦ୍ୱାରା ବ୍ରଣ ପୁରା ଠିକ୍ ହୋଇଯାଏ ।

ଦାନ୍ତ ଓ ନଖ ପାଇଁ –

ଲେମ୍ବୁକୁ ବ୍ୟବହାର କରିବା ପରେ ଅଳ୍ପ ଲୁଣକୁ ସେହି ଚୋପାରେ ଲଗାଇ ଦାନ୍ତ ଓ ନଖ ଉପରେ ଘୋଷିଲେ ସେଠାରେ ଥିବା ହଳଦିଆପନ ଦୁରେଇ ଯାଏ । ଏହାଛଡା ଆପଣଙ୍କ ଓଜନ କମାଇବା ପାଇଁ ଏକ ଗ୍ଲାସ ପାଣିରେ ୫ ରୁ ୬ଟି ଲେମ୍ବୁର ଚୋପା ଓ ଗୋଟିଏ ଚାମଚ ଜିରା ପକାଇ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହା ଥଣ୍ଡ ହୋଇଯିବା ପରେ ତାହାକୁ ପିଇ ଦିଅନ୍ତୁ । ଏହା ଫଳରେ ଆମର ସୁଗାର ମାତ୍ର ନିୟନ୍ତ୍ରଣରେ ଆସି ଯାଇଥାଏ ଏବଂ ଆମ ପେଟର ଚର୍ବି ହ୍ରାସ ପାଇଥାଏ । ଏହି ଉପାୟକୁ ଆପଣ ସପ୍ତାହରେ କେବଳ ଥରେ ବା ଦୁଇଥର କରିପାରିବେ ।

ଘରରୁ ପିମ୍ପୁଡ଼ିକୁ ନାଶ କରିଥାଏ –

ଯଦି ଆପଣଙ୍କ ଘରେ ପିମ୍ପୁଡ଼ିର ସମସ୍ୟା ରହୁଛି, ତେବେ ପିମ୍ପୁଡ଼ି ଆସୁଥିବା ଜାଗାରେ ଲେମ୍ବୁର ଅଳ୍ପ ରସ ପକାଇ ସେଠାରେ ଲେମ୍ବୁର ଚୋପାକୁ ରଖିଦିଅନ୍ତୁ ଓ ୨ ଦିନପରେ ସେଠାରୁ ସେହି ଲେମ୍ବୁ ଚୋପାକୁ କାଢି ଅନ୍ୟ ଲେମ୍ବୁର ଚୋପାକୁ ରଖନ୍ତୁ । ଆପଣ ଦେଖିବେ ସେହି ସ୍ଥାନରୁ ପିମ୍ପୁଡ଼ି ଚାଲିଯିବେ ।