ଆଜି ଠାରୁ ଛାଡି ଦିଅନ୍ତୁ ଏହି ୨ଟି କାମ କେବେ ମଧ୍ୟ ହେବନାହିଁ ଗ୍ୟାସ,ଏସିଡିଟି ଓ କୋଷ୍ଠକାଠିନ୍ୟର ସମସ୍ୟା ।

Spread the love

ଆଜିର ଏହି ସମୟରେ ଖରାପ ଦିନଚର୍ଯ୍ୟା ଓ ଖାଦ୍ୟପେୟ ଫଳରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ରୋଗରେ ପୀଡିତ ହୋଇଥାନ୍ତି । ଖାସ୍ କରି ପେଟ ସମସ୍ୟାରେ ଅନେକ ବ୍ୟକ୍ତି ପୀଡିତ ଅଛନ୍ତି । ପ୍ରାୟତଃ ଲୋକଙ୍କୁ ଗ୍ୟାସ ଜନିତ ସମସ୍ୟାରେ ପୀଡିତ ଥିବାର ଆକଳନ କରାଯାଇଛି ।

ପେଟରେ ଗ୍ୟାସ ହେବା ଫଳରେ ବ୍ୟକ୍ତିର ପେଟ ଫୁଲିଯାଏ । ଦିନ ସାରା ଖଟା ହାକୁଟି ଆସିଥାଏ, ଏହା ସହ ଗ୍ୟାସ ଯୋଗୁଁ ପେଟ ପୀଡ଼ା ମଧ୍ୟ ହୋଇଥାଏ ।

ପେଟର ଗ୍ୟାସ ଦୂର କରିବା ପାଇଁ ବ୍ୟକ୍ତି ବହୁତ ଗୁଡିଏ ଔଷଧ ସେବନ କରିଥାଏ । କିନ୍ତୁ ଔଷଧ ସେବନ ଫଳରେ କୌଣସି ସୁଫଳ ମିଳିନଥାଏ । ଏଇଥିପାଇଁ ଆଜି ଆମେ ଆପଣଙ୍କୁ ୨ଟି ଜିନିଷ ବିଷୟରେ କହିବୁ; ଯାହାର ସେବନ ଫଳରେ ଆପଣଙ୍କ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ ।ଯଦି ଆପଣଙ୍କୁ ମଧ୍ୟ ଗ୍ୟାସ ସମସ୍ୟା ରହିଛି ତେବେ ଏହି ଦୁଇଟି ଜିନିଷର ସେବନ କରିବା ଛାଡି ଦିଅନ୍ତୁ ।

ପିଆଜ ଓ ଆଳୁ :

ଯେଉଁ ବ୍ୟକ୍ତି ପେଟରେ ଗ୍ୟାସ ଜନିତ ସମସ୍ୟା ଭୋଗୁଛନ୍ତି; ତେବେ ସେମାନେ ଆଳୁ ଓ ପିଆଜରେ ତିଆରି ହୋଇଥିବା ଜିନିଷ ଖାଇବା ଛାଡି ଦିଅନ୍ତୁ । ପେଟରେ ଗ୍ୟାସ ସୃଷ୍ଟି କରିବା ଆଳୁ ଓ ପିଆଜ ଯୋଗୁଁ ହୋଇଥାଏ । ଏହି ଦୁଇଟି ଜିନିଷରେ ତିଆରି ହୋଇଥିବା ଖାଦ୍ୟ ଖାଇଲେ ପେଟରେ ଗ୍ୟାସ, ଏସିଡିଟି ଓ କୋଷ୍ଟକାଠିନ୍ୟ ହୋଇଥାଏ ।

ଫାଷ୍ଟ ଫୂଡ୍ :

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଘର ଖାଇବା ଛାଡି ବଜାରରେ ମିଳୁଥିବା ଫାଷ୍ଟ ଫୁଡ଼ ଖାଇବା ପାଇଁ ପସନ୍ଦ କରିଥାନ୍ତି । ବହୁତ କମ ଲୋକ ଜାଣିଛନ୍ତି, ବଜାରରେ ମିଲୁଥିବା ଖାଦ୍ୟରେ ଅଧିକ ପରିମାଣରେ ତେଲ ଓ ମସଲାର ବ୍ୟବହାର କରାଯାଇ ଥାଏ, ଯାହା ସହଜରେ ପେଟରେ ପଚି (ପାଚନ) ନଥାଏ ଯାହାଫଳରେ ପେଟରେ ଗ୍ୟାସ ଓ ଏସିଡ଼ିଟି ସୃଷ୍ଟି ହୋଇଥାଏ ।

ଯେତେ ଦୂର ସମ୍ଭବ ଆପଣ ତେଲ ମସଲା ଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ ଓ ଆଳୁ ଓ ପିଆଜ ଠାରୁ ଦୁରେଇ ରୁହନ୍ତୁ । ପେଟ ଜନିତ ସମସ୍ୟାରେ ପୀଡିତ ଥିଲେ, ନିଜର ସମସ୍ୟା ବିଷୟରେ ତଳ କମେଣ୍ଟ ବକ୍ସରେ ନିଜ ସମସ୍ୟା ଲେଖନ୍ତୁ । ଆମେ ଆପଣଙ୍କ ସମସ୍ୟାକୁ ଭିତ୍ତି କରି ନୂଆ ନୂଆ ଅନୁଛେଦ ଆଣିବୁ ଓ ଆପଣଙ୍କସମସ୍ୟାର ସମାଧାନ ପାଇଁ କରିପାରିବୁ ।