ଲତା ମଙ୍ଗେଶକର, ଧୋନୀଙ୍କୁ କ୍ରିକେଟରୁ ସନ୍ନ୍ୟାସି ନେବାକୁ ରୋକିଲେ । ଖେଳରୁ ଅବସର ନେବା କଥା ଚିନ୍ତା କର ନାହିଁ ।

Spread the love

ବିଶ୍ଵ କପ କ୍ରିକେଟ, ଭାରତର ଅଭିଯାନ ସାରିବା କ୍ଷଣେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ରିଟାର୍ୟାମେଣ୍ଟ ଖୁବ୍ ଜୋରରେ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜାଗାରେ ଧୋନୀକୁ ନେଇ ଚର୍ଚ୍ଚା । ଧୋନୀଙ୍କ ଫ୍ୟାନ୍ସ ବା ସମର୍ଥକମାନେ ଅବସର ନ ନେବା ପାଇଁ ଅପିଲ କରୁଛନ୍ତି । ଏହି ସମର୍ଥକ ମାନଙ୍କ ମଧ୍ୟରେ ଦେଶର ପ୍ରଖ୍ୟାତ ଗାୟିକା ଲତା ମଙ୍ଗେଶକର (Lata Mangeshkar) ସାମିଲ ଅଛନ୍ତି । ଗୁରୁବାର ଦିନ ଲତା ମଙ୍ଗେଶକର ଟ୍ଵିଟ୍ କରି ଧୋନୀଙ୍କୁ ଅବସର ନ ଦେବା ପାଇଁ ଅପିଲ କରିଛନ୍ତି ଏବଂ ଏଥିରେ ସମର୍ଥକଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଆସୁଅଛି ।

ଲତା ମଙ୍ଗେଶକର, ମହେନ୍ଦ୍ର ସିଂହ ଧୋନୀଙ୍କୁ କ୍ରିକେଟରୁ ସନ୍ନ୍ୟାସୀ ନେବା ଗୁଜବ ଖବରକୁ ନେଇ ଟ୍ଵିଇଟର ଆକାଉଣ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ଜାହିର କରିଛନ୍ତି । ଲତା ମଙ୍ଗେଶକର ଟ୍ଵିଟ୍ କରି କହିଛନ୍ତି ଯେ, “ନମସ୍କାର ଏମ୍.ଏସ୍. ଧୋନୀ ଜି, ଆଜିକଲି ମୁଁ ଶୁଣିବାକୁ ପାଉଛି, ଆପଣ ଅବସର ନେବାକୁ ଚହୁଁଛନ୍ତି । ଦୟା କରି ଆପଣ ଏହିପରି ବିଚାର କରନ୍ତୁ ନାହିଁ । ଦେଶକୁ ଆପଣ ଖେଳ ଦରକାର ଏବଂ ଏହା ମୋର ମଧ୍ୟ ଅନୁରୋଧ ଯେ, ଅବସରର ବିଚାର ଆପଣ ମନରୁ ବାହାର କରିଦିଅନ୍ତୁ ।” ଏହିପରି ଭାବରେ ଲତା ମଙ୍ଗେଶକର ଧୋନୀକୁ ଅନୁରୋଧ କରି କ୍ରିକେଟରୁ ସନ୍ନ୍ୟାସୀ ନ ନେବା ପାଇଁ କହିଛନ୍ତି ।

ଲତା ମଙ୍ଗେଶକର ଭାରତୀୟ କ୍ରିକେଟ ଦଳ ପାଇଁ ଲେଖିଛନ୍ତି, “कल भले ही हम जीत ना पाए हों, लेकिन हम हारे नहीं हैं ।”

“ଚେନ୍ନାଇ ସୁପର କିଙ୍ଗସ” ତରଫରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଧୋନୀ ସହିତ ଖେଳିଥିବା ଡିଜେ ବ୍ରବୋ ମଧ୍ୟ ସୋସିଆଲ ମିଡିଆରେ ଧୋନୀଙ୍କୁ ପ୍ରଶଂସା କରି ଲେଖିଛନ୍ତି, “କେଜାଣି କାହିଁକି ମିଡିଆର କିଛି ଲୋକ ଏବଂ ପୂର୍ବତନ କେତେକ ଖେଳାଳି ସର୍ବଦା ଧୋନୀଙ୍କୁ ନେଇ କାହିଁକି ପ୍ରଶ୍ନ ଉଠନ୍ତି ? ଦୁନିଆର ମହାନ ଖେଳାଳି ମାନଙ୍କୁ ମଧ୍ୟରୁ ଧୋନୀ ହେଉଛନ୍ତି ଜଣେ । ଆମ୍ଭେମାନେ ଭାଗ୍ୟଶାଳୀ ଅଟୁ, କାରଣ ଆମେ ସେହି ପୀଡି (Generation)ରେ ଜନ୍ମ ହୋଇଛୁ, ଯେଉଁଠାରେ ଆମେ ଧୋନୀର ଖେଳ ଦେଖିପାରିବା ।