ଦଶମ ପିଲାଙ୍କ ପାଇଁ ଲରକାରଙ୍କ ବଡ ଘୋଷଣା ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଲାଗି ଆସିଛି ଆଉ କିଛି ନୂଆ ସୂଚନା ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ । ଏହି କଥା ଆପଣ ମାନେ ଜାଣିଥିବେ ମେଟ୍ରିକ ସମେଟିଭ ୱାନ ପରିକ୍ଷା ବି ଆରମ୍ଭ ହୋଇସାରିଛି । ତେବେ ଖାତା ଦେଖା ତାରିଖ ମଧ୍ୟ ସରକାର ଏବେ ଜାରି କରିଦେଇଛନ୍ତି ।

ତେବେ କେଉଁ ପଦ୍ଧତିରେ ମାର୍କ ରହିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା । ମେଟ୍ରିକ ସମେଟିଭ ଆସୋସମେଣ୍ଟ ୱାନ ପରିକ୍ଷା ଖାତା ଦେଖା ଡିସେମ୍ବର 9 ରୁ ଆରମ୍ଭ ହେବ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମୋଟ ଖୋଲିଥିବା 56 ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷାପରିଶଦ ବୋର୍ଡ ପକ୍ଷରୁ ସୂଚନା ଦିଆଜାଇଛି ।

Examination

ଏପଟେ କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କୁଆର୍ଡ ସହିତ ଜିଲ୍ଲାଶିକ୍ଷା ଅଧିକାରୀ ଙ୍କ ସହିତ ସ୍କୁଆର୍ଡ ମଧ୍ୟ ଗଠନ କରାଜାଇଛି । ତେବେ ଚଳିତ ଥର ସମେଟିଭ ୱାନ ଏବଂ ସମେଟିଭ 2 ପରିକ୍ଷା ସହିତ ଇଣ୍ଟରନାଲ ଆସୋସମେଣ୍ଟ ପରିକ୍ଷାରୁ ପରିକ୍ଷାର୍ଥି ଙ୍କ ମାର୍କ ମୂଲ୍ୟାୟନ ହେବ ବୋଲି ସରକାର ମଧ୍ୟ ବଡ ଘୋଷଣା ଜାରି କରିଛନ୍ତି । ଆଉ ଏହା ସହିତ ମେଟ୍ରିକ ପରିକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ଖାତା ମୂଲ୍ୟୟନ ପାଇଁ ନୋଡାଲ ସେଣ୍ଟର କୁ ପରିକ୍ଷାର୍ଥି ଙ୍କ ଉତ୍ତର ଖାତା ଓ OMR ଉତ୍ତର ସିଟ ସଂଗ୍ରହ ଆରମ୍ଭ ହୋଇଛି ।

ବୋର୍ଡର କର୍ମଚାରୀ କୁ ନେଇ ସ୍ୱତନ୍ତ୍ର ଟିମ୍ ରାଜ୍ୟରେ 316 ଟି ନୋଡାଲ ସେଣ୍ଟରରେ ପହଁଚି ଖାତା ସଂଗ୍ରହ କରିଛନ୍ତି । ତେବେ ଖାତା ଦେଖାରେ ସ୍ୱଚ୍ଛତା ବଜେଇ ରଖିବା ଲାଗି । ମୂଲ୍ୟୟନ କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଜାଇଛି । ପ୍ରତି କେନ୍ଦ୍ରରେ ବ୍ୟାପକ ସିସିଟିଭି କ୍ୟମେରା ଲଗାଯିବା ସହିତ 24 ଘଣ୍ଟିଆ ପୋଲିସ ମୁତୟନ କରାଜାଇଛି । ସେହି ପରି ଡ୍ୟୁଟିରେ ଥିବା କର୍ମଚାରୀ ଏବଂ ଶିକ୍ଷକ ଙ୍କୁ ଛାଡିଦେଲେ ବାକି ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *