ଏହିପରି ସ୍ଥାନରେ ଲକ୍ଷ୍ମୀଙ୍କ ଆଗମନ କଦାପି ହୋଇନଥାଏ । ଦାରିଦ୍ରତା ସର୍ବଦା ଲାଗିରହିଥାଏ ।

Spread the love

ସର୍ବଦା ଏହିପରି କାର୍ଯ୍ୟ କରିବା ଉଚିତ ଯାହାଫଳରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ନିଜର ଆବାସ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି କାରଣ ଗୁଡିକ ବିଷୟରେ କହିବୁ ଯାହାଫଳରେ ମାତା ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି । ସେହି କାର୍ଯ୍ୟ ଗୁଡିକ କରିବାରୁ ନିଜକୁ ନିବୃତ ରଖନ୍ତୁ ।

ସୂର୍ଯ୍ୟଦୟ ପରେ ଉଠିବା ଏବଂ ସୂର୍ଯ୍ୟାସ୍ତ ପରେ ଶୋଇବା

Goolge

ଧର୍ମ ଶାସ୍ତ୍ରରେ କୁହାଯାଇଛି ଯେଉଁମାନେ ସୂର୍ଯ୍ୟଦୟ ପରେ ଶଯ୍ୟା ତ୍ୟାଗ କରିଥାନ୍ତି କିମ୍ବା ସୂର୍ଯ୍ୟଅସ୍ତ ପରେ ଶଯ୍ୟାକୁ ଯାଇଥାନ୍ତି ସେହିମାନେ ଅସୁର ପ୍ରକୃତିର ହୋଇଥାନ୍ତି । ଏହିପରି ବ୍ୟକ୍ତିଙ୍କ ଜୀବନ ଅବ୍ୟବସ୍ଥିତ ହୋଇଥାଏ ଏବଂ ଏହିପରି ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାନ୍ତି । ଏହିପରି ଲୋକଙ୍କ ଘରେ ମାତା ଲକ୍ଷ୍ମୀ ରହିବା ପାଇଁ ପସନ୍ଦ କରିନଥାନ୍ତି ।

ସକାଳେ କିମ୍ବା ସନ୍ଧ୍ୟାରେ ଦୀପ ପ୍ରଜ୍ଵଳନ ନକରିବା

Google

ହିନ୍ଦୁ ଧର୍ମରେ ପୁରାତନ କାଳରେ ଘର ଗୁଡିକରେ ସକାଳେ କିମ୍ବା ସନ୍ଧ୍ୟାରେ ଦୀପ ପ୍ରଜ୍ବଳନର ପରମ୍ପରା ରହିଥିଲା ଯାହା ଆଧୁନିକ ଯୁଗରେ ନଷ୍ଟ ହୋଇଯାଇଛି । ଏହି କାରଣରୁ ଯେଉଁ ଘରେ ଦୀପ ପ୍ରଜ୍ଵଳନ ହୋଇନଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ଆବାସ ହୋଇନଥାଏ ।

ମଇଳା ପୋଷାକ ପରିଧାନ କରିବା

Google

ମଇଳା ପୋଷାକ ପିନ୍ଧିବା ବ୍ୟକ୍ତିଙ୍କୁ ସର୍ବଦା ଅପମାନର ଶିକାର ହେବା ପାଇଁ ପଡିଥାଏ । ମଇଳା ପୋଷାକ ପିନ୍ଧିବା ସମାଜରେ ଅପମାନର ସଙ୍କେତ ହୋଇଥାଏ । ଯେତେବେଳେ ସମାଜ ଏହିପରି ଲୋକଙ୍କୁ ଗ୍ରହଣ କରିନଥାଏ ତେବେ ମାତା ଲକ୍ଷ୍ମୀ କିପରି ଏହି ବ୍ୟକ୍ତିଙ୍କ ପାଖରେ ରହିବେ ।

ଘରକୁ ଅପରିଷ୍କାର ରଖିବା

Google

ସ୍ୱଚ୍ଛ ଘର ସ୍ୱଚ୍ଛ ମନଭାବନା କରିଥାଏ । ଘର ଯଦି ସ୍ୱଚ୍ଛ ହୁଏ ତେବେ ସେହି ଘରର ଲୋକଙ୍କୁ କୌଣସି ପ୍ରକାରର ରୋଗ ହୋଇନଥାଏ । ଘରେ ସକାରାତ୍ମକ ଉର୍ଜାର ପ୍ରଭାବ ହୋଇଥାଏ ଏବଂ ଘରେ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହିଥାଏ । ଏହାର ବିପରୀତ ଘର ଯଦି ଅପରିଷ୍କାର ରୁହେ ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରେ ନକରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ ଯାହାଫଳରେ ମାତା ଲକ୍ଷ୍ମୀ ସେହି ଘରେ ନିବାସ କରିନଥାନ୍ତି ।

ମହିଳା ମାନେ ପାଉଁଜି ନପିନ୍ଧିବା

ମାନ୍ୟତା ରହିଛି ସ୍ତ୍ରୀର ପାଉଁଜିର ଶବ୍ଦ ଯେଉଁ ଘରେ ଶୁଣିବା ପାଇଁ ମିଳେ ସେହି ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଯେଉଁ ଘରେ ସ୍ତ୍ରୀଙ୍କ ପାଉଁଜିର ଶବ୍ଦ ଶୁଣିବା ପାଇଁ ମିଳିନଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରିନଥାନ୍ତି ।

କ୍ରୋଧ

Google

ଧର୍ମ ଶାସ୍ତ୍ର ଅନୁସାରେ କ୍ରୋଧ ମନୁଷ୍ୟକୁ ନର୍କକୁ ଠେଲି ଦେଇଥାଏ ।କାରଣ କ୍ରୋଧ କରୁଥିବା ବ୍ୟକ୍ତି ଅପଶବ୍ଦ ବ୍ୟବହାର କରିଥାନ୍ତି ଯାହାଫଳରେ ଘରେ କ୍ଳେଶ ଦେଖାଯାଇଥାଏ ଏବଂ ଏହିପରି ଘରେ ମାତା ଲକ୍ଷ୍ମୀଙ୍କ ବାସ ରହିନଥାଏ ।