ରାତି ଡ୍ୟୁଟିରେ ବାହରିଥିଲେ ଏହି ମହିଳା CSP, ଗୀତ ଶୁଣା ଯାଉଥିଲା ଭିତରକୁ ଯାଇଦେଖିଲେ ୨୦୦ ପୁଅ ଝିଅ ଅଛନ୍ତି ।

Spread the love

ଡ୍ୟୁଟି ସମୟରେ CSP ପଲ୍ଲବୀ ଶୁକ୍ଲାଙ୍କୁ ଶୁଣାଗଲା ଗୀତ, ଭିତରକୁ ଯାଇଦେଖିଲେ ୨୦୦ ଜଣ ପୁଅଝିଅ, ଏହାପରେ ଯାହା ହୋଇଥିଲା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ଲୋକସଭା ନିର୍ବାଚନ ୨୦୧୯ ପାଇଁ ସବୁ ସ୍ଥାନରେ ଚେକିଙ୍ଗ୍ ସହ ଆଚାର ସଂହିତା ଲାଗିଛି । ଯାହାଫଳରେ ବିଳମ୍ବ ରାତ୍ର ଯାଏଁ ପାର୍ଟିଗୁଡିକ ବର୍ଜିତ କରାଯାଇଛି । ଏହି ପରିପ୍ରେକ୍ଷିରେ ପୁଲିସ ଇନ୍ଦୋରର ଏକ ସ୍ଥାନରେ ଯାଞ୍ଚ କରିଥିଲେ । ଆଚାର ସଂହିତା ଲାଗୁ ହୋଇଯାଇଥିବା ଯୋଗୁଁ ସମସ୍ତ ପବ୍-ସଞ୍ଚାଳକ ମାନଙ୍କ ସମୟ ଧାର୍ଯ୍ୟ କରାଯାଇଛି । ଏହା ସହ କୁହାଯାଇଛି ଯଦି କୌଣସି ପବ୍ ରାତି ୧.୩୦ ପର୍ଯ୍ୟନ୍ତ ଖୋଲାଯାଇଛି କିମ୍ବା ଗୀତ ଶୁଣାଯାଏ, ତେବେ କଠୋର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ । ଡ୍ୟୁଟି ସମୟରେ CSP ପଲ୍ଲବୀ ଶୁକ୍ଲାଙ୍କୁ ଶୁଣା ଯାଇଥିଲା ଗୀତା, ଭିତରକୁ ଯାଇ ଦେଖିଲେ ୨୦୦ ଜଣ ପୁଅଝିଅ, ଏହାପରେ ଯାହା ହୋଇଥିଲା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ଗୀତ ଶୁଣା ଯାଉଥିଲା; ଭିତରକୁ ଯାଇ ଦେଖିଲେ ୨୦୦ ଜଣ ପୁଅ ଝିଅ ଅଛନ୍ତି :

ରାତି ପ୍ରାୟ ୧.୩୦ ଇନ୍ଦୋରର ବିଜୟନଗର ଅଞ୍ଚଳରେ ଗୋଟିଏ ପବ୍ ରୁ ଗୀତ ଶୁଣା ଯାଉଥିଲା, ଏହା ଶୁଣି ସାରିବା ପରେ CSP ପଲ୍ଲବୀ ଶୁକ୍ଲା ଭିତରକୁ ଯାଇ ପବ୍ କୁ ବନ୍ଦ କରାଇଥିଲେ । ବିଳମ୍ବ ରାତିରେ ପାଖାପାଖି ୨୦୦ ପୁଅଝିଅ ସେହି ପବ୍ ରେ ଥିଲେ ଓ ସେମାନେ ଆବଶ୍ୟକତା ଠାରୁ ଅଧିକ ମଦ ପିଇଥିଲେ । ପବ୍ ଆଚାରଣ ସଂହିତା ଉଲ୍ଲଂଘନ କରିଥିବାରୁ ପବ୍ ମାଲିକ ଉପରେ ଚାର୍ଜ ଲଗାଯାଇଛି । ପୁଲିସକୁ ଦେଖିବା ପରେ ପବ୍ ରେ ନିଶାସକ୍ତ ପୁଅଝିଅମାନେ ଧାଇଁବା ଆରମ୍ଭ କରିଦେଇ ଥିଲେ । ପବ୍ ସଞ୍ଚାଳକ ଉପରେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା; ସେହି ସମୟରେ ପବ୍ ମାଲିକ ପଲ୍ଲବୀ ଶୁକ୍ଲାଙ୍କୁ ଲାଞ୍ଚ ଦେବା ପାଇଁ ଚେଷ୍ଟା କରିଥିଲେ । ଯେତେବେଳେ ପୁଲିସ ଲାଞ୍ଚ ନେବା ପାଇଁ ମନ କରିଦେଇ ଥିଲା, ସେହି ସମୟରେ ପବ୍ ମାଲିକ କହିଥିଲେ ଆପଣମାନେ ଏଠାରୁ ଚାଲି ଯାଅନ୍ତୁ; ମୋ ଓକିଲ ଆପଣଙ୍କ ସହ କଥାବାର୍ତ୍ତା କରିବେ ।

ପଲ୍ଲବୀ ଶୁକ୍ଲା ଫୋନ୍ କରି ନିଜ ଷ୍ଟାପ୍ କର୍ମଚାରୀଙ୍କୁ ଡ଼ାକିଥିଲେ କିନ୍ତୁ କେହି ହେଲେ ସେଠାରେ ପହଞ୍ଚି ନଥିଲେ । ପରେ ପଲ୍ଲବୀ ଶୁକ୍ଲା ଏହି ଘଟଣା ବିଷୟରେ ଏସ୍.ଏସ୍.ପି ରୁଚି ବର୍ଦ୍ଧନଙ୍କୁ ଜଣାଇଥିଲେ । ଏହା ପରେ ଷ୍ଟାପ୍ କର୍ମଚାରୀ ଆସି ପବ୍ ସଞ୍ଚାଳକକୁ ଥାନାକୁ ନେଇଯାଇଥିଲେ ।

ପୁଲିସକୁ ପ୍ରଶ୍ନ କରିଥିବା କାରଣରୁ ପବ୍ ସଞ୍ଚାଳକ ଉପରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପୁଲିସକୁ ଲାଞ୍ଚ ଦେବା ଘଟଣାରେ ମଧ୍ୟ ଯାଞ୍ଚ ଚାଲିଛି । ନିୟମ ଅନୁସାରେ କୌଣସି ପବ୍ ରାତ୍ର ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିପାରିବ ନାହିଁ କିନ୍ତୁ ଏହି ପବ୍ ରାତ୍ର ୧.୩୦ରେ ଖୁବ୍ ଜୋରରେ ଗୀତ ବାଜୁଥିବାର ଶୁଣାଯାଉଥିଲା । ପୋଲିସ ଯେତେବେଳେ ପବ୍ ବନ୍ଦ କରିବାକୁ କହିଥିଲା, ସେହି ସମୟରେ ସେମାନେ ଆମକୁ ଲାଞ୍ଚ ଦେବା ପାଇଁ ଚେଷ୍ଟା କରିଥିଲେ । ଯେଉଁ ସବୁ ପୁଅଝିଅଙ୍କୁ ଧରାଯାଇଛି, ସେମାନେ ୨୫ ବର୍ଷରୁ କମ୍ ଅଟନ୍ତି ଓ ପବ୍ ମାଲିକ ନିଜ ବ୍ୟବସାୟ ପାଇଁ ସେମାନଙ୍କୁ ଖୁବ୍ ମଦ ପିଆଇଛି; ଯାହା ନିୟମ ବିରୋଧ ଅଟେ । ବର୍ତମାନ ସେହି ପବ୍ ମାଲିକ ଉପରେ ବହୁତ ଗୁଡିଏ କେସ୍ ବା ମାମଲା ଲାଗିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯିବ ।