ରାବଣର ସାନ ଭାଇ କୁମ୍ଭକର୍ଣ୍ଣ ବିଷୟରେ ଜଡ଼ିତ ଏମିତି କିଛି ତଥ୍ୟ ଯାହା ଆପଣଙ୍କୁ ଚକିତ କରିଦେବ

Spread the love

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ରାବଣର ଭାଇ କୁମ୍ଭକର୍ଣ୍ଣ ବିଷୟରେ ଏମିତି କିଛି ତଥ୍ୟ କହିବାକୁ ଯାଉଛୁ ଯାହାକୁ ଜାଣି ଆପଣ ଚକିତ ହୋଇଯିବେ । ଆସନ୍ତୁ ଜାଣିବା କୁମ୍ଭକର୍ଣ୍ଣ ବିଷୟରେ କିଛି ଚକିତ କରିଦେଲା ଭଳି ତଥ୍ୟ:-

କୁମ୍ଭକର୍ଣ୍ଣ ରାବଣର ସାନ ଭାଇଥିଲା । ସେ ବହୁତ ଶକ୍ତିଶାଳୀ ଥିଲା । କୁମ୍ଭକର୍ଣ୍ଣ ଏପରି ଏକ ମନୁଷ୍ୟ ଥିଲା ଯାହାକୁ ସ୍ୱୟଂ ବ୍ରହ୍ମା 6 ମାସ ଶୋଇବାର ବରଦାନ ଦେଇଥିଲେ । ଏହି କଥା ସେହି ସମୟର ଯେତେବେଳେ ତିନି ଭାଇ ଭଗବାନ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ କଠୋର ତପସ୍ୟା କରିଥିଲେ । ବ୍ରହ୍ମା ତପସ୍ୟାରେ ପ୍ରସନ୍ନ ହୋଇ ତିନି ଭାଇଙ୍କୁ ବରଦାନ ଦେଇଥିଲେ ।

କୁମ୍ଭକର୍ଣ୍ଣ ଶକ୍ତିଶାଳୀ ମନୁଷ୍ୟ ଥିଲା । କୁମ୍ଭକର୍ଣ୍ଣ ସହିତ ମୁକାବିଲା କରିବା ପାଇଁ ପୁରା ଜଗତରେ କୌଣସି ଯୋଦ୍ଧା ନଥିଲା । ବ୍ରହ୍ମାଙ୍କ ବରଦାନ କାରଣରୁ କୁମ୍ଭକର୍ଣ୍ଣ ମଦ ଅର୍ଥାତ ସୁରାର ସେବନ କରି 6 ମାସ ପର୍ଯ୍ୟନ୍ତ ଶୋଇ ରହୁଥିଲା ।

କୁମ୍ଭକର୍ଣ୍ଣକୁ ଯେବେ ଜଣାପଡିଲା ଯେ ରାବଣ ମାତା ସୀତାଙ୍କୁ ହରଣ କରିନେଇଛି ତେବେ ସେ ବହୁତ ଦୁଃଖ ପ୍ରକାଶ କରିଥିଲା କାହିଁକିନା ସେ ଜାଣିଥିଲା କି ମାତା ସୀତା ସ୍ୱୟଂ ଭଗବାନ ବିଷ୍ଣୁଙ୍କ ପତ୍ନୀ ।କୁମ୍ଭକର୍ଣ୍ଣ ଜାଣିଥିଲେ ଯେ ଭଗବାନ ବିଷ୍ଣୁ ରାମଙ୍କ ଅବତାରରେ ପରିଚିତ ଥିଲେ । ଯେଉଁ କାରଣରୁ ସେ ରାଵଣକୁ ବହୁତ ବୁଝାଇବା ପାଇଁ ପ୍ରୟାସ କରିଥିଲା କି ସେ ମାତା ସୀତାଙ୍କୁ ଭଗବାନ ଶ୍ରୀରାମ ପାଖକୁ ଫେରାଇ ଦିୟନ୍ତୁ ଓ ଶ୍ରୀରାମଙ୍କ ଚରଣକୁ ଚାଲି ଯାଆନ୍ତୁ ।

କୁମ୍ଭକର୍ଣ୍ଣ ଭଗବାନ ରାମଙ୍କ ସହିତ ଯୁଦ୍ଧ କରିବା ପାଇଁ ଚାହୁଁ ନ ଥିଲେ କିନ୍ତୁ ସେ ବଡ଼ ଭାଇଙ୍କ ସମ୍ମାନ ରଖିବାକୁ ଯାଇ ସେ ଯୁଦ୍ଧରେ ଭାଗ ନେଇଥିଲେ ।