କୁକୁର କାମୁଡିବା ସଙ୍ଗେ ସଙ୍ଗେ କରନ୍ତୁ ଏହିପରି ପ୍ରାଥମିକ ଚିତ୍କିସା, ଯାହା ଦ୍ୱାରା ଶରୀରରେ ହେବ ନାହିଁ କୌଣସି ଇନଫେକ୍ସନ

Spread the love

କୁକୁର କାମୁଡିଲେ ଜଳନ୍ତର ରୋଗ ହେବାର ସମ୍ଭାବନା ରହିଛି, ଯାହା ଏକ ମାରାତ୍ମକ ଅଟେ । ଅନେକ ସମୟରେ ରାସ୍ତାରେ ବୁଲା କୁକୁରମାନେ ଯିବା ଆସିବା ଲୋକଙ୍କ ପଛରେ ପଡିଯାନ୍ତି ଏବଂ ସେମାଙ୍କୁ କାମୁଡି ବି ଦିଅନ୍ତି । ବେଳେ ବେଳେ ପୋଷା କୁକୁର ମଧ୍ୟ ଘର ଆସିଥିବା ଅତିଥି କିମ୍ବା ଘରର ସଦସ୍ୟମାନଙ୍କୁ କାମୁଡି ଦେଇଥାଏ । ତେଣୁ କରି ଆପଣମାନେ ଜାଣିଥିବା ଦରକାର ଯେ, କୁକୁର କାମୁଡ଼ିଲେ ସର୍ବେ ପ୍ରଥମେ କ’ଣ କରିବା ଦରକାର ଏବଂ ଯେଉଁମାନଙ୍କୁ କୁକୁର କାମୁଡେ ସେମାନଙ୍କୁ କେଉଁ ପ୍ରକାର ପ୍ରାଥମିକ ଚିତ୍କିସା କରିବେ । ପ୍ରତ୍ୟେକ ବ୍ୟକ୍ତି ଜାଣିବା ନିହାତି ଜରୁରୀ । ତେବେ ଆସନ୍ତୁ ଜଣିଆବ କୁକୁର କାମୁଡିବା ପରେ ଓ ମେଡିକାଲ ଯିବା ପୂର୍ବରୁ କଣ ପ୍ରାଥମିକ ଚିକିତ୍ସା କରିବା ଦରକାର :-

1. ବ୍ୟକ୍ତିର ଯେଉଁ ଜାଗାକୁ କୁକୁର କାମୁଡି ଥିବ, ସେ ସ୍ଥାନକୁ ଜୋର ଜୋରରେ ପାଣି ଛାଟି ଧୋଇ ସଫା କରିଦିଅନ୍ତୁ । ଏଭଳି କରିବା ଦ୍ୱାରା ସେ ବ୍ୟାକ୍ଟେରିଆ ଓ କୀଟାଣୁମାନେ ସେହି ସ୍ଥାନରୁ ବାହାରକୁ ବାହାରି ଯିବେ । ଯଦି ଆପଣଙ୍କ ଘରେ ଅଣ୍ଟିବ୍ୟାକ୍ଟେରିଆ ସାବୁନ ଅଛି ତେବେ ସେହି ସ୍ଥାନରେ ପ୍ରୟୋଗ କରନ୍ତୁ । ଏହିପରି କରିବା ଦ୍ୱାରା କୌଣସି ପ୍ରକାରର ସଂକ୍ରମିତ ହେବାର ଆଶଙ୍କା ରହିବ ନାହିଁ ।

2. ଏହାପରେ ମଧ୍ୟ ଯଦି କୁକୁର କାମୁଡି ଥିବା ସ୍ଥାନରୁ ରକ୍ତସ୍ରାବ ହେଉଛି ତେବେ ରକ୍ତକୁ ବନ୍ଦ କରିବା ପାଇଁ କ୍ଷତ ସ୍ଥାନକୁ ଏକ ସଫା କପଡାରେ ଜୋରରେ ବାନ୍ଧି ଦିଅନ୍ତୁ ।

3. କୁକୁର କାମୁଡିବା ପରେ ସବୁଠୁ ଜରୁରୀ କଥା ହେଲା କି, କୁକୁର କାମୁଡିଥିବା ସ୍ଥାନକୁ ଭଲ ଭାବରେ ସଫା ରଖିବା, ଯାହା ଦ୍ୱାରା କି ଇନଫେକ୍ସନ ହେବ ନାହିଁ । କ୍ଷତ ସ୍ଥାନକୁ ସଫା କରି ତୁରନ୍ତ ଆଂଟିବାୟୋଟିକ୍ କ୍ରିମ ଲଗାନ୍ତୁ, ଯାହାଦ୍ୱାରା ଇନଫେକ୍ସନ ହେବାର ଆଶଙ୍କା କମ ରହିବ ।

4. ସେହିଭଳି ଆଂଟିବାୟୋଟିକ୍ କ୍ରିମ ଲଗାଇବା ପରେ ପ୍ରଭାବିତ ସ୍ଥାନ ବା କ୍ଷତ ଜାଗାକୁ ବ୍ୟାଣ୍ଡେଜ କପଡାରେ ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ଘା’ଆରେ କୌଣସି ପ୍ରକାରର ଇନଫେକ୍ସନ ହେବ ନାହିଁ ।

5. ଏହି ପ୍ରାଥମିକ ଚିତ୍କିସା କରିବା ପରେ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ଡାକ୍ତରୀ ଚିତ୍କିସା କରନ୍ତୁ ।

share କରି ଅନ୍ୟକୁ ଜଣାନ୍ତୁ ।