ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ କୃତି ସେନନ ଦେଇଛନ୍ତି ଏକ ବଡ ବିବୃତି !

Spread the love

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖରୁ ଏପର୍ଯ୍ୟନ୍ତ କେହି ବାହାରିପାରି ନାହାନ୍ତି । ସୁଶାନ୍ତଙ୍କ ସହ-ଅଭିନେତ୍ରୀ କୃତି ସେନନ ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି ଯେ, କିପରି ସେ ଅବସାଦ ଘେରରେ ଆସି ଆତ୍ମହତ୍ୟା କରିପାରିବେ । କୃତି ସେନନ ସୁଶାନ୍ତଙ୍କ ସହ ଚଳଚ୍ଚିତ୍ର ରାବତାରେ କାମ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଯଦିଓ, ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ବିଶେଷ ପ୍ରଭାବ କରିପାରି ନଥିଲା । କୃତି ସେନନଙ୍କ ଏକ ପୁରୁଣା ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି, ଯେତେବେଳେ ସେ କଫି ବିତ କରନରେ ପହଞ୍ଚି ଥିଲେ ।

google

ରେପିଡ ଫାୟାର ରାଉଣ୍ଡରେ ସେ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ମୁଖରେ ସୁଶାନ୍ତଙ୍କର ବହୁତ ପ୍ରସଂଶା କରିଥିଲେ । କଫି ବିତ କରନରେ, କରନ ଜୋହାର କୃତିଙ୍କୁ କିଛି ଅଭିନେତାଙ୍କ ପ୍ରତିଭା ଅନୁସାରେ ତାଲିକାଭୃକ୍ତ କରିବା ପାଇଁ କହିଥିଲେ ଯେଉଁଠି କାର୍ତ୍ତିକ ଆର୍ଯ୍ୟନ, ସୁଶାନ୍ତ ସିଂ ରାଜପୁତ, ଆୟୁଷମାନ ଖୁରାନା, ଟାଇଗର ଶୋରାଫ ଓ ବରୁନ ଧବନଙ୍କ ନାମ ଥିଲା ।

google

ସର୍ବପ୍ରଥମେ କୃତି ସୁଶାନ୍ତ, ବରୁନ ଧବନ, କାର୍ତ୍ତିକ ଆର୍ଯ୍ୟନ, ଆୟୁଷମାନ ଖୁରାନା ଏବଂ ଟାଇଗର ଶୋରାଫଙ୍କୁ ରେଙ୍କିଂ କରିଥିଲେ । ଅର୍ଥାତ କୃତିଙ୍କ ନଜରରେ ସୁଶାନ୍ତ ସର୍ବଶ୍ରେଷ୍ଠ ଓ ପ୍ରତିଭାବାନ କଳାକାର ଥିଲେ । ବର୍ତ୍ତମାନ ଏହି ଭିଡିଓଟି ଭାଇରଲ ହେଉଛି ।

google

ଆପଣଙ୍କୁ କହିଦେଉଛୁ ଯେ, କଫି ବିତ କରନରେ ଯେତେବେଳେ ଆଲିଆ ଭଟ୍ଟ ପହଞ୍ଚିଥିଲେ, ସେ ରେପିଡ ଫାୟାର ରାଉଣ୍ଡରେ ସୁଶାନ୍ତଙ୍କୁ କିଲ୍ କରିବେ ବୋଲି କହିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏହି ଭିଡିଓଟି ମଧ୍ୟ ଅଧିକ ଭାଇରଲ ହେଉଛି ସେଥିପାଇଁ ଆଲିଆ ଭଟ୍ଟଙ୍କୁ ତୀବ୍ର ସମାଲୋଚନା କରାଯାଉଛି । ଟିଭି ଜଗତରୁ ସୁଶାନ୍ତ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଦେଖୁ ଦେଖୁ ସେ ନିଜର ଏକ ବଡ ପରିଚୟ ସୃଷ୍ଟି କରିଥିଲେ । ସୁଶାନ୍ତଙ୍କ ଲକ୍ଷ ଲକ୍ଷ ପ୍ରସଂଶକ ଅଛନ୍ତି ଯେଉଁମାନେ ଆଦୌ ବିଶ୍ୱାସ କରୁନାହାନ୍ତି ଯେ, ସେ ଆଉ ଏ ଦୁନିଆରେ ନାହାନ୍ତି ।

google

Leave a Reply

Your email address will not be published. Required fields are marked *