କରନ ଜୌହାରଙ୍କ ଶୋ’ରେ କ୍ରୀତି ସାନନ୍ ସୁଶାନ୍ତଙ୍କୁ ନେଇ ଏପରି କଥା କହିଥିଲେ । ଯାହା ଶୁଣି କରନଙ୍କ ମୁଁହ ବନ୍ଦ ହୋଇଯାଇଥିଲା !

Spread the love

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସମସ୍ତଙ୍କ ପାଇଁ ଏକ ଦୁଃଖଦ ଘଟଣା ଅଟେ । ଯେଉଁଠି ଗୋଟିଏ ପକ୍ଷରେ ଅଭିନେତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ହଜାର ହଜାର ଫ୍ୟାନ୍ ଦୁଃଖଦ ପୋଷ୍ଟ ସେୟାର କରିବାରେ ଲାଗିଛନ୍ତି । ପୁଣି ସେଠାରେ ବଲିଉଡ଼ର କିଛି ଷ୍ଟାର ସୁଶାନ୍ତଙ୍କ ପାଇଁ କେତେକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଯାହାକୁ ଦେଖି ଯେକେହିବି ଭାବୁକ ହେଉଛନ୍ତି । ଏହିସବୁ ମଧ୍ୟରେ ବର୍ତ୍ତମାନ ବଲିଉଡ଼ ଅଭିନେତ୍ରୀ କ୍ରୀତି ସାନନଙ୍କର ଏକ ଭିଡ଼ିଓ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ କ୍ରୀତି ସାନନ୍ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଏପରି ଏକ କଥା କହିଛନ୍ତି ଯେଉଁ କାରଣରୁ ଫ୍ୟାନମାନେ କ୍ରୀତି ସାନନଙ୍କର ଏହି ଭିଡ଼ିଓକୁ ଖୁବ୍ ପସନ୍ଦ କରିଛନ୍ତି ।

google

ପ୍ରକୃତରେ କ୍ରୀତି ସାନନଙ୍କର ଏହି ଭିଡ଼ିଓ ଗତ ବର୍ଷର । କ୍ରୀତି ସାନନ୍ କାର୍ତ୍ତିକ ଆରୟନଙ୍କ ସହିତ କରନ୍ ଜୌହାରଙ୍କ ପ୍ରସିଦ୍ଧ ଶୋ’ କଫି ୱିଥ୍ କରନ’ ରେ ପହଂଚିଥିଲେ । ଯେଉଁଠି କରନ ଜୌହାରଙ୍କ ସହିତ ମିଶି କ୍ରୀତି ସାନନ୍ ଏବଂ କାର୍ତ୍ତିକ ମଜା ନେଇଥିଲେ କିନ୍ତୁ ଏହି ଶୋ’ରେ କରନ କ୍ରୀତି ସାନନଙ୍କୁ ବଲିଉଡ଼ ଅଭିନେତାଙ୍କୁ ରେଙ୍କ ଦେବାକୁ କହିଥିଲେ । ଯେଉଁଥିରେ କ୍ରୀତି ସାନନ୍ ସବୁଠାରୁ ଉପରେ ସୁଶାନ୍ତ ସିଂହ ରାଜପୁତଙ୍କୁ ରଖିଥିଲେ । କରନ ରେପିଡ଼ ଫାୟର ରାଉଣ୍ଡରେ ଅଭିନୟ କ୍ଷମତା ଅନୁସାରେ କ୍ରୀତି ସାନନଙ୍କୁ ରେଙ୍କ ଦେବାକୁ କହିଥିଲେ ଯେଉଁଥିରେ କାର୍ତ୍ତିକ ଆରୟନ, ସୁଶାନ୍ତ ସିଂହ ରାଜପୁତ, ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରୋଫ ଏବଂ ବରୁନ ଧବନ ସାମିଲ ଥିଲେ । ଏହି ପରିପ୍ରେକ୍ଷୀରେ କ୍ରୀତି ସାନନ୍ ସୁଶାନ୍ତଙ୍କୁ ଉର୍ଦ୍ଧରେ ରଖିଥିଲେ ।

google

ପୁଣି ସୋସିଆଲ ମିଡିଆରେ କ୍ରୀତି ସାନନଙ୍କର ଏହି ଭିଡ଼ିଓ ଫ୍ୟାନ୍ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି । ଏହି ଭିଡ଼ିଓକୁ ଦେଖିବା ମାତ୍ରେ ଅନେକ ଲୋକ ଏହା ଉପରେ ଦୁଃଖଦ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ‘ ସୁଶାନ୍ତଙ୍କ ଟ୍ୟାଲେଣ୍ଟକୁ ସେ ଜାଣିଥିଲେ ଯେ କେଉଁଭଳି ଭାବରେ ସେ କାମକୁ ନେଇ ପରିଶ୍ରମୀ ଥିଲେ’ । କ୍ରୀତି ସାନନ୍ ଏବଂ ସୁଶାନ୍ତ ଫିଲ୍ମ ‘ ରାବ୍ତା ‘ରେ ସାଙ୍ଗରେ ନଜର ଆସିଥିଲେ । ଫିଲ୍ମ ହୁଏତ ଏତେ ହିଟ୍ ହୋଇନଥିଲା । କିନ୍ତୁ ଏହି ଫିଲ୍ମରେ ଦୁହିଁଙ୍କ କାମକୁ ଫ୍ୟାନ୍ ମାନେ ଖୁବ୍ ପ୍ରଶଂସା କରିଥିଲେ । ଏହି ସମୟରେ ସୁଶାନ୍ତ ଏବଂ କ୍ରୀତି ସାନନଙ୍କ ମଧ୍ୟରେ ଅଫେୟାରର ଖବର ମଧ୍ୟ ଆସିଥିଲା । କିନ୍ତୁ ଏହି ସମ୍ବନ୍ଧରେ କେହି କିଛି କହିନଥିଲେ ।