କସ୍ତୁରୀ ମେଥିରେ ଲୁଚି ରହିଛି ଅନେକଗୁଡ଼ିଏ ଔଷଧୀୟ ଗୁଣ ! ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କ’ଣ ଲାଭ ହୋଇଥାଏ ?

Spread the love

କସ୍ତୁରୀ ମେଥି ଖାଇବା ଦ୍ୱାରା ମିଳିଥାଏ ଏହି ରୋଗରୁ ମୁକ୍ତି –

କସ୍ତୁରୀ ମେଥିକୁ ଆୟୁର୍ବେଦରେ ଏକ ଲାଭକାରୀ ଔଷଧ ରୂପେ ଗ୍ରହଣ କରାଯାଇଛି ଏବଂ ଏହାକୁ ବ୍ୟବହାର କରି ଅନେକ ପ୍ରକାରର ଆୟୁର୍ବେଦିକ ଔଷଧ ତିଆରିରେ କରାଯାଏ । କାରଣ କସ୍ତୁରୀ ମେଥି ମଧ୍ୟରେ କ୍ୟାଲସିୟମ, ଆଇରନ୍ ଭଳି ଆହୁରି ଅନେକ ପ୍ରକାରର ଭିଟାମିନ୍ ରହିଥାଏ । ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ ଏବଂ ଅନ୍ୟ କେତେକ ରୋଗରୁ ମୁକ୍ତ କରିବାରେ ସାହାର୍ଯ୍ୟ ମଧ୍ୟ କରିଥାଏ ।

କସ୍ତୁରୀ ମେଥି ଖାଇବାଦ୍ୱାରା ହେଉଥିବା ଲାଭ –

ବ୍ଲଡ଼ ସୁଗରର ସ୍ତର ଠିକରେ ରହିଥାଏ –

କସ୍ତୁରୀ ମେଥିକୁ ଖାଇବା ଦ୍ୱାରା ରକ୍ତରେ ବ୍ଲଡ଼ ସୁଗରର ସ୍ତର ଠିକରେ ରହିଥାଏ । ସେଥିପାଇଁ ଯେଉଁ ଲୋକ ଏହାକୁ ସେବନ କରିଥାନ୍ତି; ସେମାନଙ୍କୁ ମଧୁମେହ ରୋଗ ଏବଂ ଦ୍ୱିତୀୟ ପ୍ରକାରର ମଧୁମେହ (ମଧୁମେହ-୨) ରୋଗର ବିପଦ କମ ହୋଇଥାଏ ଏବଂ ଯେଉଁ ଲୋକଙ୍କୁ ମଧୁମେହର ସମସ୍ୟା ଅଛି, ଯଦି ସେହି ବ୍ୟକ୍ତିମାନେ ଏହାର ସେବନ କରନ୍ତି, ତେବେ ତାଙ୍କର ରକ୍ତରେ ବ୍ଲଡ଼ ସୁଗର ସନ୍ତୁଳିିତ ହୋଇରହିଥାଏ ।

ହରମୋନକୁ ସନ୍ତୁଳିତ ରଖିଥାଏ –

ଆୟୁଷର ବୃଦ୍ଧି ହେବା ସହ ମହିଳାଙ୍କ ଶରୀରରେ ହରମୋନର ବଦଳିବା ଆରମ୍ଭ ହୋଇଯାଇ ଥାଏ ଏବଂ ହରମୋନର ବଦଳିବା ଯୋଗୁଁ ଶରୀରରେ ଓଜନ ଏକାଥରେ ବଢ଼ିବାରେ ଲାଗିଥାଏ । ଯଦି ଆପଣଙ୍କ ଶରୀରରେ ହରମୋନ ସନ୍ତୁଳିତ ନାହିଁ; ତେବେ କସ୍ତୁରୀ ମେଥି ଖାଇବା ଆରମ୍ଭ କରି ଦିଅନ୍ତୁ । କସ୍ତୁରୀ ମେଥି ଖାଇବା ଦ୍ୱାରା ଆପଣଙ୍କ ହରମୋନ ଏକାଥରେ ଠିକ ହେଇଯିବ ।

ଲିଭର୍ ବା କାଲିଜା ପାଇଁ ଲାଭଦାୟକ –

କସ୍ତୁରୀ ମେଥି ଲିଭର ବା କଲିଜା ପାଇଁ ଅଧିକ ଲାଭକାରୀ ବୋଲି କୁଆହାଯାଏ । ଏହାକୁ ଖାଇବା ଦ୍ୱାରା କଲିଜା ଠିକ ଭାବରେ କାର୍ଯ୍ୟ କରିଥାଏ ଏବଂ କଳିଜା ସମ୍ବନ୍ଧିତ କୌଣସି ରୋଗ ମନୁଷ୍ୟକୁ ହୋଇନଥାଏ ।

ପେଟକୁ ରଖେ ରୋଗମୁକ୍ତ-

କସ୍ତୁରୀ ମେଥିକୁ ଖାଇବା ଦ୍ୱାରା ଗ୍ୟାସ, ଡାଇରିଆ, ପେଟ ଫୁଲି ଯିବା ସମସ୍ୟା, ହଜମ ନ ହେବାର ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।ଯଦି ଆପଣଙ୍କୁ ପେଟ ଜନିତ ସମସ୍ୟା ହେଉଅଛି, ତେବେ କସ୍ତୁରୀ ମେଥିର ଚୂର୍ଣ୍ଣକୁ ଗରମ ପାଣିରେ ମିଶାଇ ସେବନ କରନ୍ତୁ । ଦିନକୁ ଦୁଇଥର କସ୍ତୁରୀ ମେଥି ଚୂର୍ଣ୍ଣକୁ ଗରମ ପାଣି ସହ ମିଶାଇ ପିଇବା ଦ୍ଵାରା କିଛି ଦିନ ପରେ ଆପଣଙ୍କୁ ପେଟ ଜନିତ ସମସ୍ତ ସମସ୍ୟା ଠାରୁ ମୁକ୍ତି ମିଳିଯିବ ।

କଲେଷ୍ଟ୍ରଲକୁ କମ କରିଥାଏ-

ଅଧିକ କଲେଷ୍ଟ୍ରଲ ହେବା ଦ୍ୱାରା ଆପଣ କସ୍ତୁରୀ ମେଥିର ସେବନ କରନ୍ତୁ । କସ୍ତୁରୀ ମେଥିକୁ ଖାଇବା ଦ୍ଵାରା କଲେଷ୍ଟ୍ରଲ ସନ୍ତୁଳନ ରହିଥାଏ । ଆପଣ କେବଳ ରାତିରେ କସ୍ତୁରୀ ମେଥିକୁ ପାଣିରେ ବତୁରାଇ ରଖି ଦିଅନ୍ତୁ ଏବଂ ସକାଳୁ ଏହି ପାଣିକୁ ଛାଣି ଖାଲି ପେଟରେ ପିଅନ୍ତୁ ।

ରକ୍ତର ଅଭାବକୁ ପୁରଣ କରେ –

ରକ୍ତର ଅଭାବ ହେବା ଦ୍ୱାର ଆପଣ ଆପଣଙ୍କ ଡ଼ାଇଟ୍ ରେ କସ୍ତୁରୀ ମେଥିକୁ ଆପଣେଇ ନିଅନ୍ତୁ । କସ୍ତୁରୀ ମେଥିରେ ଥିବା ତତ୍ୱ ଶରୀରରେ ରକ୍ତର ଅଭାବକୁ ଦୁର କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ରକ୍ତର ଅଭାବ ପୂରଣ ହେବାରେ ଲାଗିଥାଏ ।

ମୁହଁର ନାଲି ଭ୍ରଣ ଠାରୁ ଦୁରେଇ ରଖିଥାଏ –

କସ୍ତୁରୀ ମେଥି ଖାଇବା ଦ୍ୱାରା ଚେହେରାରେ ହୋଇଥିବା ନାଲି ଭ୍ରଣ ସଫା ହୋଇଯାଇ ଥାଏ । କାରଣ କସ୍ତୁରୀ ମେଥିରେ ଅନେକ ଗୁଡ଼ିଏ ଭିଟାମିନ୍ ରହିଥାଏ, ଯାହାକି ଶରୀରର ସେହି ବ୍ୟାକଟେରିଆକୁ ମାରିବାରେ ସହାୟକ ହୋଇଥାଏ । ଫଳରେ ଚେହେରା ଜନିତ ସମସ୍ତ ସମସ୍ୟା ଦୁର ହୋଇ ଥାଏ ।

କେଶକୁ ମଜବୁତ କରିଥାଏ –

କେଶ ପାଇଁ ମଧ୍ୟ କସ୍ତୁରୀ ମେଥି ଲାଭଦାୟକ । ଏହାକୁ ଖାଇବା ଦ୍ୱାରା କେଶ ମଜବୁତ ହୋଇଥାଏ । କସ୍ତୁରୀ ମେଥିରେ ଆଇରନ୍ ଏବଂ କାର୍ବହାଇଡ୍ରେଟ୍ ରହିଥାଏ, ଯାହା ଆପଣଙ୍କ କେଶକୁ ମଜବୁତ କରିବାରେ ସହାର୍ଯ୍ୟ କାରିଥାଏ । କସ୍ତୁରୀ ମେଥିର ପାଣିରେ ବାଳକୁ ଧୋଇବା ଦ୍ୱାରା ମୁଣ୍ଡର ଚର୍ମରେ ହେଉଥିବା କୁଣ୍ଡିଆ ଏବଂ ରୁଫିର ସମସ୍ୟା ଠାରୁ ମୁକ୍ତି ମିଳିଥାଏ ।