‘କୋଇ ମିଲ ଗୟା’ ଚଳଚିତ୍ରର “ଯାଦୁ” ବାସ୍ତବ ଜୀବନରେ ଏପରି ଦେଖାଯାନ୍ତି ।

Spread the love

ବନ୍ଧୁଗଣ ହୃତିକ ରୋଶନ ବଲିଉଡ଼ର ଗୋଟିଏ ସଫଳ ଅଭିନେତା ରୂପରେ ପରିଚିତ । ହ୍ରିତିକ ରୋଶନ ବଲିଉଡ଼କୁ ବହୁତଗୁଡିଏ ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତି । ଯାହା ଦର୍ଶକମାନଙ୍କ ହୃଦୟକୁ ମଧ୍ୟ ସ୍ପର୍ଶ କରିଛି । ସେଥି ମଧ୍ୟରୁ ଗୋଟିଏ ଚଳଚ୍ଚିତ୍ର ହେଉଛି ‘କୋଇ ମିଲ ଗୟା’ ଯାହା ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ମନେ ରହିଛି । ଏହି ଚଳଚ୍ଚିତ୍ରରେ ହୃତିକଙ୍କ ସହିତ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ନଜର ଆସିଥିଲେ କିନ୍ତୁ ଏମାନଙ୍କ ଭୂମିକା ବ୍ୟତୀତ ଆଉ ଗୋଟିଏ ଏପରି ଚରିତ୍ର ମଧ୍ୟ ରହିଥିଲା ଯାହା ଲୋକମାନଙ୍କୁ ବର୍ତ୍ତମାନ ମଧ୍ୟ ମନେ ରହିଛି । ସେହି ଚରିତ୍ର ଥିଲା ‘ଯାଦୁ’ । ଯାଦୁର ଏହି ଚରିତ୍ର ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଚଳଚିତ୍ରରେ ହ୍ରିତିକ ଗୋଶନଙ୍କ ଅପେକ୍ଷା ଏଲିୟାନ “ଯଦୁ”ର ଭୂମିକା ଲୋକଙ୍କୁ ଅଧିକ ପସନ୍ଦ ଆସିଥିଲା । ଆସନ୍ତୁ ଜାଣିବା ଏହି ଚଳଚିତ୍ରରେ ଏଲିୟାନ ଯାଦୁର ଭୂମିକାରେ କିଏ ଅଭିନୟ କରିଥିଲେ ।

ବନ୍ଧୁଗଣ, ଆପଣମାନଙ୍କୁ ମଧ୍ୟ ଯାଦୁ ଚରିତ୍ରଟି ନିଶ୍ଚୟ ଭଲ ଲାଗିଥିବ । ଯାଦୁର ପ୍ରସିଦ୍ଧ ଚରିତ୍ରରେ ଅଭିନେତା ଇନ୍ଦ୍ରବଦନ ପୁରୋହିତ ଅଭିନୟ କରିଥିଲେ । ସେ ନିଜର ଏହି ଚରିତ୍ର ପାଇଁ ପ୍ରସିଦ୍ଧ ହୋଇଥିଲେ । ଏହା ବ୍ୟତୀତ ଇନ୍ଦ୍ରବଦନ ଅନ୍ୟ ଶୋ’ ଗୁଡିକରେ ମଧ୍ୟ ନଜର ଆସିଛନ୍ତି କିନ୍ତୁ ଯାଦୁର ଭୂମିକାରେ ସେ କମାଲ କରିଥିଲେ ତାହା ଅପ୍ରଶଂସନୀୟ ଥିଲା ।

ଏହି ପ୍ରସିଦ୍ଧ କଳାକାର ବର୍ତ୍ତମାନ ଆମ ସମସ୍ତଙ୍କ ମଧ୍ୟରେ ଆଉ ନାହାଁନ୍ତି । ଯେଉଁଥି କାରଣରୁ ବଲିଉଡ଼ ଜଗତରେ ଶୋକର ଲହରୀ ଖେଳିଯାଇଛି । ବିଶେଷ କରି ରୋଶନ ପରିବାର ତାଙ୍କ ବିଚ୍ଛେଦରୁ ବହୁତ ଦୁଃଖୀ ଅଛନ୍ତି ।

ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, ହ୍ରିତିକ ରୋଶନ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ ଯେ ‘କୋଇ ମିଲ ଗୟା’ ଚଳଚ୍ଚିତ୍ରରେ ଯାଦୁର ଚରିତ୍ର ପାଇଁ କସଟ୍ୟୁମ ବା ପୋଷାକ ଅଷ୍ଟ୍ରେଲିଆରୁ ତିଆରି କରାଯାଇଥିଲା । ଏହି ପୋଷାକକୁ ତିଆରି କରିବା ପାଇଁ ଏକ ବର୍ଷ ସମୟ ଲାଗିଥିଲା । ଆପଣ ମାନଙ୍କୁ ଜଣାଇ ଦେଉଛୁ ଯେ, ଏହି ପୋଷାକର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ଥିଲା ।

ଅନୁଛେଦରେ ପ୍ରଦାନ କରାଯାଇଥିବା ବିଷୟରେ ଅବଗତ ହେଲା ପରେ ନିଜ ମତାମତ comment Boxରେ ପ୍ରଦାନ କରନ୍ତୁ । ଧନ୍ୟବାଦ