ଅନୁଷ୍କାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦରୀ ଥିଲେ କୋହଲିଙ୍କ ଗାର୍ଲଫ୍ରେଣ୍ଡ ! ଯଦି ବିରାଟଙ୍କ ମା’ ମାନି ଯାଇଥାନନ୍ତେ; ତେବେ ଆଜି ସେ ହୋଇଥାନ୍ତି ବୋଧୂ ଏବଂ ବିରାଟଙ୍କ ପତ୍ନୀ !

Spread the love

କ୍ରିକେଟ ଜଗତ ସହ ବଲିଉଡର ନିବିଡ ସମ୍ପର୍କ ରହିଛି । ଏହାର ଅନେକ ଉଦାହରଣ ଆପଣମାନେ ଦେଖିଥିବେ । ବଲିଉଡ ଓ କ୍ରିକେଟ ଜଗତକୁ ନେଇ ଆଜିର ଏହି ଅନୁଛେଦଟି । ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଏବଂ ବଲିଉଡ଼ର ସୁନ୍ଦରୀ ନାୟିକା ଅନୁଷ୍କା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯଦିଓ, ବିବାହ ପୂର୍ବରୁ ଅନୁଷ୍କା ଏବଂ ବିରାଟ ଦୁହିଁଙ୍କ ନାମ ହିଁ କେତେଗୁଡିଏ ଲୋକଙ୍କ ସହିତ ଜଡ଼ିତ ହୋଇଛି । ଏଠାରେ ଯଦି ବିରାଟ ଏବଂ ଅନୁଷ୍କାଙ୍କ ବିଷୟରେ ଆଲୋଚନା କରିବା ତେବେ ଏହି କଥାଟି ସମସ୍ତଙ୍କୁ ଜଣା ଅଟେ ଯେ ବିରାଟ ଏବଂ ଅନୁଷ୍କା ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି, କିନ୍ତୁ କାହାକୁ ମଧ୍ୟ ଏହି କଥାଟି ଜଣା ନଥିଲା ଯେ, ଏହି ଦୁଇଜଣ ଏତେ ଶୀଘ୍ର ବିବାହ କରି ନେବେ । ହଁ, ଏମାନଙ୍କ ବିବାହ ନିଷ୍ପତ୍ତି ବାସ୍ତବରେ ଆଶ୍ଚର୍ଯ୍ୟକର ଥିଲା ।

ଏହି କାରଣ ଅଟେ ଯେ, ଯେବେ ଏହି ଦୁଇଜଣଙ୍କ ବିବାହର ଖବର ସାମନାକୁ ଆସିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରକୃତରେ ଅନୁଷ୍କାଙ୍କ ପୂର୍ବରୁ ବିରାଟଙ୍କ ସମ୍ପର୍କ କେତେଗୁଡିଏ ଝିଅମାନଙ୍କ ସହିତ ରହିଥିଲା । ଏମିତିରେ ସମସ୍ତଙ୍କୁ ଏହା ଲାଗୁଥିଲା ଯେ, ସେ ଏତେ ଶୀଘ୍ର ବିବାହ କରିବେ ନାହିଁ । ଆଜି ଆମେ ଆପଣଙ୍କୁ ବିରାଟଙ୍କ ଏପରି ଏକ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ ଜଣାଇବୁ, ଯିଏକି ଅନୁଷ୍କାଙ୍କ ଠାରୁ ମଧ୍ୟ ଆହୁରି ଅନେକ ସୁନ୍ଦରୀ ଥିଲେ । କିନ୍ତୁ ଦୁଃଖର ବିଷୟ ଏହା ଯେ, ବିରାଟଙ୍କ ମାଆ ଏହି ଦୁଇଜଣଙ୍କ ସମ୍ପର୍କ ପାଇଁ ରାଜି ନ ଥିଲେ । ଯେଉଁଥି କାରଣରୁ ବିରାଟଙ୍କୁ ତାଙ୍କର ଗାର୍ଲଫ୍ରେଣ୍ଡଙ୍କୁ ଛାଡ଼ିବାକୁ ପଡ଼ିଲା । ଆପଣଙ୍କୁ ସୂଚନା ପାଇ ଜଣାଇ ଦେଉଛୁ ଯେ, ଆମେ ଏଠାରେ ବ୍ରାଜିଲରେ ରହୁଥିବା ମଡେଲ ଏବଂ ଅଭିନେତ୍ରୀ ଇସାବେଲ ଲେଇଟଙ୍କ ବିଷୟରେ ଆଲୋଚନା କରୁଛୁ । ଯିଏ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ।

ବର୍ତ୍ତମାନ ଏହା ସାଧାରଣ କଥା ଅଟେ ଯେ, ସେ ଜଣେ ଅଭିନେତ୍ରୀ । ତେଣୁ ସୁନ୍ଦରୀ ଥିବା ସାମାନ୍ୟ କଥା ଅଟେ । କଥାଟି ଏହା ଯେ, ଅନୁଷ୍କାଙ୍କ ପୂର୍ବରୁ ଇସାବେଲା ବିରାଟଙ୍କ ଜୀବନକୁ ଆସିଥିଲେ । ତାଙ୍କର ଏବଂ ବିରାଟଙ୍କ ଅଫେର ଖୁବ ଚର୍ଚ୍ଚାରେ ରହିଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଥରେ ଇସାବେଲା ବଲିଉଡରେ କାମ କରିବା ପାଇଁ ଭାରତକୁ ମଧ୍ୟ ଆସିଥିଲେ । ଯଦିଓ, ବହୁତ ପରିଶ୍ରମ ପରେ ମଧ୍ୟ ସେ ବାଲିଉଡ଼ରେ ସେହି ପଦ ବା ସ୍ଥାନ ଅଧିକାର କରି ପାରିଲେ ନାହିଁ ଯାହା କି ଆଶା ରଖିଥିଲେ । ଗୋଟିଏ ପାର୍ଟି ବା ଉତ୍ସବ ସମୟରେ ଇସାବେଲା ଏବଂ ବିରାଟଙ୍କ ସାକ୍ଷାତ ହୋଇଥିଲା ।

ଏହା ପରେ ଏହି ଦୁଇଜଣଙ୍କୁ ଅନେକ ଥର ସାଥିରେ ଦେଖଯାଇଥିଲା । କିନ୍ତୁ ବିଷାଦର ବିଷୟ ଏହା ଯେ, ବହୁତ କମ ସମୟ ମଧ୍ୟରେ ହିଁ ଦୁଇଜଣଙ୍କ ବ୍ରେକ୍-ଅପ୍ ହୋଇଯାଇଥିଲା । ଏହାର ଅର୍ଥ ଆମେ ଯଦି ସ୍ପଷ୍ଟ ଭାବରେ କହିବା, ତେବେ ଏହି ଦୁଇ ଜଣଙ୍କ ଯୋଡ଼ି ଅଧିକ ଦିନ ତିଷ୍ଟି ପାରିନଥିଲା । ଇସାବେଲ କେତେଗୁଡିଏ ବିଜ୍ଞାପନ ଗୁଡ଼ିକରେ ମଧ୍ୟ କାମ କରିଛନ୍ତି । ଯଦିଓ, ବ୍ରେକ୍-ଅପ୍ ପରେ ବିରାଟ ଏବଂ ଇସାବେଲଙ୍କୁ ସାଥିରେ ଆଉ ଦେଖାଗଲା ନାହିଁ । ଅନୁଷ୍କାଙ୍କ ପୂର୍ବରୁ ବିରାଟଙ୍କ ନାମ ଅନେକଙ୍କ ସହିତ ଜଡ଼ିତ ହୋଇଥିଲା କିନ୍ତୁ ବର୍ତ୍ତମାନ ଅନୁଷ୍କା ହିଁ ବିରାଟଙ୍କ ହୃଦୟରେ ରାଜ କରୁଛନ୍ତି ଏବଂ ଏବେ ସେ ଜୀବନସାରା ରାଜ କରୁଥିବେ । ବର୍ତ୍ତମାନ ବିରାଟଙ୍କ ଗାର୍ଲଫ୍ରେଣ୍ଡଙ୍କ ଚିତ୍ର ମଧ୍ୟ ଆପଣ ଦେଖିପାରିବେ ।

ସେମିତିରେ ଆମେ ଏହା ପ୍ରାର୍ଥନା କରୁଛୁ ଯେ, ଏହି ଦୁଇଜଣଙ୍କ ସମ୍ପର୍କ ଏପରି ହିଁ ରହିଥାଉ ଏବଂ ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ କେହି ନ ଆସନ୍ତୁ ।