କୋହଲି ଅନୁଷ୍କା ପୁଣିଥରେ ଦେଖାଇଥିଲେ ସ୍ୱହୃଦୟତା, ଦୁହେଁ ମିଶି ପୋଲିସ ୱେଲଫେୟର ଫଣ୍ଡକୁ ଦେଲେ ୧୦ଲକ୍ଷ ଟଙ୍କାର ଦାନ ।

Spread the love

ଇଣ୍ଡିଆନ କ୍ରିକେଟ ଟିମର କ୍ୟାପଟେନ ଏବଂ ବିଶ୍ବ ପ୍ରସିଦ୍ଧ ଖେଳାଳି ବିରାଟ କୋହଲି ଏବଂ ତାଙ୍କର ପତ୍ନୀ ଅନୁଷ୍କା ଶର୍ମା କରୋନା ସହ ଯୁଦ୍ଧକୁ ଜାରି ରଖି ମୁମ୍ବାଇ ପୋଲିସ କଲ୍ୟାଣ ପାଇଁ ୫-୫ ଲକ୍ଷ ଟଙ୍କା ଦାନ କରିଛନ୍ତି । କୋହଲି ଏବଂ ଅନୁଷ୍କା ଏହି ସମୟରେ କୋଭିଡ-୧୯ ଲଢେଇ ନିମନ୍ତେ ଅଧିକ ସମ୍ବେଦନଶୀଳ ଏବଂ ଗମ୍ଭୀର ଅଛନ୍ତି । ଦୁହେଁ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ କେୟର୍ଶ ଫଣ୍ଡ ଏବଂ ମହାରାଷ୍ଟ୍ର କୋଷ କୁ ମଧ୍ୟ ଦାନ ଦେଇଥିଲେ । କିନ୍ତୁ ପିଏମ କେୟର୍ଶ ଫଣ୍ଡ ଏବଂ ମହାରାଷ୍ଟ୍ର ସାହାଯ୍ୟ କୋଷକୁ କେତେ ଟଙ୍କା ଦାନ ଦେଇଛନ୍ତି ସେହି ବିଷୟରେ ପ୍ରକାଶ କରିନାହାଁନ୍ତି ।

ମୁମ୍ବାଇ ପୋଲିସ ଆୟୁକ୍ତ ବିରୁଷ୍କାଙ୍କୁ ଦେଇଥିଲେ ଧନ୍ୟବାଦ ।

ବିରାଟ ଏବଂ ଅନୁଷ୍କା ନିଜକୁ ଅନେକ ଦିନ ହେଲାଣି କ୍ୱାରେଣ୍ଟାଇନରେ ରଖିଛନ୍ତି, କିନ୍ତୁ ଦେଶର ସ୍ଥିତି ଉପରେ ତାଙ୍କର ନଜର ମଧ୍ୟ ରହିଛି । ଦୁହେଁ ଦେଶକୁ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି । ଏହା ଭିତରେ ଅନୁଷ୍କା ଏବଂ ବିରାଟ ଏହି ସଙ୍କଟ ସମୟରେ ଦେଶକୁ କରୋନା ପାଇଁ ଦାନ କରିଥିଲେ । ମୁମ୍ବାଇ ପୋଲିସକୁ ଦିଆଯାଇଥିବା ଟଙ୍କାର ପୁଷ୍ଟି ନିଜେ ମୁମ୍ବାଇ ପୋଲିସ ଆୟୁକ୍ତ ପରମବିର ସିଂହ କରିଥିଲେ । ପରମବିର ନିଜର ଅଧିକାରୀ ଟ୍ବିଟ ହେଣ୍ଡଲରେ ଏହାର ସୂଚନା ଦେଇଥିଲେ । ସେ ଅନୁଷ୍କା ଏବଂ ବିରାଟଙ୍କୁ ଧନ୍ୟବାଦ ଦେଇ ଲେଖିଥିଲେ ମୁମ୍ବାଇ ପୋଲିସ କର୍ମଚାରୀଙ୍କ ପାଇଁ ଆପଣଙ୍କ ଦ୍ଵାରା ଦିଆଯାଇଥିବା ୫-୫ ଲକ୍ଷ ଟଙ୍କା ଦାନ ପାଇଁ ଧନ୍ୟବାଦ । ଆଗକୁ ସେ ଲେଖିଥିଲେ ଆପଣଙ୍କ ଟଙ୍କା କରୋନା ଭଳି ଘାତକ ମହାମାରୀ ସହ ଲଢେଇ କରିବାରେ ମୁମ୍ବାଇ ପୋଲିସକୁ ସାହାଯ୍ୟ କରିବ ।

ବୀରୁଷ୍କା କରୁଛନ୍ତି ଲୋକଙ୍କୁ ସଚେତନା ।

Google

କୋରନା ଭାଇରସ ବିରୁଦ୍ଧରେ ବିରାଟ ଏବଂ ଅନୁଷ୍କାଙ୍କ ଲଢେଇ ଜାରି ରହିଛି । ଦୁହେଁ ବର୍ତ୍ତମାନ ସମୟର ସଙ୍କଟର ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି ଏବଂ କୋରନା ବିରୁଦ୍ଧରେ ହେଉଥିବା ଲଢେଇରେ ଅଂଶ ଗ୍ରହଣ ମଧ୍ୟ କରୁଛନ୍ତି । ନା କେବଳ ଆର୍ଥିକ ସହାୟତା କରୁଛନ୍ତି ବରଂ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଦୁହେଁ ଲୋକଙ୍କୁ ସୋସିଆଲ ମିଡିଆରେ କରୋନା ବିରୋଧରେ ସଚେତନ କରିବାର ଦେଖିବାକୁ ମିଳୁଛି । ଏହା ସହ ଦୁହେଁ ପିଏମ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମର୍ଥନ କରିଛନ୍ତି ।

ଘରେ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ – ବିରାଟ ଏବଂ ଅନୁଷ୍କା

Google

ବିରାଟ ଏବଂ ଅନୁଷ୍କା ଏହି ଗମ୍ଭୀର ସ୍ଥିତିରେ ଲୋକଙ୍କୁ ମିଥ୍ୟା ଖବର ଉପରେ ଭରସା ନକରିବାକୁ କହିଛନ୍ତି । ଏହାସହ ଦୁହେଁ ନିଜ ପ୍ରଶଂସକଙ୍କୁ ସବୁକିଛି ଠିକ ହୋଇଯିବ ବୋଲି ସାନ୍ତନା ମଧ୍ୟ ଦେଇଛନ୍ତି । ବିରୁସ୍କା କହିଛନ୍ତି ଯେ ଏହି ସମୟରେ ଆପଣ ମାନେ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଦର୍ଶକଙ୍କ ବିନା ମ୍ୟାଚରେ ରୋମାଞ୍ଚକ ମୁହୂର୍ତ ରହିନଥାଏ – କୋହଲି

Google

ଦେଶକୁ ଆର୍ଥିକ ଦାନ ଦେବା ସହ କିଛି ଦିନ ତଳେ କ୍ୟାପଟେନ କୋହଲି ଆଇପିଏଲରେ ଏକ ମନ୍ତବ୍ୟ ଦେଇଥିଲେ , ଯେଉଁଥିପାଇଁ ସେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ବିରାଟ ଏକ ଟିଭି ଇଣ୍ଟରଭ୍ୟୁରେ କହିଥିଲେ ଯେ ଆଇପିଏଲ ମ୍ୟାଚ ଦର୍ଶକଙ୍କ ବିନା କରାଯାଉ । ସେ କହିଥିଲେ ଯେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳିବା ଦ୍ଵାରା ରୋମାଞ୍ଚ ନଷ୍ଟ ହୋଇଯାଇଥାଏ କିନ୍ତୁ ଦର୍ଶକ ଏବଂ ଦେଶର ସୁରକ୍ଷା ପାଇଁ ଏହି ସମୟରେ ଏହା ଜରୁରୀ ଅଟେ ଯେ ଷ୍ଟାଡିୟମ ଖାଲି ହିଁ ରହୁ । ବିରାଟ କହିଥିଲେ ଯେ ଷ୍ଟାଡିୟମରେ ଦର୍ଶକ ରହିବା ଆବଶ୍ୟକ, କାହିଁକି ନା ମ୍ୟାଚରେ ଏପରି ମୁହୂର୍ତ ରହିଥାଏ ଯାହା କେବଳ ଦର୍ଶକ ଏବଂ ପ୍ରଶଂସକ କାରଣରୁ ପୁରା ହୋଇଥାଏ ।