ଜାଣନ୍ତୁ ସୁଷମା ସ୍ୱରାଜଙ୍କ ଏକ ମାତ୍ର ଝିଅ ବାଂସୁରି କଣ କରୁଛନ୍ତି ଜୀବନରେ ।

Spread the love

ସୁଷମା ସ୍ୱରାଜଙ୍କ ନିଧନର ଖବର ସାରା ଦେଶକୁ ମର୍ମାହତ କରିଦେଇଛି । ୬ ଅଗଷ୍ଟ ରାତିରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ଗତକାଲି ମଙ୍ଗଳବାର ଦିନ ୩ ଟାରେ ଦିଲ୍ଲୀର ଲୋଢ଼ିର ସ୍ମଶାନରେ କରାଯାଇଥିଲା । ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାଜପାର ଅନେକ ନେତା ଯେପରି ରାଜନାଥ ସିଂହ, ଅମିତ ଶାହା ଇତ୍ୟାଦି ଉପସ୍ଥିତ ଥିଲେ । ସୁଷମାଙ୍କ ରାଷ୍ଟ୍ରୀୟ ସମ୍ମାନ ସହ ଲାଲ ଯୋଡ଼ା ପରିଧାନ ସହ ତ୍ରିରଙ୍ଗା ପତାକା ସହ ଅନ୍ତିମ ବିଦାୟ ଦିଆଯାଇଥିଲା । ଏହି ଅନ୍ତିମ ସଂସ୍କାରରେ ସୁଷମାଙ୍କ ଝିଅ ବାଂସୁରି ସ୍ୱରାଜ ଭିଜା ଆଖିରେ ନିଜ ମାଆଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ବାଂସୁରି ନିଜ ମାଆଙ୍କ ଏକମାତ୍ର ସନ୍ତାନ ଅଟନ୍ତି । ଏହି କାରଣରୁ ସୁଷମାଙ୍କ ଅନ୍ତିମ ସଂସ୍କାରରେ ସମସ୍ତ ପରମ୍ପରା ବାଂସୁରୀଙ୍କୁ ହିଁ ସମ୍ପର୍ଣ୍ଣ କରିବା ପାଇଁ ପଡିଥିଲା ।

ସୁଷମାଙ୍କ ଝିଅ ବାଂସୁରୀଙ୍କ ବିଷୟରେ ବହୁତ କମ ଲୋକେ ଜାଣିଥିଲେ । ଆଜି ଆମେ ଆପଣଙ୍କୁ ବାଂସୁରୀଙ୍କ ସହ ଜଡିତ କିଛି ବିଷୟ ଜଣାଇବା ପାଇଁ ଚାହୁଁଛୁ । ବାଂସୁରି ସ୍ୱରାଜ, ସୁଷମା ସ୍ୱରାଜ ଏବଂ ସ୍ୱରାଜ କୌଶଲଙ୍କ ଏକ ମାତ୍ର ଝିଅ ଅଟନ୍ତି । ସ୍ୱରାଜ କୌଶଲ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ଅଟନ୍ତି । ସେ ତିନି ବର୍ଷ ପାଇଁ ୧୯୯୦ ରୁ ୧୯୯୩ ପର୍ଯ୍ୟନ୍ତ ମିଜରାମର ଗର୍ଭନର ରହିଥିଲେ । ଏହା ବ୍ୟତୀତ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ମଧ୍ୟ ଥିଲେ । ବର୍ତ୍ତମାନ ସେ ଭାରତର ସୁପ୍ରିମକୋର୍ଟର ବରିଷ୍ଠ ଅଭିବକ୍ତା ଅଟନ୍ତି । ସେ ସୁଷମାଙ୍କ ସହ ୧୯୭୫ ମସିହାରେ ବିବାହ କରିଥିଲେ ଏବଂ ବିବାହ ପରେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଯାହାର ନାମ ଦୁହେଁ ମିଶି ବାଂସୁରୀ କୌଶଲ ରଖିଥିଲେ ।

ବାଂସୁରୀ ନିଜ ପିତାଙ୍କ ଭଳି ଓକିଲ ଅଟନ୍ତି । ସେ ଅକ୍ସଫୋର୍ଡ ଇୟୁନିଭରସିଟିରୁ ସ୍ନାତକ ହାସଲ କରିଛନ୍ତି । ଏହା ପରେ ଇନର ଟେଂପଲରୁ କାନୁନରେ ବାରିଷ୍ଟରର ଡିଗ୍ରୀ ପାଇବା ପରେ ଜଣେ ଜଣାଶୁଣା କ୍ରିମିନାଲ ଲୟର ହୋଇଥିଲେ । ବାଂସୁରି ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରିବା ସହ ସୁପ୍ରିମ କୋର୍ଟରେ ମଧ୍ୟ କ୍ରିମିନାଲ କେଶ ଲଢନ୍ତି ।

ବାସୁରୀଙ୍କ ନାମ ସେହି ସମୟରେ ମିଡିଆରେ ଆସିଥିଲେ, ଯେତେବେଳେ ସେ ଆଇପିଏଲର ପୂର୍ବ କମିଶନର ଲଳିତ ମୋଦିଙ୍କ ପାଇଁ କୋର୍ଟରେ କେଶ ଲଢ଼ିଥିଲେ । ସେହି ସମୟରେ ସେ ଲଳିତ ମୋଦିଙ୍କ ଲିଗଲ ଦଳର ସଦସ୍ୟ ଥିଲେ । ଏହି ଦଳରେ ମୋଟ ୮ ଜଣ (ମହାମୁଦ ଆବଦୀ, ବାଂସୁରି ସ୍ୱରାଜ, ରୋଜର ଗ୍ରେସନ, ଡାକ୍ତର ଆର ମରାଠା, ବିୟାଙ୍କା ହେମାରିଚ, ବେଙ୍କଟେସ ଦୋନ୍ଦେ, ଅଙ୍କୁର ଚାଵଲା) ସାମିଲ ଥିଲେ ।

ବାଂସୁରି ମିଡ଼ିଆର ଧ୍ୟାନରେ ସେହି ସମୟରେ ଆକର୍ଷିତ କରିଥିଲେ, ଯେତେବେଳେ ସୁଷମା ସ୍ୱରାଜ ଝିଅ ବାଂସୁରି ସ୍ୱରାଜ ଆଇପିଏଲର ପୂର୍ବ କମିଶନର ଲଳିତ ମୋଦିଙ୍କ ଲିଗଲ ଦଳରେ ସାମିଲ ଥିଲେ । ଏହି ନାମର ସୂଚୀ ସ୍ୱୟଂ ଲଳିତ ମୋଦି ଟୁଇଟ କରି ସେହି ସମୟରେ ସେୟାର କରିଥିଲେ, ଯେତେବେଳେ ସେ କେଶ ଜିତି ଯାଇଥିଲେ । ସେ ନିଜ ଲିଗଲ ଦଳର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିରେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରି ମଧ୍ୟ ସାମିଲ ଥିଲେ । କହିବା ପାଇଁ ଚାହୁଁଛୁ, ଏହି କେଶ ୨୭ ଅଗଷ୍ଟ ୨୦୧୪ରେ ହାଇକୋର୍ଟ ଦ୍ୱାରା ଲଳିତ ମୋଦିଙ୍କ ପାସପୋର୍ଟ ଉପରେ ଲାଗିଥିବା କଟକଣା ଉପରେ ଥିଲା । ଲଳିତ ମୋଦିଙ୍କ କେଶ ଲଢ଼ିବା କାରଣରୁ ବିପକ୍ଷ ଅନେକ ପ୍ରଶ୍ନ ଉଠାଇଥିଲେ କିନ୍ତୁ ଭାଜପା କହିଥିଲା ସୁଷମାଙ୍କ ଝିଅ ଜଣେ ପ୍ରଫେସନାଲ ଓକିଲ ଅଟନ୍ତି । ଏହା ତାଙ୍କର ପେଶା ଅଟେ । ସେ କାହାର କେଶ ଲଢନ୍ତି, ତାହା ବାସୁରୀଙ୍କ ନିଜସ୍ୱ ରାୟ ଏବଂ ସ୍ୱାଧୀନତା ଅଟେ ।

ସୁଷମାଙ୍କ ପରିବାର ବିଷୟରେ କହିବ ତ ସୁଷମାଙ୍କ ପତି ଏବଂ ଝିଅଙ୍କ ବ୍ୟତୀତ ଜଣେ ଭାଇ ଏବଂ ଜଣେ ଭଉଣୀ ମଧ୍ୟ ଅଛନ୍ତି । ସୁଷମାଙ୍କ ପିତାଙ୍କ ନାମ ହରଦେଵ ଶର୍ମା ଏବଂ ମାତାଙ୍କ ନାମ ଲକ୍ଷ୍ମୀ ଦେବୀ ଅଟେ । ତାଙ୍କର ଭାଇ ଗୁଲସନ ଶର୍ମା ଜଣେ ଆୟୁର୍ବେଦ ଡାକ୍ତର ଅଟନ୍ତି । ଭଉଣୀ ବନ୍ଦନା ଶର୍ମା ହରିୟାଣାର ଏକ କଲେଜରେ ପ୍ରୋଫେସର ଅଟନ୍ତି ।