ଅପୂର୍ବା ଶୁକ୍ଳା : ଅବୈଧ ସମ୍ପର୍କ ଯୋଗୁଁ ପତିଙ୍କୁ ମୃତ୍ୟୁ ଶଯ୍ୟାରେ ଶୁଆଇ ଦେଇଥିଲେ ।

Spread the love

ଭାରତୀୟ ମହିଳାଙ୍କ ପାଇଁ ପତି ଭଗବାନଙ୍କ ସମାନ ହୋଇଥାନ୍ତି ।ପତିଙ୍କ ଦୀର୍ଘ ଆୟୁ ପାଇଁ ସ୍ତ୍ରୀମାନେ ଅନେକ ପୂଜାର୍ଚ୍ଚନା କରିଥାନ୍ତି ।କିନ୍ତୁ ଏପରି ଏକ ଘଟଣା ଘଟିଛି ଯେଉଁଠି ଜଣେ ପତ୍ନୀ ନିଜର ଭଗବାନ ସଦୃଶ୍ୟ ପତିଙ୍କୁ ମୃତ୍ୟୁ ଶଯ୍ୟାରେ ଶୁଆଇ ଦେଇଛନ୍ତି ।ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି ।

ଉତ୍ତରପ୍ରଦେଶ ଏବଂ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ଦିବଂଗତ ଏନଡ଼ି ତିବାରୀଙ୍କ ପୁଅ ରୋହିତ ଶେଖରଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ସମୟରେ ନୂଆଁ ନୂଆଁ ରହସ୍ୟ ସବୁ ଖୋଲିବାରେ ଲାଗିଛି । ଯାଞ୍ଚରୁ ଜଣା ପଡିଛି ରୋହିତଙ୍କ ମୃତ୍ୟୁ ପ୍ରାକୃତିକ ନୁହେଁ ବରଂ ଏହା ହତ୍ୟା ଅଟେ ।

ହତ୍ୟାର ଏହି ଘଟଣାର ସନ୍ଦେହୀ ରୋହିତଙ୍କ ପତ୍ନୀ ଅପୂର୍ବା ଶୁକ୍ଳାଙ୍କ ଉପରେ ହେଉଛି । ବର୍ତ୍ତମାନ ଘଟଣାର ଯାଞ୍ଚ ଚାଲିଛି ।କୌଣସି ତଥ୍ୟରେ ପହଂଚିବା ଅପେକ୍ଷା ଶେଷ ତଥ୍ୟ ପାଇଁ ଅପେକ୍ଷା କରିବା ଭଲ ହେବ । ପତିଙ୍କ ମୃତ୍ୟୁ ପରେ ଅପୂର୍ବା ହଠାତ୍ ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି ।

ଅପୂର୍ବା ଶୁକ୍ଳା କିଏ ?

ମୃତ୍ୟୁ ବରଣ କରିଥିବା ରୋହିତ ଶେଖରଙ୍କ ପତ୍ନୀ ଅପୂର୍ବା ଶୁକ୍ଳା, ପେସାରେ ସୁପ୍ରିମ କୋର୍ଟର ଓକିଲ ଅଟନ୍ତି । ପତି ରୋହିତ ଶେଖର ମଧ୍ୟ ସୁପ୍ରିମକୋର୍ଟର ଓକିଲ ଥିଲେ । ଇନ୍ଦୋରର ବାସିନ୍ଦା ଅପୂର୍ବା ଶୁକ୍ଳା ଏବଂ ରୋହିତ ଶେଖରଙ୍କ ସାକ୍ଷାତ ଦିଲ୍ଲୀରେ ହୋଇଥିଲା । ଗତ ବର୍ଷ ୨୦୧୮ ଏପ୍ରିଲରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା । ପରେ ମଇ ୧୨ରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ଏହି ଦୁହିଁଙ୍କ ବିବାହ ଦିଲ୍ଲୀର ଅଶୋକା ହୋଟେଲରେ ହୋଇଥିଲା । ରୋହିତଙ୍କ ପିତା ଏନଡ଼ି ତିବାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହୋଇନଥିବା କାରଣରୁ ସେ ବିବାହରେ ଯୋଗ ଦେଇନଥିଲେ ।ଅପୂର୍ବାଙ୍କ ପିତା ମଧ୍ୟ ପେସାରେ ଜଣେ ଓକିଲ ଅଟନ୍ତି ଏବଂ ଇନ୍ଦୋର ସହରରେ ଅପୂର୍ବାଙ୍କ ପିତାଙ୍କୁ ସମସ୍ତେ ଜାଣିଛନ୍ତି ।

ବିବାହର କିଛି ସମୟ ପରେ ହିଁ ଅପୂର୍ବା ଏବଂ ରୋହିତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର କାରଣ ହେଉଛି ଜଣେ ସମ୍ପର୍କୀୟ ମହିଳା । ଯାହାଙ୍କ ପାଇଁ ଉଭୟ ପତି ଏବଂ ପତ୍ନୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ।