ନାରଦ ମୁନିଙ୍କୁ କିଏ ଅଭିଶାପ ଦେଇଥିଲେ, ଯେଉଁ କାରଣରୁ ସେ ଅନେକ ଥର ପ୍ରେମ କରିବା ପରେ ମଧ୍ୟ ଅବିବାହିତ ହୋଇ ରହିଗଲେ । ଆସନ୍ତୁ ଜାଣିବା ।

Spread the love

ନାରଦ ମୁନି ଅତ୍ୟନ୍ତ ଚଞ୍ଚଳ ଓ ହସ ହସ ମୁଖ ସ୍ୱଭାବର ଦେବତା ଅଟନ୍ତି । ତାଙ୍କ କାମ ହେଉଛି ଲୋକମାନଙ୍କୁ ସନ୍ଦେଶ ଦେବା । ମହାମୁନି ନାରଦ ପୃଥିବୀରୁ ସନ୍ଦେଶ ନେଇ ସ୍ଵର୍ଗରେ ଦେଉଥିଲେ ଓ ସ୍ୱର୍ଗର ସନ୍ଦେଶ ପୃଥିବୀକୁ ପହଞ୍ଚାଉ ଥିଲେ । ସେ ସବୁ ସମୟ ନାରାୟଣ ନାରାୟଣ ବୋଲି ଜପ କରୁଥିଲେ । ମହାମୁନି ନାରଦ ସେହି ସମୟରେ ଏକ ପତ୍ରକାର ଭଳି ଥିଲେ ଯିଏକି ସାରା ବ୍ରହ୍ମାଣ୍ଡର ଖବରକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପହଞ୍ଚାଇବାର କାମ କରୁଥିଲେ ।

ଅନେକ ପୌରାଣିକ କାହାଣୀରେ ନାରଦ ମୁନିଙ୍କ ବିଷୟରେ ଜାଣିବାକୁ ପାଇଥାଉ । ନାରଦ ମୁନିଙ୍କୁ ନିଜ ଜୀବନରେ ଅନେକ ଅପସରିଙ୍କ ସହିତ ପ୍ରେମ ହୋଇଥିଲା କିନ୍ତୁ ସେ କାହା ସହିତ ମଧ୍ୟ ବିବାହ କରି ପାରିନଥିଲେ । ଯେତେବେଳେ ମଧ୍ୟ ନାରଦ ମୁନି କୌଣସି ସୁନ୍ଦରୀ ଝିଅ ବା ଅପସରିକୁ ଦେଖୁଥିଲେ, ନାରଦ ମୁନିଙ୍କୁ ପ୍ରେମ ହୋଇଯାଉଥିଲା । କିନ୍ତୁ ସେ କେତେ ଚେଷ୍ଟା କରିବା ପରେ ମଧ୍ୟ କାହା ସହିତ ବିବାହ କରି ପାରିନଥିଲେ । ଏଭଳି କାହିଁକି ହୋଇଥିଲା ? ଆସନ୍ତୁ ସେ ବିଷୟରେ ଏବେ ଆମେ ସମ୍ପୁର୍ଣରୂପେ ଜାଣିବା ।

ବ୍ରହ୍ମା ଭଗବାନ, ନାରଦ ମୁନିଙ୍କୁ ଅବିବାହିତ ହୋଇ ରହିବା ପାଇଁ ଅଭିଶାପ ଦେଇଥିଲେ –

ବ୍ରହ୍ମାବୈବର୍ତ୍ତ ପୁରାଣ, ବ୍ରହ୍ମାଖଣ୍ଡରେ ଗୋଟିଏ କାହାଣୀ ଅଛି, ଯାହା ଅନୁସାରେ ବିବାହ ନ ହେବାର ଅଭିଶାପ ନାରଦ ମୁନିଙ୍କୁ ତାଙ୍କ ପିତା ବ୍ରହ୍ମାଙ୍କ ଦ୍ଵାରା ମିଳିଥିଲା । ଭଗବାନ ବ୍ରହ୍ମା ହିଁ ନାରଦଙ୍କୁ ଆଜୀବନ ଅବିବାହିତ ରହିବାକୁ ଅଭିଶାପ ଦେଇଥିଲେ । ଭଗବାନ ବ୍ରହ୍ମା ଏଭଳି କାହିଁକି କରିଥିଲେ ଆସନ୍ତୁ ଜାଣିବା…

କାହାଣୀ ଅନୁସାରେ ଭଗବାନ ବ୍ରହ୍ମା ଯେତେବେଳେ ସୃଷ୍ଟି ନିର୍ମାଣ କରୁଥିଲେ, ସେହି ସମୟରେ ଭଗବାନ ବ୍ରହ୍ମା ୪ଟି ପୁତ୍ରକୁ ଜାତ କରିଥିଲେ । ସେଥିମଧ୍ୟରୁ ମହାମୁନି ନାରଦ ଜଣେ ଥିଲେ । ୩ଟି ପୁତ୍ର ତପସ୍ୟା କରିବାକୁ କୌଣସି ଦୂର ଜାଗାକୁ ଚାଲିଗଲେ ଓ ନାରଦ ମୁନି ଜଣେ ହିଁ ରହିଗଲେ । ଭଗବାନ ବ୍ରହ୍ମା ନାରଦଙ୍କୁ କହିଲେ, ତୁମେ ଏଠାରେ ମୋ ସହିତ ରହି ସୃଷ୍ଟିର ରଚନାରେ ମୋର ସାହାଯ୍ୟ କରେ ଓ ବିବାହ କର । ଆପଣ ତ’ ଜାଣନ୍ତି, ନାରଦ ମୁନିଙ୍କ ସ୍ୱଭାବ ବହୁତ ଚଞ୍ଚଳ ଅଟେ । ତେଣୁ ସେ ଭଗବାନ ବ୍ରହ୍ମାଙ୍କୁ କହିଥିଲେ କି ମୁଁ ବିବାହ କରିବି ନାହିଁ ।

ଏହି କାରଣରୁ ନାରଦ ମୁନି ପୁରା ବ୍ରହ୍ମାଣ୍ଡରେ ବୁଲୁଥିଲେ –

ଏହା ଶୁଣିବା ପରେ ବ୍ରହ୍ମା ଭଗବାନ ବହୁତ କ୍ରୋଧିତ ହୋଇଗଲେ ଓ ନାରଦଙ୍କୁ ଆଜୀବନ ଅବିବାହିତ ରହିବାକୁ ଅଭିଶାପ ଦେଇଥିଲେ । ଭଗବାନ ବ୍ରହ୍ମା, ନାରଦଙ୍କୁ କହିଲେ, ତ’ ଜୀବନରେ ଅନେକ ଥର ପ୍ରେମ ହେବ କିନ୍ତୁ ତୁ ଚାହିଁ କରି ମଧ୍ୟ କାହା ସହିତ ବିବାହ କରି ପାରିବୁ ନାହିଁ । ତୁ ନିଜ ଦାୟିତ୍ୱ ଯୋଗୁଁ ଦୌଡ଼ିଛୁ, ତେଣୁ ତୁ ସାରା ଜୀବନ ଦୌଡ଼ି ଦୌଡ଼ି ହିଁ ଜୀବନ ଅତିବାହିତ କରିବୁ । ଏହିପରି ଦୌଡ଼ି ଦୌଡ଼ି ହିଁ ସମଗ୍ର ଦୁନିଆରେ ଭ୍ରମଣ କରୁଥିବୁ । ଏଭଳି ନାରଦ ମୁନିଙ୍କୁ ଆଜୀବନ ଅବିବାହିତ ରହିବାକୁ ଅଭିଶାପ ମିଳିଥିଲା ଓ ସେ ସାରା ଜୀବନ ଏଠାକୁ ସେଠାକୁ ଦୌଡ଼ିବାକୁ ଲାଗିଲେ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ !