ପ୍ରକୃତରେ କେବେ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ । ଜାଣନ୍ତୁ ଏହାର ମହତ୍ତ୍ୱ ଏବଂ ପୂଜାର ତିଥି…

Spread the love

ହିନ୍ଦୁ ଧର୍ମରେ ନବରାତ୍ରୀକୁ ବହୁତ ଗୁରୁତ୍ଵ ଦିଆଯାଇଥାଏ । ବିଶେଷ ଭାବରେ ନବରାତ୍ରୀ ଦିନ ମା’ ଦୁର୍ଗାଙ୍କୁ ନୁଆଁ ରୂପରେ ପୂଜା କରାଯାଇଥାଏ । ଏଥର ଶାରଦୀୟ ନବରାତ୍ରୀର ଆରମ୍ଭ ୨୯ ନଭେମ୍ବର ୨୦୧୯ରେ ହେବାକୁ ଯାଉଛି । ନବରାତ୍ରୀର ଉତ୍ସବ ପୁରା ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏବଂ ପ୍ରତିଦିନ ମା’ ଦୁର୍ଗାଙ୍କର ଅଲଗା ଅଲଗା ରୂପରେ ପୂଜାର୍ଚ୍ଚନା ହୋଇଥାଏ । ଯେବେ ନବରାତ୍ରୀର ପ୍ରଥମ ଦିନ ଆରମ୍ଭ ହୋଇଥାଏ, ସେହିଦିନ କଳସ ସ୍ଥାପନା କରାଯାଇଥାଏ; ଯାହାକୁ ଘଟସ୍ଥାପନା ମଧ୍ୟ କୁହାଯାଏ । ନବରାତ୍ରୀରେ ଲୋକମାନେ ୯ ଦିନର ବ୍ରତ ରଖିଥାନ୍ତି ଏବଂ କିଛି ଲୋକ ଏମିତି ଅଛନ୍ତି; ଯେଉଁମାନେ ନବରାତ୍ରୀର ପ୍ରଥମ ଦିନ ଏବଂ ଶେଷ ଦିନ ବ୍ରତ ରଖିଥାନ୍ତି । ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜନ କରନ୍ତି ।

ଆଜି ଆମେ ଅପଣଙ୍କୁ ଏହି ଲେଖା ମାଧ୍ୟମରେ ଶାରଦୀୟ ନବରାତ୍ରୀର ଶୁଭ ତିଥି କେତେବେଳେ ଏବଂ କେଉଁ ତିଥିରେ ମା’ଙ୍କୁ କେଉଁ ରୂପରେ ପୂଜା କରିପାରିବେ ସେହି ସମ୍ବନ୍ଧରେ ସୂଚନା ଦେବାକୁ ଯାଉଛୁ ।

ପ୍ରକୃତରେ ନବରାତ୍ରୀ ମହତ୍ଵ କଣ :-

ଯଦି ଆମେ ହିନ୍ଦୁ ଧର୍ମ ଅନୁସାରେ ଦେଖିବା, ତା’ହାଲେ ହିନ୍ଦୁ ଧର୍ମରେ ନବରାତ୍ରୀକୁ ବିଶେଷ ମହତ୍ତ୍ୱ ଦିଆଯାଇଛି । ଗୋଟିଏ ବର୍ଷରେ ୪ଟି ନବରାତ୍ରୀର ଉତ୍ସବ ଆସିଥାଏ । ମାତ୍ର ଚୈତ୍ର ଏବଂ ଆଶ୍ୱିନ ମାସର ଶୁକ୍ଳପକ୍ଷର ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ପଡ଼ୁଥିବା ନବରାତ୍ରୀକୁ ଅଧିକ ମହତ୍ତ୍ୱ ଦିଆଯାଇଛି । ଏହା ବ୍ୟତୀତ ଆଷାଢ଼ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରୀ ପାଳନ କରାଯାଇଥାଏ । ଏହି ଗୁପ୍ତ ନବରାତ୍ରୀର ପର୍ବକୁ ତନ୍ତ୍ର ସାଧନା ପାଇଁ ବିଶେଷ ବୋଲି କୁହାଯାଏ । ଗୁପ୍ତ ନବରାତ୍ରୀରେ ତନ୍ତ୍ର ସାଧକ ବିଶେଷ ସିଦ୍ଧି ପ୍ରାପ୍ତ କରିବା ପାଇଁ ତନ୍ତ୍ର ସାଧନା କରିଥାନ୍ତି । ଗୁପ୍ତ ନବରାତ୍ରୀରେ ଦେବୀ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ତାନ୍ତ୍ରିକ ତନ୍ତ୍ରର ସାଧନା କରାଯାଇଥାଏ । ମାତ୍ର ସିଦ୍ଧି ସାଧନା ପାଇଁ ଶାରଦୀୟ ନବରାତ୍ରୀକୁ ବିଶେଷ ଭାବରେ ପାଳନ କରାଯାଇଥାଏ । ଏମିତିରେ ଦେଖିବାକୁ ଗଲେ ଗୁପ୍ତ ନବରାତ୍ରୀର ପାଳନ କରାଯାଇନଥାଏ ପରନ୍ତୁ ତନ୍ତ୍ର ସାଧନା କରୁଥିବା ଲୋକ ଗୁପ୍ତ ନବରାତ୍ରୀକୁ ଅଧିକ ମହତ୍ତ୍ୱ ଦେଇଥାନ୍ତି ।

ଶାରଦୀୟ ନବରାତ୍ରୀରେ କେଉଁ ଶୁଭକାର୍ଯ୍ୟ କରାଯାଏ :-

ଯଦି ଆମେ ଶାରଦୀୟ ନବରାତ୍ରୀରେ ଶୁଭକାର୍ଯ୍ୟ ବିଷୟରେ ଆଲୋଚନା କରିବା, ତା’ହାଲେ ଏହିଦିନ ସବୁପ୍ରକାର ଶୁଭକାର୍ଯ୍ୟ ହୋଇଥାଏ ।ନବରାତ୍ରୀର ୯ ଦିନକୁ ବହୁତ ଶୁଭ ବୋଲି କୁହାଯାଏ । ଏହି କାରଣରୁ ଏହି ଦିନ ଗୁଡ଼ିକରେ କୌଣସି ଶୁଭମୁହୂର୍ତ୍ତ ଦେଖିବା ଆବଶ୍ୟକ ନ ଥାଏ । ଆପଣ ଏହି ଶୁଭଦିନ ଭିତରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ । ଅଧିକାଂଶ ଲୋକ ଏମିତି ଅଛନ୍ତି; ଯେଉଁମାନେ ଏହି ଶୁଭଦିନରେ ଗୃହ ପ୍ରବେଶ ଏବଂ ନୁଆଁ ଯାନ କିଣିଥାନ୍ତି ।

ଚାଲନ୍ତୁ ଜାଣିବା ନବରାତ୍ରୀର ତିଥି ସମ୍ବନ୍ଧରେ :-

୨୯ ସେପ୍ଟେମ୍ବର ୨୦୧୯ :-

ଆପଣ ଶାରଦୀୟ ନବରାତ୍ରୀର ପୂର୍ବଦିନ କଳସ ସ୍ଥାପନା କରିପାରିବେ । ଏହିଦିନ ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ ।

୩୦ ସେପ୍ଟେମ୍ବର ୨୦୧୯ :-

ଶାରଦୀୟ ନବରାତ୍ରୀର ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ ମା’ଙ୍କର ପୂଜା କରିପାରିବେ ।

୧ ଅକ୍ଟୋବର ୨୦୧୯ :-

ଆପଣ ଶାରଦୀୟ ନବରାତ୍ରୀର ତୃତୀୟ ଦିନ ଚନ୍ଦ୍ରଘଣ୍ଟାଙ୍କର ପୂଜା କରନ୍ତୁ ।

୨ ଅକ୍ଟୋବର ୨୦1୯ :-

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନ କୂଷ୍ମାଣ୍ଡାଙ୍କ ପୂଜା କରନ୍ତୁ ।

୩ ଅକ୍ଟୋବର ୨୦୧୯ :-

ଶାରଦୀୟ ନବରାତ୍ରୀର ପଞ୍ଚମ ଦିନ ସ୍କନ୍ଦ ମାତାଙ୍କର ପୂଜା କରନ୍ତୁ ।

୪ ଅକ୍ଟୋବର ୨୦୧୯ :-

ଶାରଦୀୟ ନବରାତ୍ରୀର ଷଷ୍ଠ ଦିନ କାତ୍ୟାୟନୀ ପୂଜା କରନ୍ତୁ ।

୫ ଅକ୍ଟୋବର ୨୦୧୯ :-

ଶାରଦୀୟ ନବରାତ୍ରୀର ସପ୍ତମ ଦିନ ତଥା ସପ୍ତମୀ ଦିନ କାଳରାତ୍ରୀର ପୂଜା କରନ୍ତୁ ।

୬ ଅକ୍ଟୋବର ୨୦୧୯ :-

ଆପଣ ଶାରଦୀୟ ନବରାତ୍ରୀର ଅଷ୍ଟମ ଦିନ ତଥା ଅଷ୍ଟମୀ ଦିନ ମହାଗୌରୀଙ୍କର ପୂଜା କରନ୍ତୁ ।

୭ ଅକ୍ଟୋବର ୨୦୧୯ :-

ଶାରଦୀୟ ନବରାତ୍ରୀର ନବମ ଦିନ ହୋମ ଏବଂ ନବରାତ୍ରୀ ପ୍ରଣ କରିପାରିବେ ।

୮ ଅକ୍ଟୋବର ୨୦୧୯ :-

ବିଜୟାଦଶମୀରେ ଦୁର୍ଗା ବିସର୍ଜନ କରାଯାଇଥାଏ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କ ସମସ୍ତଙ୍କୁ ପସନ୍ଦ ଆସିଥିବା । Comment Boxରେ “ଜୟ ମା’ଦୁର୍ଗା” ଲେଖନ୍ତୁ ।