ଆପଣଙ୍କ ରାଶି ଖୋଲିବ ଆପଣଙ୍କ ରହସ୍ୟ । ଜାଣନ୍ତୁ ଆପଣଙ୍କ ରାଶି ଅନୁସାରେ ଆପଣଙ୍କ କେଉଁ ଜିନିଷ ପ୍ରତି ଭୟ ରହିଛି ।

Spread the love

ବ୍ୟକ୍ତିର ରାଶି ବ୍ୟକ୍ତି ବିଷୟରେ ରହସ୍ୟ ଖୋଲିଥାଏ । ରାଶି ଆପଣଙ୍କ ଜୀବନ ସହ ଜଡିତ ଅନେକ ବିଷୟ ଜଣାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ରାଶି ଗୁଡ଼ିକୁ କେଉଁ ସବୁ ଜିନିଷ ପ୍ରତି ଭୟ ରହିଥାଏ । ଏହାର ଅର୍ଥ ହେଉଛି କେଉଁ ରାଶିକୁ କେଉଁ ଜିନିଷ ପ୍ରତି ଭୟ ରହିଛି । ଆସନ୍ତୁ ଜାଣିବା :

ମେଷ :

ମେଷ ରାଶିର ବ୍ୟକ୍ତିଙ୍କୁ ସର୍ବଦା ଚାଲିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ମାନେ କଦାପି ଗୋଟିଏ ସ୍ଥାନରେ ସ୍ଥାୟୀ ଭାବରେ ଅଧିକ ସମୟ ରହିପାରନ୍ତି ନାହିଁ । ସକ୍ରିୟ ମେଷ ରାଶିର ବ୍ୟକ୍ତିମାନେ ଗୋଟିଏ ସ୍ଥାନରେ ବସି ରହିବାକୁ ଭୟ ରହିଥାନ୍ତି ।

ବୃଷ :

ଏହି ରାଶିର ବ୍ୟକ୍ତି ନିଜ କମ୍ଫୋର୍ଟ ଜୋନରେ ରହିବା ପାଇଁ ପସନ୍ଦ କରନ୍ତି । ଏମାନଙ୍କୁ ନିଜ ଆଖପାଖର ପରିବର୍ତ୍ତନ ପସନ୍ଦ ଆସିନଥାଏ । ଆଜି ଯେଉଁଠି ଅଛନ୍ତି ଏବଂ ଯେଉଁଭଳି ଅଛନ୍ତି; ନିଜକୁ ସେହି ପରିସ୍ଥିତିରେ ଆପଣାଇ ନିଅନ୍ତି । କୌଣସି ପ୍ରକାରର ପରିବର୍ତ୍ତନ ହେଲେ ଏହି ରାଶିର ବ୍ୟକ୍ତି ପସନ୍ଦ କରନ୍ତି ନାହିଁ । ଏହି ରାଶିର ବ୍ୟକ୍ତିଙ୍କୁ ଟ୍ରପୋଫୋବିଆର ଅର୍ଥାତ ନିଜ ଆଖପାଖରେ ହେଉଥିବା ପରିବର୍ତ୍ତନର ଭୟ ରହିଥାଏ ।

ମିଥୁନ :

ଏହି ରାଶିର ବ୍ୟକ୍ତି ନିର୍ଣ୍ଣୟ ନେବା ସମୟରେ ସଙ୍କୋଚ କରିଥାନ୍ତି । ଏହି ରାଶିର ବ୍ୟକ୍ତିଙ୍କୁ ଡିସାଇଡୋଫୋବିଆର ଅର୍ଥାତ ନିର୍ଣ୍ଣୟ ନେବା ସମୟରେ ସଙ୍କୋଚ କରିବାର ଭୟ ରହିଥାଏ । ନିଜର ଏହି ଭୟ କାରଣରୁ ଏହି ରାଶିର ବ୍ୟକ୍ତି ନିର୍ଣ୍ଣୟ ନେବା ସମୟରେ ନିଜକୁ ଅନ୍ୟମାନଙ୍କ ଠାରୁ ରକ୍ଷା କରିଥାନ୍ତି ।

କର୍କଟ :

ଏହି ରାଶିର ବ୍ୟକ୍ତିମାନେ ଅଧିକ ସମୟ ଘରେ ରହିବାକୁ ପସନ୍ଦ କରିଥାନ୍ତି । ଘରେ ନିଜକୁ ଏମାନେ ସୁରକ୍ଷିତ ମଣିଥାନ୍ତି । ବନ୍ଧୁ ଏବଂ ପରିବାରରେ ମଧ୍ୟରେ ଏମାନେ ଜୀବନ ବିତିଥାନ୍ତି । ନିଜ ଲୋକଙ୍କ ଠାରୁ ଭିନ୍ନ ହେବା ଏମାନଙ୍କୁ ବିଚଳିତ କରି ଦେଇଥାଏ । ଏହି ରାଶିର ବ୍ୟକ୍ତିଙ୍କୁ ଏଗୋରାଫୋବିଆ ଅର୍ଥାତ ଗୋଟିଏ ସୁରକ୍ଷିତ ସ୍ଥାନ ଛାଡିବାର ଭୟ ରହିଥାଏ ।

ସିଂହ :

ଏହି ରାଶିର ବ୍ୟକ୍ତି ମାନେ ଲାଇମ ଲାଇଟରେ ରହିବା ପାଇଁ ପସନ୍ଦ କରିଥାନ୍ତି । ଆଖପାଖ ଲୋକଙ୍କ ଦ୍ୱାରା ପ୍ରଶଂସା ମିଳିବା ପରେ ମଧ୍ୟ ଏମାନେ ସ୍ପଟଲାଇଟରେ ରହିବା ପସନ୍ଦ କରିଥାନ୍ତି । କିନ୍ତୁ କେହି ଏହି ବ୍ୟକ୍ତିଙ୍କ ଠାରୁ ସେମାନଙ୍କ ଖୁସି ଛଡାଇ ଦିଏ, ତେବେ ଏହି ରାଶିର ବ୍ୟକ୍ତି ଚିନ୍ତିତ ହୋଇଯାନ୍ତି । ଏମାନଙ୍କୁ ଏଥାଜଗୋରାଫୋବିଆ ଅର୍ଥାତ ଇଂନୋର କରାଯିବାର ଭୟ ରହିଥାଏ ।

କନ୍ୟା :

କନ୍ୟା ରାଶିର ବ୍ୟକ୍ତିଙ୍କୁ ଆରୋଗେନାଇଡ଼ଜ ରହିବା ପାଇଁ ପସନ୍ଦ ହୋଇଥାଏ । ଏହି ରାଶିର ବ୍ୟକ୍ତିମାନେ ଜିନିଷ ଗୁଡିକ ଏପଟସେପଟ ହୋଇ ରହିବା ପସନ୍ଦ କରିନଥାନ୍ତି । ଏମାନଙ୍କୁ ଏଟେସ୍କୋଫୋବିଆ ଅର୍ଥାତ ଜିନିଷ ଏପଟ ସେପଟ ହୋଇ ରହିବା ଭୟ ରହିଥାଏ ।

ତୁଳା :

ଏହି ରାଶିର ବ୍ୟକ୍ତି ଏକତ୍ର ରହିବା ପସନ୍ଦ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି ଏବଂ ସମ୍ପର୍କରେ ରହିବା ପାଇଁ ପସନ୍ଦ କରିଥାନ୍ତି । ଏକୁଟିଆ ରହିବା ପାଇଁ ଏହି ବ୍ୟକ୍ତିମାନେ ଭୟ କରିଥାନ୍ତି । ଏମାନଙ୍କୁ ଆଟୋଫୋବିଆ ଅର୍ଥାତ ଏକୁଟିଆ ହୋଇଯିବାର ଭୟ ରହିଥାଏ ।

ବିଛା :

ଏହି ବ୍ୟକ୍ତିମାନେ ଅନ୍ୟକୁ ଆଶ୍ଚର୍ଯ୍ୟ କରିବାର ସୁଯୋଗ ଛାଡ଼ନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ସେଂସେଟିଭ, ଇମନ୍ସନାଲ, ସଚୋଟ ଏବଂ ଗଭୀର ଚିନ୍ତାଧାରା ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ହୀନ ଭାବନା ଖୁବ ଶୀଘ୍ର ଆସି ଯାଇଥାଏ । ଏମାନଙ୍କୁ ପ୍ରୋଡୋଟିଫୋବିଆ ଅର୍ଥାତ ପ୍ରେମରେ ଧୋକା ଖାଇବାର ଭୟ ରହିଥାଏ ।

ଧନୁ :

ଏହି ବ୍ୟକ୍ତିମାନେ ନୀତିନିୟମ ମାନିବା ପସନ୍ଦ ହୋଇନଥାଏ । ପ୍ରତି ଦିନ ଗୋଟିଏ ପ୍ରକାରର କାର୍ଯ୍ୟ କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ । ଏହି ବ୍ୟକ୍ତିମାନେ ଗୋଟିଏ ସ୍ଥାନରେ ବହୁତ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ପାରନ୍ତି ନାହିଁ । ଏମାନଙ୍କୁ କ୍ଲଷ୍ଟୋଫୋବିଆ ଅର୍ଥାତ ଗୋଟିଏ ସ୍ଥାନରେ ତିଷ୍ଠି ରହିବାର ଭୟ ରହିଥାଏ ।

ମକର :

ଏହି ରାଶିର ବ୍ୟକ୍ତି ପ୍ରତି କାର୍ଯ୍ୟରେ ପରଫେକ୍ଟ ହେବା ପସନ୍ଦ ହୋଇଥାନ୍ତି । ଏମାନଙ୍କ କ୍ଷେତ୍ରରେ କୌଣସି ପ୍ରକାରର ଅସଫଳତା ଦେଖା ଯାଇନଥାଏ । ଏମାନଙ୍କୁ ଆଟିକିଫୋବିଆ ଅର୍ଥାତ ଜୀବନରେ ଅସଫଳତା ପାଇବାର ଭୟ ରହିଥାଏ ।

କୁମ୍ଭ :

ଏହି ରାଶିର ବ୍ୟକ୍ତିଙ୍କୁ ବନ୍ଧନରେ ରହିବାର ଭୟ ରହିଥାଏ । ଏମାନଙ୍କୁ ଜୀବନରେ ସ୍ୱାଧୀନତା ପାଇବା ପସନ୍ଦ କରିଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ଅନ୍ୟର ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାଇବାକୁ ଇଚ୍ଛା କରନ୍ତି ନାହିଁ । ଏମାନଙ୍କୁ ମେରୀତୋଫୋବିଆ ଅର୍ଥାତ ସ୍ୱାଧୀନତା ହରାଇବାର ଭୟ ରହିଥାଏ ।

ମୀନ :

ଅନ୍ୟ ରାଶି ତୁଳନାରେ ଏହି ରାଶିର ବ୍ୟକ୍ତିମାନେ ଅତ୍ୟଧିକ ସେଂସେଟିଭ ଅଟନ୍ତି । ଏମାନଙ୍କ ଦୁନିଆ ନିଜ ମଧ୍ୟରେ ସୀମିତ ରହିଥାଏ । ଏମାନଙ୍କୁ ସର୍ବଦା ଆପଣାର କୌଣସି ବ୍ୟକ୍ତିଙ୍କୁ ହରାଇବାର ଭୟ ଲାଗି ରହିଥାଏ । ଆପଣାର ବ୍ୟକ୍ତିଙ୍କୁ ହରାଇବାର ଭୟ ଏମାନଙ୍କୁ ଚିନ୍ତିତ କରିଥାଏ । ଏମାନଙ୍କୁ ଥୈଟୋଫୋବିଆ ଅର୍ଥାତ ଆପଣାର ବ୍ୟକ୍ତିଙ୍କୁ ହରାଇବାର ଭୟ ରହିଥାଏ ।