ଏ.ସି.ର ଏହି ସତ୍ୟତା ଜାଣି ସାବଧାନ ହୋଇଯାଆନ୍ତୁ ! ନଚେତ ରୋଗଗ୍ରସ୍ତ ହୋଇଯିବେ ।

Spread the love

ଆଜିର ସମୟରେ ଏ.ସି. ଲୋକଙ୍କ ପ୍ରଥମ ପସନ୍ଦ ଅଟେ । ଏହା ଗ୍ରୀଷ୍ମରେ ଆମ କକ୍ଷରେ ଶୀତଳତା ପ୍ରଦାନ କରିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ଏ.ସି.କୁ ଆପଣ ଗ୍ରୀଷ୍ମ ଋତୁରେ ଏତେ ପସନ୍ଦ କରନ୍ତି, ସେହି ଏ.ସି. ଆପଣଙ୍କ ପାଇଁ ମୃତ୍ୟୁଦାୟକ ସାଜିପାରେ । ଏ.ସି ଆମ ପାଇଁ ବହୁତ ଗୁଡିଏ ରୋଗକୁ ନିମନ୍ତ୍ରଣ ଦେଇଥାଏ । ଏ.ସି. କକ୍ଷରେ ରହିବା ଫଳରେ ଅନେକ ରୋଗ ଆମକୁ ଗ୍ରାସ କରି ଦେଇଥାଏ । ଆସନ୍ତୁ ଜାଣିବେ ଏ.ସି. ରୁମରେ ରହିବା ଫଳରେ ହେଉଥିବା ରୋଗ ବିଷୟରେ ।

ଆଣ୍ଠୁଗଣ୍ଠି ପୀଡ଼ା :

ଯେଉଁମାନେ ଦିନ ତମାମ ଗରମରୁ ବଞ୍ଚିବା ପାଇଁ ଘରେ କମ ତାପମାନ ରଖିବା ପାଇଁ ଏ.ସି.ର ବ୍ୟବହାର କରିଥାନ୍ତି; ସେହି ବ୍ୟକ୍ତିଙ୍କୁ ଆଣ୍ଠୁଗଣ୍ଠି ସମସ୍ୟା ରହିଥାଏ । ଏ.ସି.ରେ ଆଣ୍ଠୁଗଣ୍ଠି ପୀଡ଼ା ସହ ଆଣ୍ଠୁଗଣ୍ଠି ଲାଗିଯିବା ସମସ୍ୟା ହୋଇଥାଏ ଏବଂ ଶରୀରର କାର୍ଯ୍ୟ କରିବା କ୍ଷମତା କମ ହୋଇଯାଇଥାଏ । ଏହି ପରିପ୍ରେକ୍ଷୀରେ ସମୟ ପୂର୍ବରୁ ହିଁ ଆମକୁ ଦୁର୍ବଳତା ଗ୍ରାସ କରିନିଏ ।

ଇମୁନିଟି ସିଷ୍ଟମ ଦୁର୍ବଳ ହୋଇଯିବା :

ଏ.ସି. ରୁମରେ ରହିବା ଫଳରେ ମନୁଷ୍ୟ ଶରୀରର ଇମୁନିଟି ସିଷ୍ଟମ ଦୁର୍ବଳ ହୋଇ ଯାଇଥାଏ, ଯାହାଫଳରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇ ଯାଇଥାଏ । ଏ.ସି.ର ଉପଯୋଗ ମୃତ୍ୟୁର କାରଣ ହୋଇଥାଏ ।

ମୋଟାପଣ :

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ, ନିଜ କକ୍ଷରେ ଏ.ସି.ର ବ୍ୟବହାର ଫଳରେ ନା କେବଳ ଆପଣ ରୋଗକୁ ନିମନ୍ତ୍ରଣ କରିଥାନ୍ତି ବରଂ ଏହା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ବଢିଯାଇଥାଏ । ଥଣ୍ଡା ସ୍ଥାନରେ ରହିବା ଫଳରେ ଶରୀରର ଉର୍ଜା କମ ମାତ୍ରାରେ ଖର୍ଚ୍ଚ ହୋଇଥାଏ, ଯାହାଫଳରେ ପେଟର ଚର୍ବି ବଢିଥାଏ । ଏହି ବଢୁଥିବା ଚର୍ବି ପୂର୍ବ ଅପେକ୍ଷା ଆପଣଙ୍କ ଓଜନ ବଢାଇ ଦେଇଥାଏ ।

ସଂକ୍ରମଣର ଭୟ :

ଏ.ସି ରୁମରେ ରହିବା ଫଳରେ ଅନେକ କ୍ଷତି ହୋଇଥାଏ । ଏହି କ୍ଷତି ମଧ୍ୟରେ ଏକ ବଡ଼ କ୍ଷତି ହେଉଛି ସଂକ୍ରମଣ । ବିଜ୍ଞାନ ଦ୍ୱାରା କରାଯାଇଥିବା ଏକ ଶୋଧରୁ ଜଣା ପଡିଛି; କୌଣସି ବ୍ୟକ୍ତି ୪ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଏ.ସି. ନିକଟରେ ବସି ସମୟ ଅତିବାହିତ କରେ; ତେବେ ସେହି ବ୍ୟକ୍ତିକୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ହୋଇଥାଏ । ବହୁତ ସମୟ ପର୍ଯ୍ୟନ୍ତ ଥଣ୍ଡାରେ ରହିବା ଫଳରେ ଆମ ଶରୀରର ମାଂସପେଶୀ କଠିନ ହୋଇଯାଇଥାଏ ଏବଂ ବ୍ୟକ୍ତି ବହୁତ ଦୁର୍ବଳ ହୋଇ ଯାଇଥାଏ ।

ଥକ୍କାପଣ ଅନୁଭଵ କରିବା :

ରୁମରେ ବାରମ୍ବାର ଏ.ସି.ର ବ୍ୟବହାର ଫଳରେ ଆପଣଙ୍କୁ ଦିନ ତମାମ ଥକ୍କାପଣ ଅନୁଭଵ ହୋଇଥାଏ । କାରଣ ଅଧିକ ସମୟ ପର୍ଯ୍ୟନ୍ତ ଏ.ସି.ରେ ରହିବା ଫଳରେ ଫ୍ରେସର ସରକୁଲେଟ ହୋଇନଥାଏ । ଯାହାଫଳରେ ମୁଣ୍ଡବ୍ୟଥା ମଧ୍ୟ ହୋଇଥାଏ ଏବଂ ଚିଡିଚିଡା ପଣ ଆରମ୍ଭ ହୋଇଥାଏ ।

ମସ୍ତିଷ୍କ କ୍ଷମତାରେ ପ୍ରଭାବ ପଡିଥାଏ :

ରୁମରେ ଏ.ସି.ର ଅଧିକ ବ୍ୟବହାର ଫଳରେ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଏ.ସି.ରେ ରହିବା ଫଳରେ ମସ୍ତିଷ୍କର କୋଶିକା ସଙ୍କୁଚିତ ହୋଇଥାଏ । ଯାହାଫଳରେ ମସ୍ତିଷ୍କର କ୍ଷମତା ଏବଂ କ୍ରିୟାଶୀଳତା ଧୀରେ ଧୀରେ କମ ହୋଇଯାଇଥାଏ । ଏହି ପରିପ୍ରେକ୍ଷୀରେ ପୀଡିତ ବ୍ୟକ୍ତିକୁ ବାରମ୍ବାର ମୁଣ୍ଡ ବୁଲାଇ ହେବା ସମସ୍ୟା ଲାଗି ରହିଥାଏ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ଗୋଟିଏ ଲାଇକ କରି ନିଜ ମତାମତ କମେଣ୍ଟ ଜରିଆରେ ଆମକୁ ପ୍ରଦାନ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରି ସେମାନଙ୍କୁ ସଚେତନ କରନ୍ତୁ ଯେ, ଅଧିକ ସମୟ ପର୍ଯ୍ୟନ୍ତ ଏ.ସି ସମ୍ମୁଖରେ ବସିବା ଉଚିତ ନୁହେଁ । ଧନ୍ୟବାଦ !